ଧୋନୀଙ୍କୁ ୩ ଥର ଭେଟିଛନ୍ତି ସୁଶାନ୍ତ ସିଂ ରାଜପୁତ, ପିଲାବେଳୁ କ୍ରିକେଟ ପ୍ରତି ଥିଲା ଦୁର୍ବଳତା
14/06/2020 at 3:47 PM

ମୁମ୍ବାଇ, ୧୪|୦୬ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମେହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀ ଉପରେ ଫିଲ୍ମ୍ ନିର୍ମାଣ କରାଯାଇଥିଲା । ଏଥିରେ ସୁଶାନ୍ତ ସିଂ ରାଜପୁତ୍ ଧୋନୀଙ୍କ ରୋଲରେ ଅଭିନୟ କରିଥିଲେ । ରବିବାର ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି । ସେ ବାନ୍ଦ୍ରା ସ୍ଥିତ ବାସଭବନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଖବର ପାଇ ସମସ୍ତେ ଚକିତ ହୋଇଯାଇଛନ୍ତି । ସୁଶାନ୍ତ ଧୋନୀଙ୍କ ରୋଲକୁ ଅଚି ନିଖୂଣ ଭାବେ ନିଭାଇଥିଲେ । ଧୋନୀଙ୍କ ବାୟୋପିକ୍ ଆରମ୍ଭ ହେବା ପୂର୍ବରୁ ସୁଶାନ୍ତ ୩ ଥର ମାହିଙ୍କୁ ଭେଟିଥିଲେ ।
ଅନେକ ଦିନ ତଳେ ଏକ ସାକ୍ଷାତକାରରେ ସୁଶାନ୍ତ କହିଥିଲେ ଯେ, ସେ ଧୋନୀଙ୍କ ଅନେକ ଭିଡିଓ ଦେଖିଛନ୍ତି । ଧୋନୀଙ୍କୁ 3 ଥର ସାକ୍ଷାତ ମଧ୍ୟ କରିଛନ୍ତି । ଧୋନୀଙ୍କ ସହ ପ୍ରଥମ ସାକ୍ଷାତକାରରେ ସେ କହିଥିଲେ ଯେ, ଧୋନୀ କେବଳ ନିଜ କଥା କହିଥିଲେ । ଦ୍ୱିତୀୟ ସାକ୍ଷାତକାରରେ ସେ ମାହିଙ୍କୁ ପ୍ରଶ୍ନ ପଚାରିଥିଲେ ଓ ମାହି କେବଳ ଉତ୍ତର ଦେଉଥିଲେ । ତୃତୀୟ ସାକ୍ଷାତକାରରେ ସେ ସୁଟିଂ ପୂର୍ବରୁ ଧୋନୀଙ୍କ ସହ ରହୁଥିଲେ ।
ଏକ ସାକ୍ଷାତକାରରେ ସୁଶାନ୍ତ କହିଥିଲେ ଯେ, ସେ କ୍ରିକେଟର ହେବାକୁ ଚାହୁଁଥିଲେ । କିନ୍ତୁ ଜାତୀୟ ସ୍ତରର ଖେଳାଳି ହେବା ପାଇଁ ତାଙ୍କ ପାଖରେ ପ୍ରବଳ ଯୋଗ୍ୟତା ନଥିଲା । ଏହାପରେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ସେ କ୍ରିକେଟ ସହ କିନ୍ତୁ ପରୋକ୍ଷ ଭାବେ ଜଡିତ ଥିଲେ । ସେ ପିଲାଦିନେ କ୍ରିକେଟ ସିରିଜ୍ କେବେ ଆରମ୍ଭ ହେବ ତାହାର ତାରିଖ ଖାତାରେ ଲେଖି ରଖୁଥିଲେ । ଭାରତ ଓ ପାକିସ୍ତାନର ମ୍ୟାଚ ସେ କେବେବି ନଦେଖି ରହିନାହାଁନ୍ତି । ସେ ଭରତ-ପାକିସ୍ତାନ ମ୍ୟାଚ ପୂର୍ବ ଦିନ ମଧ୍ୟ ନିଜର ସମସ୍ତ କାମ ବାତିଲ କରି ଦେଉଥିଲେ ।