Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

୬ ମାସ ହେଲା ଡିପ୍ରେସନରେ ଥିଲେ ସୁଶାନ୍ତ : ଚାଲିଥିଲା ଚିକିତ୍ସା, ପୁଣି ହଠାତ ଏମିତି କ’ଣ ହେଲା ଯେ…

14/06/2020 at 3:44 PM

ମୁମ୍ବାଇ ୧୪/୦୬ : ବଲିଉଡର ଲୋକପ୍ରିୟ କଳାକାର ସୁଶାନ୍ତ ସିଂହ ରାଜପୁତ ରବିବାର ଦିନ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି | ତାଙ୍କ ଘରୋଇ ସହାୟକ ତାଙ୍କ ମୃତଦେହ ପଙ୍ଖାରେ ଝୁଲିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ | ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲାର ତଦନ୍ତ ଜାରି ରହିଛି |

ସୂତ୍ରରୁ ଜଣାପଡିଛି , ସୁଶାନ୍ତ ଗତ ୬ ମାସ ହେଲା ଡିପ୍ରେସନରେ ଥିଲେ | ସେଥିପାଇଁ ସେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ମଧ୍ୟ ଖାଉଥିଲେ | ଯେତେବେଳେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ସେତେବେଳେ ତାଙ୍କ ସାଙ୍ଗ ତାଙ୍କ ଘରେ ଥିଲେ | କିନ୍ତୁ ସେ ଅଲଗା କୋଠରୀରେ ଥିଲେ | ପୋଲିସ ତାଙ୍କ ସାଙ୍ଗକୁ ପଚରାଉଚୁରା କରିପାରେ | ୩ ଡାକ୍ତରଙ୍କ ଟିମ ମୃତଦେହ ବ୍ୟବଚ୍ଛେଦ କରୁଛନ୍ତି |

ତାଙ୍କ ଘରେ କାମ କରୁଥିବା ସହାୟକ ପୋଲିସକୁ କହିଛନ୍ତି ଯେ ଗତକାଲି ସେ ବହୁତ ଚିନ୍ତାରେ ଥିଲେ | ସହାୟକ ଆସି ବେଲ ମାରିଥିଲେ | କିନ୍ତୁ ବହୁତ ସମୟ ଯାଏଁ କବାଟ ନ ଖୋଲିବାରୁ ସେ ଅଲଗା ଚାବିରେ କବାଟ ଖୋଲିଥିଲେ | ଘର ଭିତରକୁ ପ୍ରବେଶ କରି ସେ ଦେଖିଲେ ସୁଶାନ୍ତଙ୍କ ମୃତଦେହ ପଙ୍ଖାରେ ଝୁଲୁଛି | 

ସୂଚନାଯୋଗ୍ୟ ଯେ, ୬ ଦିନ ପୂର୍ବରୁ, ଜୁନ ୮ ତାରିଖରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟନ ମୁମ୍ବାଇର ଏକ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ | ମୁମ୍ବାଇ ମଲାଡ଼ ସ୍ଥିତ ଏକ ଆପାର୍ଟମେଣ୍ଟର ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ | ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା | ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ |

ସୁଶାନ୍ତ ୧୯୮୬ ମସିହା ଜାନୁଆରୀ ୨୧ ତାରିଖରେ ବିହାର ପାଟଣାରେ ଜନ୍ମ ହୋଇଥିଲେ | ୨୦୦୦ ମସିହା ଆରମ୍ଭ ଆଡକୁ ତାଙ୍କ ପରିବାର ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲେ | ସୁଶାନ୍ତଙ୍କ ୪ ଭଉଣୀ | ୪ ଭଉଣୀରେ ସେ ଜଣେ ଭାଇ ଥିଲେ | 

   Related Posts