ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସନ୍ଧ୍ୟାରେ ମୁମ୍ବାଇ ବନାମ ଦିଲ୍ଲୀ : ‘କର ବା ମର’ ସ୍ଥିତିରେ କ୍ୟାପିଟାଲ୍ସ
  • ||
  • ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍
  • ||
  • ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
  • ||
  • ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ
  • ||
  • ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ
  • ||

ଆଜି ହେବ ସୁଶାନ୍ତ ସିଂହଙ୍କ ଅନ୍ତିମ ସଂସ୍କାର : ଫରେନସିକ ଟେଷ୍ଟ ପାଇଁ ପଠାଯାଇଛି ଅର୍ଗାନ

15/06/2020 at 8:16 AM

ମୁମ୍ବାଇ ୧୫/୦୬ : ସୁଶାନ୍ତ ସିଂହ ରାଜପୁତ ରବିବାର, ଜୁନ ୧୪ ତାରିଖ ଦିନ ନିଜ ମୁମ୍ବାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି | ଆଜି ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ହେବ | ସୁଶାନ୍ତ ସିଂହଙ୍କ ଜନ୍ମ ବିହାର ପାଟଣାରେ ହୋଇଥିଲା | ୨୦୦୦ ମସିହାରେ ତାଙ୍କ ପରିବାର ଦିଲ୍ଲୀ ସ୍ଥାନାନ୍ତର କରିଥିଲେ | ତାଙ୍କର ୪ ଭଉଣୀ ଅଛନ୍ତି | ସୁଶାନ୍ତ ସିଂହ ବହୁତ ଖୁଶ ମିଜାଜ ଥିଲେ | କିଛି ଦିନ ପୂର୍ବରୁ ସେ ନିଜର ୫୦ ସ୍ବପ୍ନ ଏବଂ ଇଛାର ଏକ ତାଲିକା ଜାରି କରିଥିଲେ |

ପୋଲିସ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ କରୁଛି | ଏହି କ୍ରମରେ ସୁଶାନ୍ତ ସିଂହଙ୍କ ୩ ଜଣ ନିକଟତର ଲୋକଙ୍କ ବୟାନ ରେକର୍ଡ କରିଛି | ସେମାନେ ହେଲେ ଜଣେ କ୍ରିଏଟିଭ ଡ଼ାଇରେକ୍ଟର, ମ୍ୟାନେଜର ଏବଂ ତାଙ୍କ ଘରେ ରୋଷେଇ କରୁଥିବା ସେଫ | ସୁଶାନ୍ତ ଗତ ୬ ମାସ ହେଲା ଡିପ୍ରେସନରେ ଥିଲେ | ଯେଉଁ ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ ସେହି ଡାକ୍ତରଙ୍କୁ ମଧ୍ୟ ପୋଲିସ ପଚରାଉଚୁରା କରୁଛି |

ମୁମ୍ବାଇ କୂପର ହସ୍ପିଟାଲରେ ସୁଶାନ୍ତ ସିଂହଙ୍କ ମୃତଦେହ ରବିବାର ୪ଟା ସମୟରେ ନିଆଯାଇଥିଲା | ରାତିରେ ତାଙ୍କର ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା | ରିପୋର୍ଟ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି | ଅଧିକ ଯାଞ୍ଚ ପାଇଁ ତାଙ୍କର ଭାଇଟାଲ ଅର୍ଗାନ ଜେଜେ ହସ୍ପିଟାଲ ପଠାଯାଇଛି | ଯାହାଫଳରେ ଶରୀରରେ କୌଣସି ପ୍ରକାର ଡ୍ରଗ୍ସ କିମ୍ବା ବିଷର ପତା ଲଗାଯାଇପାରିବ |

   Related Posts