ସାକ୍ଷାତକାରରେ ସୁଶାନ୍ତ ସିଂହ କହିଥିଲେ, 'ସବୁଠାରୁ ଅଧିକ ଭୟ ଲାଗେ ମୃତ୍ୟୁକୁ...'

Published By : Prameya-News7 Bureau | June 24, 2020 IST

ମୁମ୍ବାଇ ୨୪/୦୬ : ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିଜ ଅଭିନୟ ଓ ସରଳତା ଯୋଗୁ କୋଟି କୋଟି ଜନତାଙ୍କ ହୃଦୟ ଜିତିଥିଲେ | ତାଙ୍କ ହସ ହସ ମୁହଁ ଓ ସରଳତା ସମସ୍ତଙ୍କୁ ଦିୱାନା କରିଥିଲା | ପ୍ରଶଂସକଙ୍କ ହୃଦୟରେ ସେ ଏକ ଖାସ ଜାଗା ତିଆରି କରିଥିଲେ | କିନ୍ତୁ ହଠାତ ଦିନେ ସେ ସମସ୍ତଙ୍କୁ ଦୁଃଖି କରି ସବୁଦିନ ପାଇଁ ଦୁନିଆ ଚଡି ଚାଲିଗଲେ | ତାଙ୍କ ନିଧନରେ ଦେଶବାସୀ ଏକ ବଡ ଝଟକା ଲାଗିଛି | ପ୍ରଥମେ ଖବର ଆସିଥିଲା ସୁଶାନ୍ତ ସିଂହ ଆତ୍ମହତ୍ୟା କରିଛନ୍ତି | ସେ ଗତ ୬ ମାସ ହେଲା ଡିପ୍ରେସନରେ ଥିଲା ଏବଂ ଆତ୍ମହତ୍ୟା କରିଛନ୍ତି | ପରେ କିନ୍ତୁ ତାଙ୍କ ଆତ୍ମହତ୍ୟାକୁ ନେଇ ନାନା ପ୍ରଶ୍ନ ଉଠିଛି | ଅନେକ ଲୋକ ଏହାକୁ ହତ୍ୟା ବୋଲି ସନ୍ଦେହ କରୁଛନ୍ତି | ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ଖୁଲାସା ପାଇଁ ବର୍ତ୍ତମାନ ସିବିଆଇ ତଦନ୍ତ ଦାବି କରାଯାଉଛି | ଏବେ ସୁଶାନ୍ତ ସିଂହଙ୍କ ପୁରୁଣା ଭିଡିଓ ଭାଇରାଲ ହେଉଛି | ସୁଶାନ୍ତଙ୍କ ଏହି ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି | ଭିଡିଓରେ ସୁଶାନ୍ତ ସିଂହ କହିଛନ୍ତି ତାଙ୍କୁ ମୃତ୍ୟୁ ଠାରୁ ସବୁଠାରୁ ଅଧିକ ଭୟ ଲାଗେ |

ସୁଶାନ୍ତ ସିଂହଙ୍କ ଏହି ଭିଡିଓ କୋମଲ ନାହଟାଙ୍କ ଶୋ' ସ୍ଟେରି ନାଇଟ୍ସର | ଏହି ଶୋ'ରେ ତାଙ୍କୁ ପଚରା ଯାଇଥିଲା ଯେ ସେ କାହାକୁ ସବୁଠାରୁ ଅଧିକ ଭୟ କରନ୍ତି | ଏହି ପ୍ରଶ୍ନର ଜବାବରେ ସେ କହିଥିଲେ, "ସବୁଠାରୁ ଅଧିକ ମୃତ୍ୟୁକୁ ଭୟ କରେ | ମୁଁ ୩ ଘଣ୍ଟା ପାଇଁ ଯଦିବି ଶୋଇପଡେ ତାହେଲେ ଜାଣିପାରେନି ମୁଁ କିଏ | ଆପଣ କିଏ ଏହା ନ ଜାଣିପାରିବ ଅତ୍ୟନ୍ତ ଭୟଙ୍କର | ବୋଧହୁଏ ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣ ମରିଯାଆନ୍ତି |"

ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | ସୁଶାନ୍ତ ସିଂହ ୨୦୦୨ ମସିହାରେ କଲେଜ ଚଡି ଦେଇଥିଲେ ଏବଂ ମନୋରଞ୍ଜନ ଜଗତରେ କାମ କରିବାକୁ ଆସିଥିଲେ | ଆରମ୍ଭରୁ ସେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ | ୨୦୦୯ ମସିହାରେ ସେ ଟିଭି ଧାରାବାହିକ ପବିତ୍ର ରିସ୍ତାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ | ଏହି ଧାରାବାହିକ ୨୦୦୯ ମସିହାରୁ ୨୦୧୧ ଜରନ ଚାଲିଥିଲା | ଏହି ଧାରାବାହିକର ନିର୍ମାତା ଏକତା କପୁର ଥିଲେ | ପବିତ୍ର ରିସ୍ତାରେ ଅଭିନୟ କରିଥିବା ଚରିତ୍ରରୁ ଲୋକପ୍ରିୟତା ହାସଲ କରିଥିବା ସୁଶାନ୍ତ ୨୦୧୩ ମସିହାରେ 'କାଏ ପୋ ଛେ' ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ | ଏହାପରେ ସୁଦ୍ଧ ଦେଶୀ ରୋମାନ୍ସ, ଏମ.ଏସ.ଧୋନି, ରାବତା, କେଦାରନାଥ, ସୋନଚିଡିୟା ଭଳି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ | ତାଙ୍କର ଶେଷ ଫିଲ୍ମ ଥିଲା ଡ୍ରାଇଭ ଯାହା ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.