ସେଲିବ୍ରିଟିଙ୍କୁ କନ୍ଦାଇଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ : କହିଲେ ‘ଲୁହକୁ ରୋକି ହେଲାନି’
25/07/2020 at 12:06 PM

ମୁମ୍ବାଇ ୨୫/୭: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ରିଲିଜ ହୋଇ ସାରିଛି। ଫିଲ୍ମରେ ସୁଶାନ୍ତଙ୍କ କାମକୁ ଜୋରସୋରରେ ପ୍ରଶଂସା କରାଯାଉଛି। ପ୍ରଶଂସକ ଫିଲ୍ମକୁ ଦେଖି ଇମୋସନାଲ ହୋଇଛନ୍ତି। ସେହିପରି ସେଲେବ୍ସଙ୍କୁ ମଧ୍ୟ ସୁଶାନ୍ତଙ୍କ ଫିଲ୍ମ ଦିଲ ବେଚାରା ଖୁବ୍ ପସନ୍ଦ ଆସିଛି। ସେମାନେ ସୋସିଆଲ୍ ମିଡିଆରେ ନିଜ ନିଜ ରିଆକ୍ସନ୍ ଦେଇଛନ୍ତି।

ଭୂମି ପେଡନେକର ଫିଲ୍ମର ପ୍ରଶଂସା କରି ଲେଖିଛନ୍ତି ଯେ,‘ଇମୋସନ୍ସରେ ଭରପୂର,ଲୁହ ବୋହିବାରୁ ରୋକି ହେଲାନି।
ଜେନେଲିୟା ଡିସୁଜା ଟ୍ବିଟରରେ ସୁଶାନ୍ତଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ ସ୍କ୍ରିନରେ ସୁଶାନ୍ତ ସିଂହ ରାଜପୁତ। ମୁଁ କିଛି କରିପାରିବି ନାହିଁ,କିନ୍ତୁ ସିଟି ବଜାଇ ପାରିବି। ତାପସୀ ପାନ୍ନୁ ଏବଂ ସ୍ବରା ଭାସ୍କର ମଧ୍ୟ ସୁଶାନ୍ତଙ୍କ ଏହି ଫିଲ୍ମ ଦେଖିଥିଲେ। ସେ ଫିଲ୍ମର ପ୍ରଥମ ସିନ୍ ସୋସିଆଲ୍ ମିଡିଆରେ ସେୟାର କରିଥିଲେ।
ବିଗ୍ ବସ୍ ଫେମ୍ ଅଭିନେତ୍ରୀ ଶେଫାଳି ଜରିଓ୍ବାଲା କହିଛନ୍ତି ଯେ ,‘ସୁଶାନ୍ତ ସିଂହ ରାଜପୁତ ତୁମେ ଚମତ୍କାର ଥିଲ। ଆମେ ସମସ୍ତେ ତୁମକୁ ମନେ ପକାଇବୁ।’
‘ଦିଲ ବେଚାରା’ର କାହାଣୀ କିଜି ବାସୁ ନାମ୍ନୀ ଜଣେ ଯୁବତୀର ଯିଏ ଟର୍ମିନାଲ୍ କ୍ୟାନସରରେ ଆକ୍ରାନ୍ତ। ତା’ ଜୀବନ ଔଷଧ,ଅକ୍ସିଜେନ୍ ସିଲିଣ୍ଡର ଏବଂ ହସ୍ପିଟାଲ ଏପଟ ସେପଟ ବୁଲୁଥାଏ। ଏହି ବୋରିଂ ଲାଇଫରେ ରୋମାଞ୍ଚର ତଡ଼କା ଲାଗୁଛି ଯେତେବେଳେ ଇମ୍ମାନୁଏଲ ରାଜକୁମାର ଜୁନିୟର ଅର୍ଥାତ୍ ସୁଶାନ୍ତ ସିଂହ ରାଜପୁତ ଏଣ୍ଟ୍ରି କରୁଛନ୍ତି।
ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ଦିଲ ବେଚାରାର ନିର୍ଦେଶନା ମୁକେଶ ଛାବ୍ରା କରିଛନ୍ତି। ଏଥିରେ ସୁଶାନ୍ତ ବିପକ୍ଷରେ ସଞ୍ଜନା ସାଙ୍ଘୀ ନଜର ଆସିଛନ୍ତି। ଏହି ଫିଲ୍ମକୁ ଦେଖିବା ପାଇଁ କାହାକୁ ବି ହଟଷ୍ଟାରର ସବସକ୍ରିପ୍ସନ ନେବାର ଆବଶ୍ୟକତା ନାହିଁ। ନନ ସବସ୍କ୍ରାଇବର ମଧ୍ୟ ଏହି ଫିଲ୍ମକୁ ଫ୍ରିରେ ଦେଖିପାରିବେ।