ମୁମ୍ବାଇରେ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର, ଫିଲ୍ମ ଜଗତର ସାଙ୍ଗମାନଙ୍କ ଅନୁରୋଧରେ ପରିବାରର ନିଷ୍ପତ୍ତି

Published By : Prameya-News7 Bureau | June 15, 2020 IST

ବିହାର ୧୫।୦୬: ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ଅନ୍ତିମ ସଂସ୍କାର ମୁମ୍ବାଇରେ କରାଯିବ । ସୁଶାନ୍ତଙ୍କ ସଂପର୍କୀୟ ଭାଇ ଓ ବିଜେପି ବିଧାୟକ ନିରଜ ସିଂହ କହିଛନ୍ତି ଯେ, ଆସନ୍ତାକାଲି ସକାଳ ୧୧.୨୦ସମୟରେ ସୁଶାନ୍ତଙ୍କ ପିତାଙ୍କ ସହ ସେ ମୁମ୍ବାଇ ଯିବେ । କରୋନା ମହାମାରୀ ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ଏହାସହିତ ନିରଜ ସିଂହ ଏହା ମଧ୍ୟ କହିଛନ୍ତି ଯେ, ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ମୁମ୍ବାଇ କରାଯାଉ ବୋଲି ଫିଲ୍ମ ଜଗତରେ କାମ କରୁଥିବା ତାଙ୍କ ବନ୍ଧୁମାନେ ଅନୁରୋଧ କରିଛନ୍ତି । ଏହାପୂର୍ବରୁ  ତାଙ୍କ ଶେଷକୃତ୍ୟ ବିହାରର ପାଟନାରେ କରାଯିବ ବୋଲି ଚର୍ଚ୍ଚା ହେଉଥିଲା ।

ସୁଶାନ୍ତ ସିଂହ ରାଜପୁତ ବାନ୍ଦ୍ରା ସ୍ଥିତ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ପୁରା ବଲିଉଡରେ ଶୋକର ଛାୟା ଖେଳିଯାଇଥିଲା । କେବଳ ବଲିଉଡ ନୁହେଁ ଖେଳ ଜଗତ,  ରାଜନେତା ଇତ୍ୟାଦି ଅନେକ ଲୋକ ଏକଥା ଶୁଣି ଚକିତ ହୋଇଯାଇଥିଲେ । ସେପଟେ ସୁଶାନ୍ତଙ୍କ ମୃତ୍ୟୁର ଖବର ଶୁଣି ପରିବାର ଉପରେ ଦୁଃଖର ପାହାଡ ପଡିଗଲା ପରି ଅନୁଭବ ହେଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ମୁମ୍ବାଇ ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ସୁଶାନ୍ତ ସିଂହ ରାଜପୁରଙ୍କ ଜଣେ ସଂପର୍କୀୟଙ୍କ ଅନୁଯାୟୀ, ସୁଶାନ୍ତ ଏବର୍ଷ ନଭେମ୍ବରରେ ବିବାଦ କରିଥାନ୍ତେ । ଏ ସଂପର୍କରେ ସେ ପରିବାର ସହିତ କଥା ହୋଇଥିଲେ ଘରେ ବିବାହର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିଲା । ଘରେ ଖୁସିର ମାହୋଲ ଥିଲା । ତେବେ ସେ କାହାକୁ ବିବାହ କରିଥାନ୍ତେ, କୌଣସୀ ଅଭିନେତ୍ରୀ ନା ମଡେଲ ନା ଆଉ କେହି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେ ବିବାହ କରିବା ପାଇଁ ରାଜି ଥିବା ସୂଚନା ମିଳିଛି । ସୁଶାନ୍ତଙ୍କ ବାପା ଫୋନ୍‌ ଯୋଗେ ସଂପର୍କୀୟଙ୍କୁ କହିଥିଲେ ଯେ, ସୁଶାନ୍ତଙ୍କ ସହିତ କଥା ହୋଇଛି । ସେ ନଭେମ୍ବରରେ ବିବାହ କରିବ ।

ସୁଶାନ୍ତଙ୍କ ମୃତ୍ୟୁ ନେଇ ପୋଲିସର ବୟାନ…

ମୁମ୍ବାଇ ଜୋନା ୯ର ଡିସିପି କହିଛନ୍ତି ଯେ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ  ବେକରେ ରଶି ଲଗାଇଥିବାରୁ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ଆସିନାହିଁ । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ତେବେ ସୁଶାନ୍ତଙ୍କ ଘର କୌଣସି ପ୍ରକାରର ସନ୍ଦେହଜନକ ଜିନିଷ ମିଳିନାହିଁ ।

