Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅଲ୍‌ବିଦା ସୁଶାନ୍ତ: ପଞ୍ଚତତ୍ଵରେ ବିଲୀନ ହେଲେ ସୁଶାନ୍ତ ସିଂହ ରାଜପୁତ, ଭିଲେ ପାର୍ଲେରେ ହେଲା ଅନ୍ତିମ ସଂସ୍କାର

15/06/2020 at 4:48 PM

ମୁମ୍ବାଇ ୧୫।୦୬: ପଞ୍ଚତତ୍ଵରେ ବିଲୀନ ହେଲେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ମୁମ୍ବାଇର  ଭିଲେ ପାର୍ଲେ ସ୍ଥିତ ସ୍ମଶାନ ଘାଟରେ ସୋମବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ପିତା, ଦାଦା ପୁଅ ଭା, ତିନି ଭଉଣୀ ଏବଂ ଅନ୍ୟ ନିକଟତର ସଂପର୍କୀୟ ସ୍ମଶାନ ଘାଟରେ ଉପସ୍ଥିତ ଥିଲେ। ଏହା ସହିତ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ରହି ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି।

ଗତକାଲି ସୁଶାନ୍ତ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥଲେ। ଏବେ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇ ନାହିଁ। ହେଲେ ସେ ଗତ କିଛି ମାସ ହେବ ମାନସିକ ଚିନ୍ତାରେ ରହୁଥିଲେ। ଭଉଣୀଙ୍କ ଅନୁଯାୟୀ ସେ ନିୟମିତ ଡିପ୍ରେସନ୍‌ ଲାଗି ଔଷଧ ଖାଉଥିଲେ।

ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବେକରେ ଫାଶି ଲଗାଇବାରୁ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା କୁହାଯାଉଛି। ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ସ୍ମଶାନ ଘାଟରେ ଶ୍ରଦ୍ଧା କପୁର, କୃତି ସେନନ, ସୁନିଲ ସେଟ୍ଟୀ, ମୁକେଶ ଛାବଡା, ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସମେତ ଅନେକ ସେଲିବ୍ରିଟ୍ ଉପସ୍ଥିତ ଥିଲେ।

ପୁତ୍ର ସୁଶାନ୍ତଙ୍କ ମୃତ୍ୟୁ ପରେ ଆଜି ତାଙ୍କ ପିତା  ଦାଦା ପୁଅ ଭାଇ ଏବଂ ଅନ୍ୟ ସଂପର୍କୀୟ ସହିତ ପାଟନାରୁ ମୁମ୍ବାଇ ପହଞ୍ଚିଥିଲେ। ଅନ୍ୟପଟେ ତାଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ ମୁମ୍ବାଇର କୁପର ହସ୍ପିଟାଲ ପହଞ୍ଚିଥିଲେ। ଏହି  ହସ୍ପିଟାଲରେ ସୁଶାନ୍ତଙ୍କ ଶବ ରଖାଯାଇଥିଲା। ଏହା ପରେ କୁପର ହସ୍ପିଟାଲରୁ ସିଧାସଳଖ ସ୍ମଶାନ ଘାଟକୁ ତାଙ୍କର ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା। କୋଭିଡ୍-୧୯ କାରଣରୁ ଅନ୍ତିମ ଯାତ୍ରାରେ ଅଧିକ ଲୋକ ସାମିଲ ହୋଇ ପାରିନଥିଲେ।

ସୋମବାର ଫରେନ୍ସିକ୍ ଟିମ୍ ସୁଶାନ୍ତଙ୍କ ଭଡା ଘରେ ପହଞ୍ଚି ତଦନ୍ତ ଚଳାଇଛି। ୩୪ ବର୍ଷୀୟ ସୁଶାନ୍ତ ରବିବାର ବାନ୍ଦ୍ରା ସ୍ଥିତ ଘରେ  ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ପୋଲିସ ଘରୁ ସୁଶାନ୍ତ ଡିପ୍ରେସନ କାରଣରୁ ନେଉଥିବା ଔଷଧ ମଧ୍ୟ ପାଇଛି। କିନ୍ତୁ ଘରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ।

   Related Posts