Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦର୍ଶକଙ୍କୁ ଇମୋସନାଲ୍ କଲା ସୁଶାନ୍ତଙ୍କ ଏହି ଫଟୋ : ସୋସିଆଲ୍ ମିଡିଆରେ ଭାଇରାଲ୍

25/06/2020 at 11:18 AM

ମୁମ୍ବାଇ ୨୫/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଏପରି ହଠାତ୍ ସମସ୍ତଙ୍କୁ ଛାଡ଼ି ଚାଲିଯିବା ପରେ ନେପୋଟିଜମ୍ ଏବଂ ଡିସକ୍ରିମିନେସନକୁ ନେଇ ଅନେକ ବିବାଦ ଚାଲିଛି। କିନ୍ତୁ ସେହି ବାପାଙ୍କ ପାଇଁ ଏହାର କୌଣସି ଅର୍ଥ ନାହିଁ କାରଣ ତାଙ୍କ ପୁଅ ଆଉ ଏହି ସଂସାରରେ ନାହାନ୍ତି। ସୁଶାନ୍ତଙ୍କ ବାପାଙ୍କ ପାଇଁ ତାଙ୍କର ଏପରି ଚାଲିଯିବା ଯାହାକୁ କୌଣସି ଜିନିଷରେ ପୂରଣ କରାଯାଇପାରିବ ନାହିଁ।

ସୁଶାନ୍ତଙ୍କ ଯିବା ପରେ ତାଙ୍କ ପ୍ରଶଂସକ ଏବେ ତାଙ୍କ ପୁରୁଣା ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ନିଜ ପ୍ରିୟ ଅଭିନେତାଙ୍କୁ ସ୍ମରଣ କରୁଛନ୍ତି। ଏହି ସମୟରେ ଏକ ଏପରି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହା ହୃଦୟକୁ ବହୁତ ଆଘାତ ଦେଉଛି। ଏହି ଫଟୋ ହେଉଛି ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂହଙ୍କ।

ସୁଶାନ୍ତଙ୍କ ବାପା ଏକ ଚଉକିରେ ମାସ୍କ ଲଗାଇ ଦୁଃଖୀ ହୋଇ ବସିଥିବା ନଜର ଆସିଛନ୍ତି ଏବଂ ତାଙ୍କ ପଛରେ ତାଙ୍କ ଦିବଂଗତ ପୁଅ ସୁଶାନ୍ତଙ୍କ ଫଟୋରେ ମାଳ ପିନ୍ଧାଯାଇଛି। ଏହି ଫଟୋ ସୁଶାନ୍ତଙ୍କ ପ୍ରାର୍ଥନା ସଭାର। ସୁଶାନ୍ତଙ୍କ ପ୍ରଶଂସକ ଏହି ଫଟୋକୁ ସୋସିଆଲ୍‌ ମିଡିଆରେ ​‌ସେୟାର କରୁଛନ୍ତି। ଏହି ଫଟୋ ସହ ପ୍ରଶଂସକ ମର୍ମସ୍ପର୍ଶୀ କ୍ୟାପସନ୍ ମଧ୍ୟ ଲେଖୁଛନ୍ତି।

ସୁଶାନ୍ତ ନିଜ କ୍ୟାରିୟରରେ ବହୁତ ଭଲ କରୁଥିଲେ। ସେ ନିଜ କ୍ୟାରିୟରରେ ଏବେ ସୁଦ୍ଧା ଅନେକ ହିଟ୍ ଫିଲ୍ମ ଦେଇଥିଲେ ଏବଂ କିଛି ଦିନ ପରେ ତାଙ୍କ ଆଗାମୀ ଫିଲ୍ମ ଦିଲ ବେଚାରା ରିଲିଜ ହେବାକୁ ଥିଲା। ୨୦୧୯ମସିହାରେ ରିଲିଜ ହୋଇଥିବା ଛିଛୋରେ ଜବରଦସ୍ତ ହିଟ୍ ହୋଇଥିଲା।

   Related Posts