Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଆଜି ରିଲିଜ୍ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର୍

6/07/2020 at 1:25 PM

ମୁମ୍ବାଇ ୦୬/୦୭ : ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ଜୁଲାଇ ୬ ତାରିଖ, ସୋମବାର ଦିନ ରିଲିଜ ହେବ | ଫିଲ୍ମରେ ସୁଶାନ୍ତଙ୍କ ବିପକ୍ଷରେ ସଞ୍ଜନା ସାଂଘୀ ଅଭିନୟ କରିଛନ୍ତି | ମୃତ୍ୟୁ ପୂର୍ବରୁ ସଞ୍ଜନା ହିଁ ସୁଶାନ୍ତଙ୍କ ସହିତ ସୁଟିଙ୍ଗ ସେଟରେ ସବୁଠାରୁ ଅଧିକ ସମୟ ବିତାଇଥିଲେ | ସୁଶାନ୍ତଙ୍କ ସହିତ ବିତାଇଥିବା ଦିନଗୁଡିକ ସଞ୍ଜନା ସବୁବେଳେ ମନେପକାଉଛନ୍ତି |

ସଞ୍ଜନା କହିଛନ୍ତି ଯେ ସୁଶାନ୍ତଙ୍କ ଏବଂ ତାଙ୍କର ଅନେକ ଅଭ୍ୟାସ ଏକାଭଳି | ସେଟରେ ପ୍ରଥମ ଦିନରୁ ହିଁ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଗଢି ଉଠିଥିଲା | ସୁଶାନ୍ତ ବହୁତ କମ କଥାବାର୍ତ୍ତା କରନ୍ତୁ କିନ୍ତୁ ତାଙ୍କ ସହିତ ସେ ବହୁତ ଫ୍ରି ଏବଂ ମନଖୋଳି କଥାବାର୍ତ୍ତା କରୁଥିଲେ ବୋଲି ସେ କହିଛନ୍ତି | ସୁଶାନ୍ତଙ୍କ ଭଳି ସଞ୍ଜନା ମଧ୍ୟ କଲେଜ ଟପର ହୋଇଥିଲେ | ସୁଶାନ୍ତ ସିଂହ ଫିଜିକ୍ସରେ ଟପ କରିଥିବାବେଳେ ସଞ୍ଜନା ପଲିଟିକାଲ ସାଇନ୍ସରେ ଟପ କରିଥିଲେ | ସୁଟିଙ୍ଗ ସେଟରେ ସମୟ ପାଇଲେ ଉଭୟ ନିଜ ନିଜ ବହି ଧରି ବିଭିନ୍ନ ପ୍ରସଙ୍ଗରେ ଘଣ୍ଟା ଘଣ୍ଟା ଆଲୋଚନା କରୁଥିଲେ |

ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା ଜୁଲାଇ ୨୪ ତାରିଖରେ ଡିଜ୍ନି ପ୍ଲସ ହଟଷ୍ଟାରରେ ରିଲିଜ ହେବ | କାଷ୍ଟିଙ୍ଗ ନିର୍ଦେଶକରୁ ଫିଲ୍ମ ନିର୍ଦେଶକ ହୋଇଥିବା ମୁକେଶ ଛାବଡାଙ୍କର ଏହା ପ୍ରଥମ ଫିଲ୍ମ | ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମର ସମସ୍ତ ସବ୍ସସକ୍ରାଇବର ନନ ସବ୍ସସକ୍ରାଇବରଙ୍କ ପାଇଁ ଉପଲବ୍ଧ ହେବ | ଅର୍ଥାତ ଫିଲ୍ମ ଦେଖିବା ପାଇଁ ୟୁଜର୍ସଙ୍କୁ କେବଳ ଡିଜ୍ନି ପ୍ଲସ ହଟଷ୍ଟାର ଆପ ଡାଉନଲୋଡ଼ କରିବାକୁ ହେବ ଏବଂ ୟୁଜର୍ସ କୌଣସି ଶୁଳ୍କ ବିନା ଫିଲ୍ମ ଦେଖି ପାରିବେ |

   Related Posts