Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସୁଶାନ୍ତ ମୃତ୍ୟୁ ମାମଲା: ସନ୍ଦୀପ୍ କହିଲେ ସୁଶାନ୍ତଙ୍କ ପରିବାର ସହ ଛିଡ଼ା ହୋଇ ଭୁଲ ହେଇଗଲା, ସେୟାର୍ କଲେ ହ୍ୱାଟ୍ସଆପ୍ ଚାଟ୍

7/09/2020 at 2:54 PM

ମୁମ୍ବାଇ ୦୭/୦୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଖିଅ ଏବେ ସୁଦ୍ଧା ମିଳିପାରି ନାହିଁ। କ୍ରମାଗତ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ସୁଶାନ୍ତ ମୃତ୍ୟୁ ମାମଲାରେ ତାଙ୍କ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂହ ଏବେ ପ୍ରଶ୍ନ ଘେରରେ ରହିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ସନ୍ଦୀପ ତାଙ୍କ ଘରେ ପୋଷ୍ଟମର୍ଟମ ଓ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ରହିଥିଲେ। ଏବେ ତାଙ୍କ ଉପରେ ଅଭିଯୋଗ ଆସିବାରୁ ମାମଲାରେ ସେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‘‘ଯଦି ମୁଁ ଜୋରରେ କାନ୍ଦିଥାନ୍ତି ତାହେଲେ କଣ ତାଙ୍କ ସାଙ୍ଗ ବୋଲି କୁହାଯାଇଥାନ୍ତି ? କେବେ ତାଙ୍କ ସାମ୍ନାରେ ସୁଶାନ୍ତ ଡ୍ରଗ୍ସ ନେଇ ନାହାନ୍ତି। ରିୟା ତାଙ୍କ ବିଷୟରେ ଯାହା କହିଛନ୍ତି, ସେ କଥା କେବଳ ରିୟାଙ୍କୁ ଜଣା।’’

ଫିଲ୍ମ ନିର୍ମାତା ସନ୍ଦୀପ ସିଂହ ଏହା ସହ ତାଙ୍କର ଓ ସୁଶାନ୍ତ ସିଂହଙ୍କ ହ୍ୱାଟ୍ସ ଆପ ଚାଟ୍‌କୁ ମଧ୍ୟ ସେୟାର କରିଛନ୍ତି। ଜୁନ୍ ୧୪ ପରେ ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ତାଙ୍କ ପରିବାର ସହ ହସ୍ପିଟାଲ ରେ ଥିଲେ। ଯେଉଁ ଚାଟ୍ ସାମ୍ନାକୁ ଆସିଛି ସେଥିରେ ଲେଖା ଅଛି, ‘ସରି ଭାଇ, ମୋ ନିରବତା ୨୦ ବର୍ଷରେ ତିଆରି କରିଥିବା ଇମେଜ୍ ଓ ପରିବାରକୁ ଅଲଗା କରି ଦେଇଛି। ଆଜି ମୁଁ ଆମର ପର୍ସନାଲ ଚାର୍ଟକୁ ଲୋକଙ୍କ ସାମ୍ନାରେ ରଖୁଛି। କାରଣ ଏହା ବ୍ୟତୀତ ମୋ ପାଖରେ ଅନ୍ୟ କିଛି ରାସ୍ତା ନାହିଁ।’

ସୁଶାନ୍ତଙ୍କ ମୃତ୍ୟୁ ପରେ ସନ୍ଦୀପ ସୁଶାନ୍ତଙ୍କ ଭାଇ ଓ ଭିଣୋଇଙ୍କ ସହ କଥା ହୋଇଥିବା ଦେଖିବାକୁ ମିଳିଛି। ସେ ଚାର୍ଟ ସେୟାର କରି ଲେଖିଛନ୍ତି, ‘‘ଜୁନ୍ ୧୪ରେ ଯେତେବେଳେ ତମ ବିଷୟରେ ଶୁଣିଲି, ମୁଁ ନିଜକୁ ଅଟକାଇ ପାରିଳି ନାହିଁ। ତମ ଘରେ ମିତୁ ଦିଦିଙ୍କ ବ୍ୟତୀତ ଅନ୍ୟ କାହାକୁ ନ ଦେଖି ଆଶ୍ଚର୍ଯ୍ୟ ଲାଗିଲା। ଆଜି ବି ଭାବୁଛି ସେଦିନ ସେହି କଠିନ ସମୟରେ ତମ ଭଉଣୀ ସହ ଛିଡ଼ା ହୋଇ ମୁଁ କିଛି ଭୁଲ କରିଛି ନା ମୋର ତମ ସାଙ୍ଗମାନଙ୍କ ଆସିବା ଯାଏଁ ଅପେକ୍ଷା କରିବାର ଥିଲା।

