Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ବଲିଉଡର ବ୍ୟାଡ୍ ଟ୍ରେଣ୍ଡକୁ ଦାୟୀ କଲେ ସଞ୍ଜୟ ନିରୁପମ: ଛିଛୋରେ ହିଟ୍ ପରେ କାହିଁକି ସୁଶାନ୍ତଙ୍କୁ ଆଉଟ୍ କଲେ ୭ ସିନେମାର ନିର୍ମାତା-ନିର୍ଦ୍ଦେଶକ

15/06/2020 at 5:17 PM

ମୁମ୍ବାଇ, ୧୫|୦୬ : ସୁଶାନ୍ତ ସିଂ ରାଜପୁର ରବିବାର ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ପୋଷ୍ଟମଟର୍ମ ରିପୋର୍ଟ ମଧ୍ୟ ଆସିଯାଇଛି । ବେକରେ ରଶି ଲଗାଇବା ଦ୍ୱାରା ସେ ପ୍ରାଣ ହରାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । କୁହାଯାଉଛି ଯେ, ସେ ଅନେକ ଦିନ ଧରି ଡିପ୍ରେସନରେ ଥିଲେ ।  କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ନେତା ସଞ୍ଜୟ ନିରୁପମ ଏକ ବଡ ବୟାନ ଦେଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ବଲିଉଡ୍ ଦାୟୀ ବୋଲି ସଞ୍ଜୟ କହିଛନ୍ତି ।

ସଞ୍ଜୟ ଟ୍ୱିଟ୍ କରି କହିଛନ୍ତି ଯେ, ଛିଛୋରେ ହିଟ୍ ହେବା ପରେ ସୁଶାନ୍ତ ୭ଟି ଫିଲ୍ମ ସାଇନ୍ କରିଥିଲେ । ୬ ମାସରେ ତାଙ୍କ ହାତରୁ ସବୁ ଫିଲ୍ମ ଚାଲିଯାଇଥିଲା।  ଫିଲ୍ମ ଜଗତରେ ନିଷ୍ଠୁରତା ଏକ ଅଲଗା ପର୍ଯ୍ୟାୟରେ କାମ କରୁଛି । ଏହା ଏକ ପ୍ରତିଭାବାନ ଅଭିନେତାଙ୍କୁ ମାରି ଦେଲା  ।  ଏପରି ଅନେକ ଥର ହୋଇଛି । କିଛି ନିର୍ଦ୍ଦେଶକ ଓ ପ୍ରଯୋଜକ ଫିଲ୍ମ ସାଇନ୍ କରିବା ପରେ ଅଭିନେତା କିମ୍ବା ଅଭିନେତ୍ରୀଙ୍କୁ ବାହାର କରିଦିଅନ୍ତି ।

ସୂଚନାଯୋଗ୍ୟ, ରବିବାର ୩୪ବର୍ଷ ବୟସ୍କ ଅଭିନେତା ସୁଶାନ୍ତ ସିଂହ ରାଜପୁତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ଘରେ କାମ କରୁଥିବା ମେଡ ପୋଲିସକୁ ଏବିଷୟରେ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ମୁମ୍ବାଇ ପୋଲିସ୍ ଘଟଣାର ତଦନ୍ତ କରୁଛି। ସେ କିଛି ଦିନ ହେବ ମାନସିକ ଅଶାନ୍ତିରେ ରହୁଥିବା ମଧ୍ୟ ଖବର ମିଳିଥିଲା।

ସେ ବଲିଉଡରେ ଜଣେ ଲୋକପ୍ରିୟ ଅଭିନେତା ଥିଲେ। ସେ ଟିଭିରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ‘କିସ ଦେଶ ମେଁ ହେ ମେରା ଦିଲ’ ଧାରାବାହିକରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ କିନ୍ତୁ ତାଙ୍କୁ ଏକତା କପୁରଙ୍କ ପବିତ୍ର ରିସ୍ତାରୁ ପରିଚୟ ମିଳିଥିଲା। ଏହା ପରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ। ସେ ଫିଲ୍ମ କାଇ ପୋ ଚେ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟର ମଧ୍ୟ ପ୍ରଶଂସା ମିଳିଥିଲା।

ସେ ଏବେ ବଲିଉଡରେ ଜଣେ ଉଦୀୟମାନ କଳାକାର ଭାବେ ପରିଚିତ ଥିଲେ। ତାଙ୍କ ଦମଦାର ଅଭିନୟ ଯୋଗୁଁ ସେ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ଏଭଳି ପରିସ୍ଥିତିରେ କେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଲେ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

   Related Posts