ଅନ୍ତିମ ସଂସ୍କାର ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ କରାଯିବ କରୋନା ଟେଷ୍ଟ

Published By : Prameya-News7 Bureau | June 15, 2020 IST

ମୁମ୍ବାଇ ୧୫/୦୬ : ବଲିଉଡ ତାରକା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କର କରୋନା ଯାଞ୍ଚ କରାଯିବ | ଶବ ବ୍ୟବଚ୍ଛେଦ ପୂର୍ବରୁ କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିଲା | ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଏହିଭଳି ପରିସ୍ଥିତିରେ ଯାହାର ମୃତ୍ୟୁ ହେଉଛି ସମସ୍ତଙ୍କ କରୋନା ଯାଞ୍ଚ କରାଯାଉଛି | କରୋନା ଯାଞ୍ଚ ରିପୋର୍ଟ ଆସିବା ପରେ ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଦାହ ସଂସ୍କାର ପାଇଁ ସରକାର ଜାରି କରିଥିବା ଗାଇଡଲାଇନ ଫଲୋ କରାଯିବ |

ସୁଶାନ୍ତ ସିଂହ ଗତ କିଛି ମାସ ହେଲା ଡିପ୍ରେସନରେ ଥିବା ଜଣାପଡିଛି | ସେଥିପାଇଁ ସେ ଚିକିତ୍ସା ମଧ୍ୟ କରାଉଥିଲେ | ୫ ଦିନ ପୂର୍ବରୁ ତାଙ୍କ ଭଉଣୀଙ୍କ ସହ ସେ କଥାବାର୍ତ୍ତା ହୋଇଥିଲେ | ସେତେବେଳ ସେ ନିଜ ଭଉଣୀଙ୍କୁ କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ | ସୁଶାନ୍ତ ସିଂହଙ୍କ ଘରେ ରହୁଥିବା ତାଙ୍କ ବନ୍ଧୁ ଏବଂ କାମ କରୁଥିବା ସହାୟକ ମଧ୍ୟ କହିଛନ୍ତି ଯେ ଗତ କିଛି ଦିନ ହେଲା ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା | ସେ ବହୁତ ଚିନ୍ତିତ ଥିବା ଭଲେ ମନେହେଉଥିଲା |


ମୁମ୍ବାଇ କୂପର ହସ୍ପିଟାଲରେ ତାଙ୍କ ମୃତଦେହ ୪ଟା ବେଳେ ନିଆଯାଇଥିଲା | ବିଳମ୍ବିତ ରାତିରେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା | ଶ୍ବାସରୁଦ୍ଧରୁ ତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି | ସୁଶାନ୍ତଙ୍କ ଅର୍ଗାନ ଫରେନସିକ ଟେଷ୍ଟ ପାଇଁ ପଠାଯାଇଛି | ସେହି ରିପୋର୍ଟ ଆସିବା ବାକି ଅଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.