Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଡାକ୍ତରଙ୍କ ଦାବି: ସୁଶାନ୍ତ କହୁଥିଲେ ବଞ୍ଚିବାକୁ ଇଚ୍ଛା ନାହିଁ

4/09/2020 at 5:17 PM

ନୂଆଦିଲ୍ଲୀ ୦୪/୦୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କୁ ଚିକିତ୍ସା କରିଥିବା ଜଣେ ଡାକ୍ତରଙ୍କ ବୟାନ ଏବେ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଗତ ବର୍ଷ ନଭେମ୍ବରରେ ସୁଶାନ୍ତଙ୍କ ଚିକିତ୍ସା କରୁଥିବା ଜଣେ ଡାକ୍ତର ମୁମ୍ବାଇ ପୋଲିସକୁ ସୁଶାନ୍ତଙ୍କ ସ୍ବାସ୍ଥ୍ୟ ତଥା ମାନସିକ ଅବସ୍ଥା ବାବଦରେ ଜଣାଇଛନ୍ତି। ୨୦୧୯ ନଭେମ୍ବର ୨୭ ତାରିଖରେ ସୁଶାନ୍ତ ହିନ୍ଦୁଜା ହେଲ୍ଥ କେୟାର ହସ୍ପିଟାଲରେ ଭର୍ତି ହୋଇଥିଲେ। ସେହି ଡାକ୍ତର ସୁଶାନ୍ତଙ୍କ ଚେକଅପ୍ କରିଥିଲେ । ସୁଶାନ୍ତ ଡାକ୍ତରଙ୍କୁ କହିଥିଲେ ଯେ ସେ ଡିପ୍ରେସନ୍ ଦେଇ ଗତି କରୁଛନ୍ତି। ତାଙ୍କୁ ନିଦ ଲାଗୁ ନ ଥିଲା କି ଭୋକ ହେଉ ନ ଥିଲା। ତାଙ୍କୁ ଜୀବନରେ କିଛି ବି ଭଲ ଲାଗୁ ନ ଥଲା। ସେ ଏକଥା ବି କହିଥିଲେ ଆଉ ବଂଚିବାକୁ ଇଚ୍ଛା ନାହିଁ।

ଡାକ୍ତର ଏକଥା ବି କହିଛନ୍ତି ଯେ ସୁଶାନ୍ତ କେବେ ଆତ୍ମହତ୍ୟା କରିବା କତା ଚିନ୍ତା କରି ନ ଥିଲେ। କିନ୍ତୁ ତାଙ୍କ ଅବସ୍ଥା ଦେଖି ଲାଗୁଥିଲା ସେ ଦୀର୍ଘ ସମୟ ଡିପ୍ରେସନରେ ଥିଲେ।  ଡାକ୍ତର କହିଛନ୍ତି ସୁଶାନ୍ତ ଯେମିତି ଚାହୁଥିଲେ ସେମିତି କିଛି ହେଉ ନ ଥିଲା। ସେଥିପାଇଁ ତାଙ୍କ ମସ୍ତିଷ୍କରେ ନକାରାତ୍ମକ ଚିନ୍ତାଧାରା ଆସୁଥିଲା। ଡାକ୍ତର ତାଙ୍କୁ ନଭେମ୍ବର ୩୦ରେ ହସପିଟାଲରୁ ଡିସଚାର୍ଜ କରିଥିଲେ।

ତେବେ ଏନସିବିକୁ ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ ଲିଙ୍କ ଜଣାପଡ଼ିବାରୁ ଆଜି ସକାଳୁ ଏନସିବି ଟିମ୍ ସାମୁଏଲ ଓ ରିୟା ଚକ୍ରବର୍ତୀଙ୍କ ଘରେ ଚଢ଼ଉ କରିଛି। ଏହା ସହ ଜେରା ପାଇଁ ଦୁହିଁଙ୍କୁ ସମନ ଜାରି କରିଛି। ତେବେ ସାମୁଏଲକୁ ପଚରାଉଚରା ପାଇଁ ଏନସିବି ନିଜ ସାଙ୍ଗରେ ନେଇଛି।

   Related Posts