Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଅଧୁରା ରହିଗଲା ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଫିଲ୍ମ : ପୋଷ୍ଟର ରିଲିଜ କରି ସାଙ୍ଗ କହିଲେ, ‘ମୁଁ ପୁରା କରିବି ଆମ ସ୍ବପ୍ନ’

21/06/2020 at 12:47 PM

ମୁମ୍ବାଇ ୨୧/୦୬ : ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଦେଶ ଭକି ଫିଲ୍ମ ‘ବନ୍ଦେ ମାତରମ’ ଫିଲ୍ମ ନିର୍ମାଣ କ୍ଷେତ୍ରରେ କାମ କରିବାର ଥିଲା | ଫିଲ୍ମର ସ୍କ୍ରିପ୍ଟ ରାଜ ଶାଣ୍ଡିଲ୍ୟ ଲେଖିଛନ୍ତି | ଏହି ଫିଲ୍ମ ନିର୍ଦେଶକ ସନ୍ଦୀପ ସିଂହଙ୍କ ପ୍ରଥମ ନିର୍ଦେଶିତ ଫିଲ୍ମ | ସନ୍ଦୀପ ସିଂହ କହିଛନ୍ତି ଯେ ସେ ସୁଷଣ୍ତ ସିଂହଙ୍କ ଭଲ ବନ୍ଧୁ | ଶନିବାର ଦିନ ସନ୍ଦୀପ ସିଂହ ନିଜ ଇନ୍ସଟାଗ୍ରାମ ପେଜରେ ଏକ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି | ଏହି ଫିଲ୍ମରେ ଉଭୟ କାମ କରିବାର ଥିଲା |

ସନ୍ଦୀପ ସିଂହ ଇନ୍ସଟାଗ୍ରାମରେ ପୋଷ୍ଟର ସେୟାର କରି ଲେଖିଛନ୍ତି ଯେ, ‘ସୁଶାନ୍ତ ଆପଣ ମୋତେ ପ୍ରତିଶୃତି ଦେଇଥିଲେ ଯେ ମୋର ନିର୍ଦେଶନାରେ ପଦାର୍ପଣ ଆପଣଙ୍କ ସହିତ ହେବ | ଫିଲ୍ମର ସ୍କ୍ରିପ୍ଟ ରାଜ ଶାଣ୍ଡିଲ୍ୟ ଲେଖିଛନ୍ତି ଏବଂ ଆମେ ଏହାକୁ ଏକାସଙ୍ଗେ ନିର୍ଦେଶନା ଦେଇଥାନ୍ତେ | ମୋତେ ଆପଣଙ୍କ ବିଶ୍ୱାସ ଦରକାର | ଆପଣ ମୋ ଉପରେ ଯେଉଁ ବିଶ୍ୱାସ ଦେଖାଇଥିଲେ ତାହା ମୋର ସାହସ | ଏବେ ଆପଣ ଚାଲିଗଲେ…ମୁଁ ହଜିଯାଇଛି, ହେଲେ ଭାଇ ମୁଁ ପ୍ରତିଶୃତି ଦେଇଥିଲି ମିଶିକି ଫିଲ୍ମ ନିର୍ଦେଶନା ଦେବା ପାଇଁ | ଏବେ ଆପଣ ହିଁ କୁହନ୍ତୁ ମୁଁ ଏହି ସ୍ବପ୍ନ କିଭଳି ପୁରା କରିବି ? ଆପଣ ଯେଉଁଭଳି ମୋ ହାତ ଧରିଥିଲେ ସେହିଭଳି ଆଉ କିଏ ମୋ ହାତ ଧରିବ ? ମୋତେ ଶକ୍ତି କିଏ ଦେବ, ମୋ ଭାଇ ?’

ସନ୍ଦୀପ ଆଗକୁ ଲେଖିଛନ୍ତି, ‘ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି, ମୁଁ ଏହି ଫିଲ୍ମ ନିଶ୍ଚୟ କରିବି ଏବଂ ଏହା ସୁଶାନ୍ତ ସିଂହ ରାଜପୁତଙ୍କୁ ସ୍ନେହଭରା ଶ୍ରଦ୍ଧାଞ୍ଜଳି ହେବ, ଯିଏ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଛି ଏବଂ ଆଶା ଦେଇଛନ୍ତି ଯେ ସବୁକିଛି ସମ୍ଭବ ! ବାସ ସ୍ବପ୍ନ ଦେଖା ଓ ନିଜ ଉପରେ ବିଶ୍ୱାସ ରଖ ! ଆମେ ଏହି ଫିଲ୍ମକୁ ନେଇ କେତେ ଆଲୋଚନା କରିଥିଲେ | ଆମ ଦୁଇଜଣଙ୍କ ସ୍ବପ୍ନ ଥିଲା ଏହି ଫିଲ୍ମକୁ ମିଶି ତିଆରି କରିବା | ଏବେ ମୁଁ କେବଳ ଆପଣଙ୍କ ସ୍ମୃତି ସହିତ ରହିଯାଇଛି | ଏବେ ଆମର ଏହି ଫିଲ୍ମର ପୋଷ୍ଟର ସତ ହେବ | ମା ଭାଇ, ଏହି ଫିଲ୍ମ ଆପଣଙ୍କ ଆତ୍ମାର ଅଖଣ୍ଡ ଜ୍ୟୋତିର ପ୍ରତୀକ |’

   Related Posts