Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ : ବେକରେ ଫାଶୀ ଦେଇଥିବାରୁ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ

15/06/2020 at 12:18 PM

ମୁମ୍ବାଇ ୧୫/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶବ ପୋଷ୍ଟମର୍ଟମ ହୋଇସାରିଛି। ରବିବାର ସୁଶାନ୍ତଙ୍କ ଶବ ମୁମ୍ବାଇ ସ୍ଥିତ ତାଙ୍କ ଘରର ରୁମରୁ ଉଦ୍ଧାର ହୋଇଥିଲା। ଏହା ପରେ ସୁଶାନ୍ତଙ୍କ ଶବକୁ ମୁମ୍ବାଇର କୁପର ହସ୍ପିଟାଲରେ ପଠାଯାଇଥିଲା,ଯେଉଁଠାରେ ପୋଷ୍ଟମର୍ଟମ ହୋଇସାରିଛି। ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ,ସୁଶାନ୍ତଙ୍କ ମୃତ୍ୟୁ ବେକରେ ଦଉଡ଼ି ଦେବାରୁ ଶ୍ବାସରୁଦ୍ଧ ହୋଇ ହୋଇଛି।

ପ୍ରାଥମିକ ରିପୋର୍ଟରେ କୌଣସି ପ୍ରକାରର ବିଷ କିମ୍ବା ମୃତ୍ୟୁର ଅନ୍ୟ କୌଣସି କାରଣ କୁହାଯାଇ ନାହିଁ। ସୁଶାନ୍ତଙ୍କ ମୃତଦେହର ଅଙ୍ଗସମୂହ ସୁରକ୍ଷିତ ରଖାଯାଇଛି ଯାହାର ଫରେନସିକ୍ ଯାଞ୍ଚ କରାଯିବ।

ସୂଚନା ଅନୁଯାୟୀ ଏହା ଆତ୍ମହତ୍ୟା ମାମଲା। କିନ୍ତୁ ସୁଶାନ୍ତଙ୍କ ଅଙ୍ଗସମୂହ ସମେତ ଶରୀରର ଅନ୍ୟ ଅର୍ଗାନକୁ ସୁରକ୍ଷିତ ରଖାଯାଇଛି ଯେଉଁଗୁଡ଼ିକ ଆଗେ ଫରେନସିକ ଯାଞ୍ଚ ପାଇଁ ଜେଜେ ହସ୍ପିଟାଲକୁ ପଠାଯିବ। ଅନ୍ୟପଟେ,ପୋଲିସ୍ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର କାରଣର ତଦନ୍ତ କରୁଛି।

ସୁଶାନ୍ତ ସିଂହ ରାଜପୁତ ବଲିଉଡର ଜଣେ ଉଜ୍ଜ୍ବଳ ପ୍ରତିଭା ଥିଲେ। ତାଙ୍କର ହଠାତ୍ ଚାଲିଯିବା ଯୋଗୁଁ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି। କାରଣ ସୁଶାନ୍ତ ସିଂହ ରାଜପୁତ ଫିଲ୍ମରେ କାମ କରିବା ପୂର୍ବରୁ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଥିଲେ। ସୁଶାନ୍ତଙ୍କ ପରଲୋକରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେଲିବ୍ରିଟିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

ଗତକାଲି ରାତିରେ ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ମୁମ୍ବାଇ ପହଞ୍ଚିଛି। ଆଜି ଅର୍ଥାତ୍ ସୋମବାର ମୁମ୍ବାଇରେ ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର କରାଯିବ। ସୁଶାନ୍ତଙ୍କ ବାପା ପାଟନାରେ ଏକୁଟିଆ ରହୁଥିଲେ। ସୁଶାନ୍ତଙ୍କ ଭଉଣୀ ବାପାଙ୍କୁ ଆତ୍ମହତ୍ୟାର ଖବର ଦେଇଥିଲେ।

   Related Posts