Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସଲମାନଙ୍କ‌ ବିଗ୍‌ବସ୍ ସେଟ୍‌ରେ ଶାହରୁଖଙ୍କ DDLJ ସିନ୍‌କୁ ରିକ୍ରିଏଟ୍ କରିଥିଲେ ସୁଶାନ୍ତ, ଭାଇରାଲ୍ ହେଉଛି ଭିଡିଓ

5/07/2020 at 6:42 PM

ମୁମ୍ବାଇ ୦୫/୦୭ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକ ଲଗାତାର ସୋସିଆଲ ମିଡ଼ିଆରେ ତାଙ୍କ ସ୍ମୃତି ସେୟାର କରୁଛନ୍ତି | ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସୁଶାନ୍ତ ସିଂହ ସଲମାନ ଖାନ ଓ ସାରା ଅଲ୍ଲୀ ଖାନଙ୍କ ସହିତ ବିଗ ବସ ଷ୍ଟେଜରେ ନଜର ଆସିଛନ୍ତି | ଏହି ଭିଡିଓ ଫିଲ୍ମ ‘କେଦାରନାଥ’ର ପ୍ରମୋସନ ସମୟର |

ସେତେବେଳେ ସୁଶାନ୍ତ ଓ ସାରା ସଲମାନଙ୍କ ରିଆଲିଟି ଶୋ’ରେ ନିଜ ଫିଲ୍ମକୁ ପ୍ରମୋଟ କରିବାକୁ ଯାଇଥିଲେ | ଭିଡିଓର ବିଶେଷତ୍ୱ ହେଲା ସେତେବେଳେ ସୁଶାନ୍ତ ଶାହରୁଖ ଖାନଙ୍କ ସୁପରହିଟ ଫିଲ୍ମ ଦିଲବାଲେ ଦୁଲହନୀୟା ଲେ ଜାୟେଙ୍ଗେର ଏକ ସିନକୁ ରିକ୍ରିଏଟ କରିଥିବା ନଜର ଆସିଛନ୍ତି | ଏଥିରେ ଶାହରୁଖ କହିଥିଲେ, ‘ରାଜ ଯଦି ଏ ଝିଅ ତତେ ଭଲପାଏ ତାହେଲେ ଓଲଟି ନିଶ୍ଚୟ ଦେଖିବ’

ସଲମାନ କହିବାରୁ ସୁଶାନ୍ତ ବିଗବସ ସେଟରେ ଏହି ସିନକୁ ରିକ୍ରିଏଟ କରିଥିଲେ | ଏଥିରେ ସାରା ତାଙ୍କୁ ସପୋର୍ଟ କରିଥିଲେ | ସୁଶାନ୍ତ ଏହି ସିନକୁ ଏତେ ଭଲ ଭାବେ କରିଥିଲେ ଯେ ସଲମାନ ବି ତାଙ୍କର ଖୁବ ପ୍ରଶଂସା କରିଥିଲେ | ଏବେ ସୁଶାନ୍ତଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି | ସୁଶାନ୍ତ ଶ୍ସହରୁଖଙ୍କ ଜଣେ ବଡ ପ୍ରଶଂସକ ଥିଲେ | ଅନେକ ସମୟରେ ସେ ନିଜେ ଏହା ପ୍ରକାଶ କରିଛନ୍ତି |

ସୁଶାନ୍ତ ଜୁନ ୧୪ ତାରିଖରେ ଆତ୍ମହତ୍ୟା କରିଛନ୍ତି | ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକ ସଲମାନ ଖାନ, କରନ ଜୋହରଙ୍କ ଉପରେ କ୍ରୋଧିତ ହୋଇ ତାଙ୍କ ଫିଲ୍ମ ନ ଦେଖିବାକୁ ନିଷ୍ପତ୍ତି ନେଇଥିଲେ | ସଲମାନ ମଧ୍ୟ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ | ବିବାଦ ହେବାପରେ ସଲମାନ ନିଜ ପ୍ରଶଂସକଙ୍କୁ ଅପିଲ କରିଥିଲେ ଯେ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହିତ ଅଛନ୍ତି | ସେଥିପାଇଁ କୌଣସି ଖରାପ ଭାଷା ପ୍ରୟୋଗ ନ କରନ୍ତୁ |

   Related Posts