Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

‘କାଇ ପୋ ଚେ’ରେ ସୁଶାନ୍ତ ସିଂହ ରାଜପୁତଙ୍କ କୋ-ଷ୍ଟାର ଦିଗବିଜୟ ଦେଶମୁଖ ଏବେ ମୁମ୍ବାଇ ଇଣ୍ଡିଆନ୍ସର କ୍ରିକେଟର : ରହିଗଲା ଅନେକ ଦୁଃଖ…

17/06/2020 at 11:02 AM

ମୁମ୍ବାଇ ୧୭/୬: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବରରେ ତାଙ୍କ ପ୍ରଶଂସକ ଏବଂ ବନ୍ଧୁ ସ୍ତବ୍ଧ ହୋଇଯାଇଛନ୍ତି। ସେମାନେ ତାଙ୍କ ମୃତ୍ୟୁ ଖବରରୁ ବାହାରି ପାରୁ ନାହାନ୍ତି। ୨୦୧୩ମସିହାରେ ଆସିଥିବା ଫିଲ୍ମ ‘କାଇ ପୋ ଚେ’ର କୋ-ଷ୍ଟାର ଦିଗବିଜୟ ଦେଶମୁଖ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ଅତ୍ୟନ୍ତ ଦୁଃଖି ହୋଇଯାଇଛନ୍ତି। ଫିଲ୍ମରେ ଦିଗବିଜୟ ଦେଶମୁଖ ଜଣେ କ୍ରିକେଟରଙ୍କ ଭୂମିକାରେ ଅଭିନୟ କରିଥିଲେ ଏବଂ ସୁଶାନ୍ତ ତାଙ୍କ ମେଣ୍ଟୋର ହୋଇଥିଲେ। ଦିଗବିଜୟ ଦେଶମୁଖ ଏବେ ଜଣେ କ୍ରିକେଟର ଏବଂ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନର ଅଂଶ ହୋଇଯାଇଛନ୍ତି। ଦିଗବିଜୟ ଜଣେ ଯୁବ ଦ୍ରୃତ ବୋଲର ଏବଂ ମହାରାଷ୍ଟ୍ର ତରଫରୁ କ୍ରିକେଟ ଖେଳନ୍ତି।

ସୁଶାନ୍ତଙ୍କ ମୃତ୍ୟୁରେ ଦେଶମୁଖ କହିଛନ୍ତି,‘ସେ କ୍ରିକେଟକୁ ନେଇ ଉତ୍ସାହୀ ଥିଲେ। ସୁଟିଂର ଶେଷ ଦିନ ଦିଗବିଜୟ ତାଙ୍କୁ ପ୍ରତିଶ୍ରୃତି ଦେଇଥିଲେ ଯେ ସେ ତାଙ୍କୁ ସେତେ ଦିନ ଯାଏଁ ଭେଟିବେ ଯେତେ ଯାଏଁ ଜଣେ ଭଲ କ୍ରିକେଟର ନ ହୋଇଯାଉଛନ୍ତି। ଏବର୍ଷ ସେ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସିଲେକ୍ଟ ହୋଇଥିଲେ ସେତେବେଳେ ସେ ତାଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଲକଡାଉନ୍ ଯୋଗୁଁ ସେ ତାଙ୍କୁ ଭେଟି ପାରିନଥିଲେ। ଆଜି ସେ ଆଉ ଦୁନିଆରେ ନାହାନ୍ତି। ୨୦୨୦ ଆଇପିଏଲର ଆକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସର ଟିମ୍ ତାଙ୍କୁ ୨୦ଲକ୍ଷ ଟଙ୍କାରେ କିଣିଥିଲେ।

