ଏହି କିଛିଦିନ ପୂର୍ବରୁ ବାପାଙ୍କ ସହ ଶେଷଥର ପାଇଁ କଥା ହୋଇଥିଲେ ସୁଶାନ୍ତ, କହିଥିଲେ...

Published By : Prameya-News7 Bureau | June 15, 2020 IST

ମୁମ୍ବାଇ, ୧୫୦୬  ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି । ବିହାର ପାଟନାରୁ ବଲିଉଡ୍ ଜଗତରେ ପ୍ରସିଦ୍ଧି ଅର୍ଜନ କରିଥିବା ସୁଶାନ୍ତ ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ।  ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମେତ, ବଲିଉଡ୍ ଜଗତ ଓ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।  ପ୍ରଶଂସକମାନେ ନିଜ ପସନ୍ଦର ଅଭିନେତାଙ୍କୁ ମନେ ପକାଉଛନ୍ତି । ପୋଲିସ ମଧ୍ୟ ତାଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇବାକୁ ଚେଷ୍ଟା କରୁଛି ।

ସୁଶାନ୍ତଙ୍କ ମୃତ୍ୟୁ ଖବର ତାଙ୍କ ପିତାଙ୍କୁ ସବୁଠାରୁ ଅଧିକ ବ୍ୟଥିତ କରିଛି । ସୁଶାନ୍ତ ୪ଜଣ ଭଉଣୀଙ୍କ ମଧ୍ୟରେ ଜଣେ ଭାଇ ଥିଲେ । ମାଆ ଓ ଉଭଣୀଙ୍କ ପରେ ସୁଶାନ୍ତଙ୍କ ମୃତ୍ୟୁ ଖବର ପରେ ପିତା ଭାଙ୍ଗି ପଡିଛନ୍ତି । ଏବେ ଖବର ଆସୁଛି ଯେ ସୁଶାନ୍ତ ନିଜ ପିତା କେକେ ସିଂଙ୍କୁ ଶେଷଥର ପାଇଁ କଣ କହିଥିଲେ ।

ଅଭିନେତା ସୁଶାନ୍ତ ମୃତ୍ୟୁର ୩ ଦିନ ପୂର୍ବରୁ ଘରେ କାମ କରୁଥିବା ଲକ୍ଷ୍ମୀ ଦେବୀଙ୍କୁ କଲ୍ କରିଥିଲେ । ଏହି କଥାବାର୍ତ୍ତାରେ ସେ ତାଙ୍କ ପିତାଙ୍କ ଧ୍ୟାନ ରଖିବାକୁ କହିଥିଲେ । ସୁଶାନ୍ତ କହିଥିଲେ ଯେ, କରୋନା ଭାଇରସ ସମୟରେ ପିତାଙ୍କ ଧ୍ୟାନ ରଖିବା ଆବଶ୍ୟକ । ଏହାସହ ସେ ପିତାଙ୍କୁ କିଛି ପରାମର୍ଶ ଦେଇଥିଲେ । ଘରୁ ନବାହାରିବା ପାଇଁ ସେ ପିତାଙ୍କୁ କହିଥିଲେ । କିନ୍ତୁ ଏହି କଥାବାର୍ତ୍ତାରୁ ପିତା କିମ୍ବା ଲକ୍ଷ୍ମୀ ଅନୁମାନ କରିପାରି ନଥିଲେ ଯେ ସୁଶାନ୍ତ ଏତେବଡ ପଦକ୍ଷେପ ନେବାକୁ ଯାଉଛନ୍ତି ।

ଏବେ କେକେ ସିଂ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇ ଆବାକ ହୋଇଯାଇଛନ୍ତି । ସେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ମୁମ୍ବାଇ ଆସୁଛନ୍ତି । ସୋମବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ । କରୋନା ପାଇଁ ଅନ୍ତିମ ସଂସ୍କାରରେ ଅଧିକ ଲୋକ ଉପସ୍ଥିତ ରହିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.