Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ସୁଶାନ୍ତ ସିଂହ ରାଜପୁତଙ୍କ ୫୦ ସ୍ବପ୍ନ: ଟ୍ବିଟର ପେଜରେ ଏବେବି ଅଛି,କ’ଣ ସବୁ ରହିଗଲା ଅଧୁରା

15/06/2020 at 8:47 AM

ମୁମ୍ବାଇ ୧୫/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ରବିବାର (ଜୁନ୍ ୧୪)ରେ ବାନ୍ଦ୍ରା ସ୍ଥିତ ନିଜ ଆପାର୍ଟମେଣ୍ଟରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ମାତ୍ର ୩୪ବର୍ଷ ବୟସ ହୋଇଥିଲା। ଏବେ ସୁଦ୍ଧା ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ସାମନାକୁ ଆସିନାହିଁ। କିନ୍ତୁ ମୁମ୍ବାଇ ପୋଲିସର କହିବା ଅନୁସାରେ ତାଙ୍କ ଫ୍ଲାଟରୁ କିଛି ଔଷଧ ମିଳିଛି,ଯେଉଁଥିରୁ ଲାଗୁଛି ଯେ ସେ ଗତ କିଛି ମାସ ହେଲା ଡିପ୍ରେସନରେ ଥିଲେ। ତାଙ୍କ ଘରୁ କୌଣସି ସନ୍ଦେହଜନକ ଜିନିଷ ଜବତ ହୋଇନାହିଁ। ସୁଶାନ୍ତଙ୍କ ଅନେକ ସ୍ବପ୍ନ ଥିଲା ଯାହାକୁ ସେ ପୂରା କରିବାକୁ ଚାହୁଁଥିଲେ। ସେ ସୋସିଆଲ୍ ମିଡିଆରେ ତାଙ୍କ ଇଚ୍ଛାର ତାଲିକା ସେୟାର କରିଥିଲେ ଯାହାକୁ ସେ ନିଜ ଜୀବନରେ ପୂରା କରିବାକୁ ଚାହୁଁଥିଲେ।

ସୁଶାନ୍ତ ବିମାନ ଉଡ଼ାଇବାଠୁ ଆରମ୍ଭ କରି,ନେତ୍ରହୀନ ଲୋକଙ୍କୁ କମ୍ପ୍ୟୁଟର କୋଡିଂ ଶିଖାଇବାକୁ ଚାହୁଁଥିଲେ। ସେ ଲମ୍ବୋଗିନି ଗାଡ଼ି କିଣିବାକୁ ଚାହୁଁଥିଲେ। ଏହା ବ୍ୟତୀତ ସେ ପରିବେଶ ପାଇଁ ମଧ୍ୟ ଯୋଗଦାନ ଦେବାକୁ ଚାହୁଁଥିଲେ ଏବଂ ୧୦୦୦ ଗଛ ଲଗାଇବାକୁ ପ୍ରସ୍ତୁତି କରୁଥିଲେ। ସେ ତାଙ୍କ ତାଲିକାରେ ଟ୍ରେନରେ ୟୁରୋପ ଟ୍ରାଭେଲ୍ କରିବା ମଧ୍ୟ ଲେଖିଥିଲେ। ଡିଫେନ୍ସ ଫୋର୍ସ ପାଇଁ ଛାତ୍ରଙ୍କୁ ପ୍ରସ୍ତୁତ କରାଇବାକୁ ଚାହୁଁଥିଲେ,ମହିଳାଙ୍କୁ ଆତ୍ମସୁରକ୍ଷାର ଟ୍ରେନିଂ ଦେବା ଏବଂ କ୍ରିୟା ଯୋଗ ଶିଖାଇବା ଭଳି ଅନେକ ଜିନିଷ କରିବାକୁ ଚାହୁଁଥିଲେ।

ସୁଶାନ୍ତ ତାଙ୍କର କେତେ ସ୍ବପ୍ନକୁ ଅଧୁରା ଛାଡ଼ି ଚାଲିଗଲେ। ସୁଶାନ୍ତ ଶେଷ ଥର ଫିଲ୍ମ ‘ଛିଛୋରେ’ରେ ନଜର ଆସିଥିଲେ। ଫିଲ୍ମକୁ କ୍ରିଟିକ୍ସ ଏବଂ ଦର୍ଶକଙ୍କଠୁ ଖୁବ୍ ଭଲ ରେସପନ୍ସ ମିଳିଥିଲା।

   Related Posts