Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ସୁଶାନ୍ତ ସିଂହ ରାଜପୁତଙ୍କ ବିରୋଧରେ ହୋଇଥିଲା #MeToo ଅଭିଯୋଗ : ଅଭିଯୋଗକାରୀ ସଞ୍ଜନା ସାଙ୍ଘୀ ଏହାକୁ ନେଇ ଖୋଲିଲେ ମୁହଁ

22/07/2020 at 12:29 PM

ମୁମ୍ବାଇ ୨୨/୭: କିଛି ଦିନ ତଳେ ଦେଶ ସାରା ମିଠୁ କ୍ୟାମ୍ପେନ୍ ଚାଲିଥିଲା। ଏଥିରେ ହଲିଉଡଠୁ ଆରମ୍ଭ କରି ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ଅଭିନେତାଙ୍କ ବିରୋଧରେ ଅସଦାଚରଣ କରିବାର ଗୁରୁତର ଅଭିଯୋଗ ଲଗାଇଥିଲେ। ସେହି ସମୟରେ ସୁଶାନ୍ତ ସିଂହ ରାଜପୁତଙ୍କ ନାଁ ମଧ୍ୟ ସାମନାକୁ ଆସିଥିଲା। କୁହାଯାଉଥିଲା ଯେ ଫିଲ୍ମ ‘ଦିଲ ବେଚାରା’ସୁଟିଂ ସମୟରେ ସେ ଅଭିନେତ୍ରୀ ସଞ୍ଜନା ସାଙ୍ଘୀଙ୍କ ସହ ଅସଦାଚରଣ କରିଥିଲେ। ତାଙ୍କ ସହ ଜଡ଼ିତ କିଛି କାହାଣୀ ମିଡିଆରେ ଆସିଥିଲା। କିନ୍ତୁ ସଞ୍ଜନା ଏକ ସାକ୍ଷାତକାରରେ କହିଥିଲେ ଯେ ସୁଶାନ୍ତ ତାଙ୍କ ସହ କୌଣସି ପ୍ରକାରର ଅସଦାଚରଣ କରି ନାହାନ୍ତି।

ସଞ୍ଜନା କହିଛନ୍ତି ଯେ ଯେତେବେଳେ ଏହି କଥା ସାମନାକୁ ଆସିଥିଲା ସମସ୍ତଙ୍କୁ ଲାଗିଥିଲା ଯେ ସୁଶାନ୍ତ ଏଥିପାଇଁ ଚିନ୍ତିତ ଥିବେ। କିନ୍ତୁ ସେ ଏକଥା କହିବାକୁ ଚାହୁଁଛନ୍ତି ଯେ ସେ ମଧ୍ୟ ସେହି ସମୟରେ ବହୁତ ଡିଷ୍ଟର୍ବ ଥିଲେ। କିନ୍ତୁ  ସେ ଆଉ ସୁଶାନ୍ତ ସତ ଜାଣିଥିଲେ। ସୁଶାନ୍ତ ତାଙ୍କ ପାଇଁ ବହୁତ ମୂଲ୍ୟ ରଖୁଥିଲେ। ସୁଶାନ୍ତ ମଧ୍ୟ ଜାଣିଥିଲେ ଯେ ଉଭୟଙ୍କ ବଣ୍ଡିଂ କିପରି ଥିଲା।

ସଞ୍ଜନା ଏହା ମଧ୍ୟ କହିଥିଲେ ଯେ ଏଭଳି କାହାଣୀ କେବେ ବି ସୁଶାନ୍ତ ଏବଂ ତାଙ୍କ ବନ୍ଧୁତାକୁ ଖରାପ କରିବାକୁ ଦେଇନଥିଲା। ସେମାନଙ୍କ ମଧ୍ୟରେ କିଛି ବି ବଦଳିନଥିଲା। କେଜାଣି କ’ଣ ପାଇଁ ସବୁଆଡ଼େ ଏପରି ଖବର ଶୁଣାଯାଉଥିଲା। ସେମାନେ ବୁଝି ପାରୁନଥିଲେ ଯେ ଲୋକଙ୍କୁ ସତ କିପରି କହିବେ।

ଫିଲ୍ମ ‘ଦିଲ ବେଚାରା’ର ନିର୍ଦେଶନା ମୁକେଶ ଛାବ୍ରା କରିଛନ୍ତି। ଏହି ଫିଲ୍ମ ଜୁଲାଇ ୨୪ତାରିଖରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ। ଏହା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ।

   Related Posts