Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପତ୍ତି ଉପରେ ନିଜର ଅଧିକାର ସାବ୍ୟସ୍ତ କଲେ ପିତା କେକେ ସିଂହ

20/08/2020 at 11:23 AM

ପାଟନା ୨୦/୦୮ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ଫଇସଲା ଆସିବା ପରେ ତାଙ୍କ ପିତା କେକେ ସିଂହ ପୁଅ ସମ୍ପତ୍ତି ଉପରେ ନିଜର ଅଧିକାର ଥିବା ଦାବି କରିଛନ୍ତି | କେକେ ସିଂହ ପ୍ରେସ ବୟାନ ଜାରି କରି କହିଛନ୍ତି ଯେ ଆଇନ ଅନୁଯାୟୀ ସୁଶାନ୍ତଙ୍କ ସମ୍ପତ୍ତି ଉପରେ ତାଙ୍କର ଅଧିକାର ରହିଛି | ବୟାନରେ ସେ ଲେଖିଛନ୍ତି ଯେ, ସୁଶାନ୍ତ ଯେଉଁ ଓକିଲ, ସିଏ ଏବଂ ପ୍ରଫେସନାଲଙ୍କୁ କାମରେ ରଖିଥିଲେ, ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ସମସ୍ତଙ୍କ ସେବା ସମାପ୍ତ କରିଛନ୍ତି |

କେକେ ସିଂହ କହିଛନ୍ତି ଯେ, ତାଙ୍କ ସହମତି ବିନା କୌଣସି ଓକିଲ, ସିଏ କିମ୍ବା ଅନ୍ୟ କାହାକୁ ସୁଶାନ୍ତଙ୍କ ସମ୍ପତ୍ତି ଉପରେ ପ୍ରତିନିଧିତ୍ବ କରିବାର ଅଧିକାର ନାହିଁ | ନିକଟରେ କିଛି ଓକିଲ ଗଣମାଧ୍ୟମ ସମ୍ମୁଖରେ ସେମାନେ ସୁଶାନ୍ତଙ୍କ ଓକିଲ ବୋଲି ଦାବି କରିଥିଲେ | ଏହି ଓକିଲମାନେ ସୁଶାନ୍ତ ଓ ସେମାଙ୍କ ମଧ୍ୟରେ ହୋଇଥିବା କିଛି କଥାବାର୍ତ୍ତା ସମ୍ପର୍କରେ କହିଥିଲେ | ଏହିଭଳି କଥାବାର୍ତ୍ତାର ଖୁଲାସା ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ୧୮୭୨ ସେକ୍ସନ ୧୨୬ ଏବଂ ବାର କାଉନ୍ସିଲ ଅଫ ଇଣ୍ଡିଆ ନିୟମ ଅନୁଯାୟୀ ବର୍ଜିତ |

ପ୍ରେସ ବୟାନରେ ସୁଶାନ୍ତଙ୍କ ପିଲା ଲେଖିଛନ୍ତି ଯେ, ‘ମୁଁ ସ୍ପଷ୍ଟ କରିଦେଉଛି ଯେ ମୁଁ ଓ ମୋ ଝିଅମାନେ ଏସକେବି ଲ ଅଫିସ, କାମର୍ସିୟାଲ ବରୁଣ ସିଂହଙ୍କୁ ଓକିଲ ଭାବେ ଅଧିକୃତ କରିଛୁ | ଏହାସହ ବରିଷ୍ଠ ଓକିଲ ବିକାଶ ସିଂହ ମୋ ପରିବାରକୁ ରିପ୍ରେଜେଣ୍ଟ କରିବାକୁ ଅଧିକୃତ | ଅନ୍ୟ କାହାକୁ ସହମତି ନାହିଁ |’

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ସୁପ୍ରିମକୋର୍ଟ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ଫଇସଲା ଶୁଣାଇଛନ୍ତି | ସିବିଆଇ ଏହି ମାମଲାର ତଦନ୍ତ କରିବ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି |

   Related Posts