ଦିଗବିଜୟ କହିଥିଲେ ଯଦି ଲକଡାଉନ୍ ନ ଲାଗିଥାନ୍ତା ତେବେ ସେ ନିଜ ଶେଷ ପ୍ରତିଶ୍ରୃତି ପୂରଣ କରିପାରିଥାନ୍ତେ କିନ୍ତୁ ସେ ଏପରି କରିବାରେ ବିଫଳ ହୋଇଥିଲେ। ୨୨ବର୍ଷ ବୟସ୍କ ଏହି ଦ୍ରୃତ ବୋଲର କହିଥିଲେ ଯେ କିଭଳି ସେ ‘ଏମଏସ୍ ଧୋନି ଅନଟୋଲ୍ଡ ଷ୍ଟୋରୀ’ ଫିଲ୍ମର ସୁଟିଂ ଦେଖିବାକୁ ଯାଇଥିଲେ। ସହରରେ ରହି ମଧ୍ୟ ପରେ ସେ ତାଙ୍କୁ ଭେଟି ପାରିନଥିଲେ। ତାଙ୍କୁ ସବୁବେଳେ ଏହାର ପଶ୍ଚାତାପ ରହିବ।

ଦେଶମୁଖଙ୍କ ପାଖରେ ‘କାଇ ପୋ ଚେ’ ଫିଲ୍ମରେ ସୁଶାନ୍ତଙ୍କ ସହ କାମ କରିବାର ସ୍ମୃତି ରହିଛି। ସେ କହିଛନ୍ତି ଯେ ‘ ସୁଶାନ୍ତ ଖୁବ୍ ରିହର୍ସାଲ୍ କରୁଥିଲେ ଏବଂ ବହୁତ ପରୋପକାରୀ ଥିଲେ। ସୁଶାନ୍ତଙ୍କ ସହ କଥାବାର୍ତ୍ତାକୁ ମନେ ପକାଇ ଦେଶମୁଖ କହିଛନ୍ତି,‘ସେହି ସମୟରେ ତାଙ୍କୁ ମାତ୍ର ୧୫ବର୍ଷ ବୟସ ହୋଇଥିଲା,ସେ ୬ମାସ ତାଙ୍କ ସହ ସୁଟିଂ କରିଥିଲେ। ସୁଟିଂ ପରେ ସେ ତାଙ୍କୁ ତାଙ୍କ ରୁମକୁ ଆସିବାକୁ କହୁଥିଲେ। ତାଙ୍କ ବ୍ୟବହାର ବହୁତ ଫ୍ରେଣ୍ଡଲି ଥିଲା। ସେ ତାଙ୍କ କାମକୁ ନେଇ ଖୁସି ଏବଂ ଉତ୍ସାହୀ ଥିଲେ। ସେ ବଡ଼ କ୍ରିକେଟର ନଥିଲେ ମଧ୍ୟ ସେ ସବୁବେଳେ ତାଙ୍କ ସହ କ୍ରିକେଟ ବିଷୟରେ କହୁଥିଲେ।

ଦିଗବିଜୟ କହିଛନ୍ତି ଯେ ସେ କେବେ ବୁଝି ପାରିବେ ନାହିଁ ଯେ ସେ ଆତ୍ମହତ୍ୟା କରିବାକୁ କାହିଁକି ନିଷ୍ପତ୍ତି ନେଲେ? ନିଜ ଶେଷ ଫିଲ୍ମ ଛିଛୋରାରେ ସେ କହୁଛନ୍ତି ଯେ ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ। ସେ ସବୁବେଳେ ବହୁତ ଲାଇଭଲି ଏବଂ ଶକ୍ତିମାନ୍ ଦେଖାଯାଆନ୍ତି। ସେ ଜାଣି ପାରୁ ନାହାନ୍ତି ଯେ ଏହି ନିଷ୍ପତ୍ତି ନେବା ପାଇଁ ତାଙ୍କୁ କେଉଁ କଥା ବାଧ୍ୟ କରିଥିଲା। ସେ ଶୁଣିଥିଲେ ଯେ ସୁଶାନ୍ତ ଅନେକ ଦିନ ହେବ ଅବସାଦଗ୍ରସ୍ତ ଥିଲେ।

   Related Posts