Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ରିଲିଜ୍ ହେଲା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଟ୍ରେଲର୍ : ଇମୋସନାଲ ପ୍ରେମ କାହାଣୀ, ଦେଖନ୍ତୁ ଟ୍ରେଲର୍

6/07/2020 at 4:21 PM

ମୁମ୍ବାଇ ୦୬/୦୭ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ରିଲିଜ ହୋଇଛି | ଦୁନିଆ ଛାଡି ଯିବା ପୂର୍ବରୁ ସେ ନିଜ ସ୍ମୃତି ସବୁଦିନ ପାଇଁ ଛାଡି ଯାଇଛନ୍ତି | ଫିଲ୍ମର ଟ୍ରେଲର ଜୁଲାଇ ୬ ତାରିଖରେ ରିଲିଜ କରିବାକୁ ଘୋଷଣା କରାଯାଇଥିଲା | ପ୍ରଶଂସକ ଫିଲ୍ମର ଟ୍ରେଲର ପାଇଁ ଅପେକ୍ଷା କରି ରହିଥିଲେ | ଆଜି ଦିଲ ବେଚାରାର ଟ୍ରେଲର ରିଲିଜ ହୋଇଛି | ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୟ ପୁରା ଲାଇମ ଲାଇଟ ଲୁଟି ନେଇଛି କହିଲେ ଅତ୍ୟୁକ୍ତି ହେବନାହିଁ |   

ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ଅଭିନୟ କରିଥିବା ସଞ୍ଜନା କ୍ୟାନସରରେ ପୀଡିତ ଅଛନ୍ତି | ଫିଲ୍ମଟି କ୍ୟାନସର ପୀଡିତା ଜଣେ ଯୁବତୀଙ୍କ କାହାଣୀ ଉପରେ ଆଧାରିତ | ଆମେରିକାନ ରୋମାଣ୍ଟିକ ଫିଲ୍ମ ‘ଦ ଫଲ୍ଟ ଇନ ଆୱାର ଷ୍ଟର୍ସର ରିମେକ | ଫିଲ୍ମରେ ସୁଶାନ୍ତ ଓ ସଞ୍ଜନାଙ୍କ କେମିଷ୍ଟ୍ରି ବହୁତ ସୁନ୍ଦର ହୋଇଛି | ଫିଲ୍ମର ଟ୍ରେଲର ଦେଖି ଜଣାପଡୁଛି ଫିଲ୍ମର ଇମୋସନାଲ ସିନ ଏତେ ପାୱାରଫୁଲ ଯେ ଚରିତ୍ର ସହ ଆପଣ ମଧ୍ୟ କାନ୍ଦି ପକାଇବେ |

   Related Posts