ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛି ତାଙ୍କ ପ୍ରିୟ କୁକୁର ଫଜ୍ : ଭାଇରାଲ୍ ହେଲା ଭିଡିଓ

Published By : Prameya-News7 Bureau | June 19, 2020 IST

ମୁମ୍ବାଇ ୧୯/୬: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ପରିବାର,ବନ୍ଧୁଙ୍କ ସମେତ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ତାଙ୍କ ଯିବାର ଦୁଃଖ କେବଳ ତାଙ୍କ ପରିବାର କିମ୍ବା ପ୍ରଶଂସକଙ୍କୁ ନାହିଁ ବରଂ ତାଙ୍କ କୁକୁର ଫଜକୁ ମଧ୍ୟ ରହିଛି। ଫଜ ସୁଶାନ୍ତଙ୍କ ପ୍ରିୟ କୁକୁର ଥିଲା।

{"id":288333,"sizeSlug":"large"}

ଏବେ ନିଜ ମାଲିକ ଏବଂ ବନ୍ଧୁ ସୁଶାନ୍ତଙ୍କ ଅକାଳ ମୃତ୍ୟୁରେ ସେ ମଧ୍ୟ ଦୁଃଖୀ ହୋଇଛି। ଉଭୟଙ୍କ କିଛି ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ସେମାନଙ୍କ ପରସ୍ପର ପ୍ରତି ବଣ୍ଡିଂ ପରିଷ୍କାର ଭାବେ ଦେଖିବାକୁ ମିଳିଛି।

wp:core-embed/twitter {"url":"https://twitter.com/imanveergurjar/status/1273334777190309888","type":"rich","providerNameSlug":"twitter","className":""}
https://twitter.com/imanveergurjar/status/1273334777190309888
/wp:core-embed/twitter

ବିଗ୍ ବସ୍ କଣ୍ଟେଷ୍ଟାଣ୍ଟ ମନବୀର ଗୁର୍ଜର ମଧ୍ୟ ସୁଶାନ୍ତ ଏବଂ ଫଜଙ୍କ କିଛି ଫଟୋ ସେୟାର କରିଛନ୍ତି। ଏକ ଭିଡିଓରେ ଫଜ ବାରମ୍ବାର ସୁଶାନ୍ତଙ୍କ ରୁମ୍ ଆଡ଼କୁ ଯାଉଥିବା ନଜର ଆସିଛି। ସେ ସେଠାରେ ଛିଡ଼ା ହୋଇ ଏପଟ-ସେପଟ ଚାହୁଁଛି,ପୁଣି ଫେରି ଆସୁଛି। ଫଜ ମୋବାଇଇଲରେ ନିଜ ମାଲିକର ଫଟୋ ଦେଖିବା ସମୟରେ ମଧ୍ୟ ଦୁଃଖୀ ନଜର ଆସୁଛି।

wp:core-embed/twitter {"url":"https://twitter.com/anupmasingh2015/status/1273274152548327424","type":"rich","providerNameSlug":"twitter","className":""}
https://twitter.com/anupmasingh2015/status/1273274152548327424
/wp:core-embed/twitter

ଆଉ ଏକ ଭିଡିଓରେ ସୁଶାନ୍ତ ଏବଂ ଫଜଙ୍କ ବନ୍ଧୁତା ମଧ୍ୟ ଦେଖିବାକୁ ମିଳୁଛି। ଭିଡିଓରେ ଦୁହେଁ ବଗିଚାରେ ଖେଳୁଥିବା ନଜର ଆସିଛନ୍ତି। ଅନ୍ୟ ଏକ ଭିଡିଓରେ ସୁଶାନ୍ତ ଫଜକୁ କୋଳରେ ବସି ଆଦର କରୁଥିବାର ନଜର ଆସିଛନ୍ତି।

wp:core-embed/twitter {"url":"https://twitter.com/Tasleem02828920/status/1273343296803180544","type":"rich","providerNameSlug":"twitter","className":""}
https://twitter.com/Tasleem02828920/status/1273343296803180544
/wp:core-embed/twitter

ଜୁନ୍ ୧୪ତାରିଖରେ ସୁଶାନ୍ତ ସିଂହ ରାଜପୁତ ନିଜ ଘରେ ଆତ୍ମହତ୍ୟା କରିଥିଲେ। ପରେ ପୋଲିସକୁ ଏହାର ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରୁ କୌଣସି ସୁଇସାଇଡ ନୋଟ୍ କିମ୍ବା କିଛି ମିଳିନଥିଲା କିନ୍ତୁ ପୋଲିସ୍ ମାମଲାର ତଦନ୍ତ କରୁଛି।

{"id":288332,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.