ବିବାହ ପାଇଁ ସମସ୍ତଙ୍କ ସାମନାରେ ଅଙ୍କିତାଙ୍କୁ ପ୍ରପୋଜ କରିଥିଲେ ସୁଶାନ୍ତ : ଭିଡିଓ ଭାଇରାଲ୍
19/07/2020 at 7:57 AM

ମୁମ୍ବାଇ ୧୯/୭: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମାସେରୁ ଅଧିକ ଦିନ ବିତି ଗଲାଣି। ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ଲଗାତାର ଯାଞ୍ଚ ହେଉଛି କିନ୍ତୁ ଏବେ ସୁଦ୍ଧା କେବଳ ଏତିକି ଜଣା ପଡ଼ିଛି ଯେ ସେ କିଛି ଦିନ ହେବ ମାନସିକ ଅବସାଦରେ ଥିଲେ ଏବଂ ତାଙ୍କ ମୃତ୍ୟୁ ଶ୍ବାସରୁଦ୍ଧ ଯୋଗୁଁ ହୋଇଛି। ସୁଶାନ୍ତଙ୍କ ପ୍ରଶଂସକ ଏବେ ବି ନିଜ ପ୍ରିୟ କଳାକାରଙ୍କ ଯିବାର ଦୁଃଖକୁ ଭୁଲି ପାରୁ ନାହାନ୍ତି।

ସୁଶାନ୍ତ ସିଂହ ରାଜପୁତଙ୍କ ସମସ୍ତ ଫ୍ୟାନ୍ ପେଜ ଏବେ ବି ସକ୍ରିୟ ରହିଛି ଏବଂ ପ୍ରଶଂସକ ଏଥିରେ ତାଙ୍କର ପୁରୁଣା ଭିଡିଓ ଏବଂ ଫଟୋ ସେୟାର କରୁଛନ୍ତି। ନିକଟରେ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେବାକୁ ଲାଗିଛି ଯେଉଁଥିରେ ସେ ରିୟଲିଟି ଡାନ୍ସ ଶୋ ଝଲକ ଦିଖଲା ଜା ର ସେଟରେ ଅଙ୍କିତା ଲୋଖଣ୍ଡେଙ୍କୁ ବିବାହ ପାଇଁ ପ୍ରପୋଜ କରୁଛନ୍ତି। ଏହି ଭିଡିଓରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଜଜେଜ ପ୍ୟାନେଲରେ ବସିଥିବା ନଜର ଆସିଛନ୍ତି।
ଶୋର ଏହି ଭ୍ୟାଲେଣ୍ଟାଇନ୍ ସ୍ପେଶାଲ୍ ଏପିସୋଡରେ ସୁଶାନ୍ତ ସିଂହ ରାଜପୁତ ନ୍ୟାସନାଲ୍ ଟେଲିଭିଜନରେ ଅଙ୍କିତାଙ୍କୁ ବିବାହ ପାଇଁ ପ୍ରପୋଜ କରୁଛନ୍ତି। ଅଙ୍କିତା ପ୍ରଥମେ ତାଙ୍କୁ ହଁ କହୁ ନାହାନ୍ତି। ଏଥିରେ ପ୍ରିୟଙ୍କା ତାଙ୍କୁ ଜବାବ ଦେବାକୁ କହୁଛନ୍ତି ଯେଉଁଥିରେ ଅଙ୍କିତା କହୁଛନ୍ତି ଯେ ସେ ତାଙ୍କ ଜବାବ ଜାଣି ଯାଇଛନ୍ତି। ଜୋର ଦେବାରୁ ଅଙ୍କିତା କହୁଛନ୍ତି ଯେ ସେ ବିବାହ ପାଇଁ ସୁଶାନ୍ତଙ୍କ ପ୍ରସ୍ତାବକୁ ଗ୍ରହଣ କରୁଛନ୍ତି।

ସୁଶାନ୍ତ ସିଂହ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ରିଫ୍ରେଶ୍ ହୋଇଛି ଏବଂ ଏହାକୁ ଖୁବ୍ ଦେଖାଯାଉଛି।