 ‘ସମସ୍ତେ କହୁଛନ୍ତି ତମ ପରିବାର ଲୋକ କେହି ମୋତେ ଜାଣି ନାହାନ୍ତି। ଏ କଥା ସତ ‌ଯେ ତୁମ ପରିବାର ସହ ଦେଖା କରିନି। କିନ୍ତୁ ସହର‌ରେ ଶୋକରେ ଥିବା ଜଣେ ଭଉଣୀର ତା ଭାଇ ଅନ୍ତିମ ସଂସ୍କାର କରିବା କଣ ଭୁଲ? ଆମ୍ବୁଲାନ୍ସ ଡ୍ରାଇଭର ବୟାନ ପରେ ତାଙ୍କ ଉପରେ ଉଠୁଥିବା ପ୍ରଶ୍ନରେ ସେ କେବଳ ଏତିକି କହିବାକୁ ଚାହିଁଛନ୍ତି।

କୁହାଯାଉଛି ବର୍ଷେ ହେବ ସେ ସୁଶାନ୍ତଙ୍କୁ ଫୋନ୍ କରି ନ ଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ହଠାତ୍ କିପରି ସକ୍ରିୟ ହୋଇଗଲେ ତାଙ୍କୁ ପଚାରାଯିବାରୁ ସେ କହିଛନ୍ତି ସେ ବିହାରୀ ପରିବାର। ଯଦି କେହି ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଦେଖିଲେ କାନ୍ଧ ଦେଇଥାଉ। ସେ ତାଙ୍କ ସାଙ୍ଗ ଥିଲେ। ୨୦୧୧ରୁ ସୁଶାନ୍ତଙ୍କ ସହ ତାଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା। ଛିଛୋରେ ଓ ଡ୍ରାଇଭ୍ ଫିଲ୍ମରେ ବ୍ୟସ୍ତ ଥିବାରୁ ସୁଶାନ୍ତଙ୍କ ସହ ତାଙ୍କ ଭେଟ ହୋଇ ନ ଥିଲା। ଦେଖା ହେଉ ନ ଥିଲା, ତା’ ଅର୍ଥ ନୁହେଁ ‌ଯେ ଦୂହେଁ ସାଙ୍ଗ ନୁହନ୍ତି।

ଯେଉଁମାନେ ଏବେ ତାଙ୍କ ଉପରେ ଅଭିଯୋଗ ଆଣୁଛନ୍ତି ସେମାନଙ୍କୁ ସେ ପାଲଟା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ସେମାନଙ୍କୁ ଉତ୍ତର ଦେବା ଦରକାର ଯେ ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ପ‌ରେ ତାଙ୍କ ଘର, ହସ୍ପିଟାଲ କି ଅନ୍ତିମ ସଂସ୍କାରରେ ସାମିଲ ହେଲେ ନାହିଁ କାହିଁକି? ସେମାନେ ତାଙ୍କ ପରିବାର ସହ କାହିଁକି ଛିଡ଼ା ହେଲେ ନାହିଁ ?

ସୂଚନାଯୋଗ୍ୟ ପୂର୍ବରୁ ସନ୍ଦୀପଙ୍କ ଉପରେ ଅଭିଯୋଗ ଥିଲେ ସେସବୁକୁ ସେ ମିଛ ବୋଲି କହିଥିଲେ। ତାଙ୍କ ବିଷୟରେ ମିଛ ଗୁଜବ ସୃଷ୍ଟି କରାଯାଉଥିବା ସେ କହିଥିଲେ।

   Related Posts