ଡ୍ରଗ୍ସ ମାମଲାରେ ନାଁ ଆସିବାରୁ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲେ ରକୁଲ ପ୍ରୀତ ସିଂହ, ଆଜି ହେବ ଯାଚିକାର ଶୁଣାଣି

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭/୦୯: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ତଦନ୍ତରେ ରିୟା ଚକ୍ରବର୍ତୀ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ନାଁ ନେଇଛନ୍ତି। ଡ୍ରଗ୍ସ ମାମଲା​‌ରେ ମିଡିଆରେ ନାଁ ଆସିବାରୁ ରକୁଲ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସେ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କରିଛନ୍ତି। ସେଥିରେ କୁହାଯାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଏକ ନିର୍ଦେଶ ଜାରି କରାଯାଉ ଓ ମିଡିଆରେ ତାଙ୍କ ବିଷୟରେ କିଛି କୁହା ନ ଯାଉ। ଆଜି ତାଙ୍କର ଏହି ଯାଚିକା ଉପରେ ଶୁଣାଣି ହେବ।

ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନିସିବି) କହିଥିଲା ଡ୍ରଗ୍ସ ମାମଲାରେ ରିୟା ରକୁଲ ପ୍ରୀତ ସିଂହ, ସାରା ଅଲୀ ଖାନ ଓ ଡିଜାଇନର ସମୋନ ଖବାଂଟାଙ୍କ ନାଁ ନେଇ ଥିଲେ। ଏନସିବିର ଡେପୁଟି ନିର୍ଦେଶକ କେପିଏସ ମଲହୋତ୍ରା କହିଛନ୍ତି ତଦନ୍ତ ଏଜେନ୍ସି ଏବେ ସୁଦ୍ଧା ଏମାନଙ୍କୁ ସମନ ପଠାଇ ନାହିଁ। ଏଜେନ୍ସି ଗତ ଶନିବାର ମୁମ୍ବାଇ ଓ ଗୋଆରେ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଥିଲା। ବାନ୍ଦ୍ରାରେ ରହୁଥିବା କର୍ମଜୀତ ସିଂହ ଓରଫ କେଜେଙ୍କୁ ଏନସିବି ଅଫିସକୁ ଜେରା ପାଇଁ ନିଆଯାଇଥିଲା ଓ ପରେ ତାଙ୍କୁ ଗିରଫ କରାଗଲା।

ସୁଶାନ୍ତଙ୍କ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଏନସିବି ଏବେ ସୁଦ୍ଧା ରିୟାଙ୍କ ସମେତ ୧୭ ଜଣଙ୍କୁ ଗିରଫ କରିଛି। ରିୟାଙ୍କ ବ୍ୟତୀତ ସାମୁଏଲ ମିରାଣ୍ଡା, ଦୀପେଶ ସାଓ୍ବନ୍ତ, ରିୟାଙ୍କ ଭାଇ ସୌଭିକ ଓ ଛଅ ଜଣ ଡ୍ରଗ୍ସ ପେଡଲରଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ ରିୟା ଓ ତାଙ୍କ ଭାଇ ସୌଭିକଙ୍କୁ ସେପ୍ଟେମ୍ବର ୨୨ରେ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଥିଲା। ଏବେ ମିରାଣ୍ଡା, ସାଓ୍ବନ୍ତ, ଜୈଦ ବିଲାତ୍ରା ଓ ଅବଦୁଲ ଓ୍ବାସିର ବିଚାର ବିଭାଗୀୟ ହେପାଜତରେ ଅଛନ୍ତି। ତେବେ ଜୁନ୍ ୧୪ରେ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଫ୍ଲାର୍ଟରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.