ସୁଶାନ୍ତଙ୍କ ଉଭଣୀଙ୍କ ଉପସ୍ଥିତିରେ ରୁମ୍‌ର ଚାବି ଭଙ୍ଗାଯାଇଥିଲା -

ରବିବାର ଦିନ ସୁଶାନ୍ତ ସିଂହ ସକାଳ ୬ଟାରେ ଉଠିଥିଲେ । ନିଦରୁ ଉଠିବା ପରେ ସୁଶାନ୍ତ ନିଜ ରୁମ୍‌ରେ ହିଁ ଥିଲେ । ସକାଳ ୯.୩୦ରେ ସୁଶାନ୍ତ ଜୁସ୍‌ ପିଇଥିଲେ ଏବଂ ନିଜ ରୁମ୍‌ ଭିତରେ ନିଜକୁ ତାଲା ପକାଇ ରହିଥିଲେ । ଏହା ହେଉଛି ସେହି ସମୟ ଯେତେବେଳେ ସୁଶାନ୍ତଙ୍କୁ ଦେଖାଦେଇଥିଲେ । ତେବେ ସକାଳ ୧୦.୩୦ରେ ରୋଷେୟା ଯେତେବେଳେ ସୁଶାନ୍ତଙ୍କୁ ଦ୍ୱିପହରରେ କଣ ଖାଇବେ ପଚାରିବାକୁ ଯାଇଥିଲେ। କିନ୍ତୁ ସୁଶାନ୍ତଙ୍କ ରୁମ୍‌ରୁ କୌଣସି ଉତ୍ତର ଦେଇନଥିଲେ । ପୁଣି ଥରେ ୧୨ଟା ସମୟରେ ସୁଶାନ୍ତଙ୍କୁ ରୋଷେୟା ପୁଣି ଥରେ ଡାକିଥିଲେ । ପୂର୍ବ ଥର ଭଳି ମଧ୍ୟ ସୁଶାନ୍ତ କୌଣସି ଉତ୍ତର ଦେଇନଥିଲେ । ରୋଷେୟା ସୁଶାନ୍ତଙ୍କ ଫୋନ୍‌କୁ ବାରମ୍ବାର  ଫୋନ୍‌ କରିଥିଲେ । କିନ୍ତୁ କୌଣସି ଉତ୍ତର ମଧ୍ୟ ମିଳିନଥିଲା । ଯେତେବେଳେ କୌଣସି ଉତ୍ତର ମିଳିନଥିଲା ଘରେ ରହିଥିବା ରୋଷେୟା ଓ ସହାୟିକା ସମେତ ୩ଜଣ ଡରିଯାଇଥିଲେ । ଘରେ ଥିବା ଜଣେ ସହାୟକ ସୁଶାନ୍ତଙ୍କ ଭଉଣୀଙ୍କୁ ଫୋନ୍‌ କରିଥିଲେ । ଏବଂ ପୁରା ଘଟଣାସମ୍ପର୍କରେ ଜଣାଇଥିଲେ । ସୁଶାନ୍ତଙ୍କ ଭଉଣୀ ଗୋରେଗାଓଁରେ ରହୁଥିଲେ । ଖବର ପାଇବା ପରେ ସେ ୪୦ମିନିଟ ଭିତରେ ଆସିବା ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରେ ପହଞ୍ଚିଯାଇଥିଲେ । ଘରେ ପହଞ୍ଚି ସେ ମଧ୍ୟ ସୁଶାନ୍ତଙ୍କ ଡାକିଥିଲେ । କିନ୍ତୁ ପୂର୍ବ ପରି କୌଣସି ଉତ୍ତର ମିଳିନଥିଲା । ଏହାପରେ ୧.୧୫ ସମୟରେ ଚାବି ବାଲାକୁ ଡକାଯାଇଥିଲା । ସୁଶାନ୍ତଙ୍କ ରୁମ୍‌ର ଚାବି କଣ ପାଇଁ ଖୋଲୁନାହିଁ ବୋଲି କୁହାଯାଇଥିଲା । ଶେଷରେ ସେ ଚାବିଙ୍କୁ ଭାଙ୍ଗି ଦେଇଥିଲେ , ଏବଂ ସମସ୍ତ ରୁମ୍‌ ଭିତରେ ପ୍ରବେଶ କରି ଦେଖନ୍ତି କି ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ । ଏହ ସାର୍ଟରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଏକ ଛୁରୀ ସାହାର୍ଯ୍ୟରେ ସାର୍ଟର ଏକ ଅଂଶକୁ କଟାଇଯାଇଥିଲା , ଏବଂ ସୁଶାନ୍ତଙ୍କ ତଳକୁ ଅଣାଯାଇଥିଲା । ଶେଷରେ ଡକ୍ଟରଙ୍କୁ ଫୋନ୍‌ କରାଯାଇଥିଲା ଏବଂ ପୋଲିସକୁ ମଧ୍ୟ ଘଟଣାସମ୍ପର୍କରେ  ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.