CBIର ମନ୍ଥର ତଦନ୍ତକୁ ଦେଖି ସୁଶାନ୍ତଙ୍କ ପ୍ରଶଂସକ ହରାଇଲେ ଧୈର୍ଯ୍ୟ : ଟ୍ବିଟ୍ କରି ହତ୍ୟାକାରୀଙ୍କ ନାଁ କହିବାକୁ କଲେ ଦାବି
27/11/2020 at 3:54 PM

ମୁମ୍ବାଇ ୨୭/୧୧: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକକୁ ୫ମାସରୁ ଅଧିକ ସମୟ ବିତିଗଲାଣି। ଏହି ୫ମାସ ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚରେ ଅନେକ ମୋଡ଼ ଆସି ସାରିଛି। ମୁମ୍ବାଇ ପୋଲିସ୍ ହାତରୁ ଏହି ମାମଲା ସିବିଆଇର ବିଶେଷ ଟିମ୍ ହାତକୁ ଆସି ସାରିଛି। ଏଥିରେ ମନି ଲଣ୍ଡ୍ରିଂ ଏବଂ ଡ୍ରଗ୍ସ ମାମଲା ମଧ୍ୟ ସାମନାକୁ ଆସିଛି। ଏନସିବି ଏହି ମାମଲାରେ ଜୋରଦାର ଆକ୍ସନ ନେଉଥିବାବେଳେ ସିବିଆଇ ଟିମ୍ ଏହି ମାମଲାରେ ଢ଼ିଲା ଦେଖାଉଛି।

ଅଗଷ୍ଟ ମାସରେ ସିବିଆଇ ଏସଆଇଟି ମୁମ୍ବାଇ ଆସି ମାମଲାର ତଦନ୍ତ କରୁଥିଲା। ସୁଶାନ୍ତଙ୍କ କେସ୍ ସହ ଜଡ଼ିତ ଲୋକଙ୍କୁ ଦୀର୍ଘ ସମୟ ପଚରାଉଚରା କରିଥିଲା। କିନ୍ତୁ ସିବିଆଇ ଏସଆଇଟି ଏଯାଏଁ ନିଜର ତଦନ୍ତ ରିପୋର୍ଟ ଦେଇନାହିଁ କି କୌଣସି ଏହି କେସର କୌଣସି ଅପଡେଟ୍ ଦେଇନାହିଁ। ସିବିଆଇର ଏହି ମାନ୍ଦା କାର୍ଯ୍ୟ ଦ୍ବାରା ସୁଶାନ୍ତଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକ ଅସନ୍ତୁଷ୍ଟ ଅଛନ୍ତି।

ରବିବାର ସକାଳୁ ଟ୍ବିଟରରେ #CBINameSSRKillers ହ୍ୟାଶଟ୍ୟାଗ୍ ଟ୍ରେଣ୍ଡ କରୁଛି। ଏହି ହ୍ୟାଶଟ୍ୟାଗ୍ ଜରିଆରେ ପୁଣି ଥରେ ସୋସିଆଲ୍ ମିଡିଆ ୟୁଜର୍ସ ସିବିଆଇ ତଦନ୍ତକୁ ନେଇ ନିଜ ପ୍ରତିକ୍ରିୟା ଦେଖାଇଛନ୍ତି ଏବଂ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି ଯେ – ସେ ଫେରି ଆସିବା ଅସମ୍ଭବ କିନ୍ତୁ ତାଙ୍କୁ ନ୍ୟାୟ ଦେବା ସମ୍ଭବ ଏବଂ ତାଙ୍କୁ ବିଶ୍ବାସ ରହିଛି ଯେ ଈଶ୍ବର ଆମ ସହ ଅଛନ୍ତି ନ୍ୟାୟ,ନ୍ୟାୟ ଏବଂ କେବଳ ନ୍ୟାୟ। ଆମକୁ ସୁଶାନ୍ତଙ୍କ ପାଇଁ କେବଳ ନ୍ୟାୟ ଦରକାର। ବୋଧ ହୁଏ ତୁରନ୍ତ ନୁହେଁ କିନ୍ତୁ ନିଶ୍ଚିତ ଭାବେ ତାଙ୍କୁ ନ୍ୟାୟ ମିଳିବ। #CBINameSSRKillers

ଆଉ ଜଣେ ୟୁଜର ଲେଖିଛନ୍ତି ଯେ – CBI, ଆମେ ଏବେ ବି ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟାକାରୀଙ୍କ ମୁଖା ଖୋଲିବା ପାଇଁ ଆପଣଙ୍କ ଅପେକ୍ଷା କରିଛୁ। ବିଳମ୍ବ କାହିଁକି? ୫ମାସରୁ ଅଧିକ ଦିନ ବିତିଯାଇଛି ଏବଂ କିଛି ଗିରଫ ହୋଇନାହିଁ? ହତ୍ୟାକାରୀ ଖୋଲାରେ ବୁଲୁଛନ୍ତି।
