ଆଉ ୫ ମାସ ପରେ ବିବାହ କରିଥାନ୍ତେ ସୁଶାନ୍ତ, କିନ୍ତୁ...

Published By : Prameya-News7 Bureau | June 14, 2020 IST

ମୁମ୍ବାଇ, ୧୪|୦୬ : ଅଭିନେତା ସୁଶାନ୍ତ ସିଂଙ୍କ ନିଧନରେ ସାରା ବଲିଉଡରେ ଶୋକର ଛାୟା ଖେଳିଯାଇଚି । ଯେଉଁ ଅଭିନେତାଙ୍କୁ ବଲିଉଡର ଜଣେ ଷ୍ଟାର୍ ଭାବେ ଗଣାଯାଉଥିଲା ସେ ନିଜ ଜୀବନ ହାରିଛନ୍ତି । ଚଳିତ ବର୍ଷ ନଭେମ୍ବରରେ ସୁଶାନ୍ତଙ୍କ ବିବାହ ହେବା ନେଇ ସ୍ଥିର ହୋଇଥିବା ଖବର ଆସିଛି ।

ସୁଶାନ୍ତଙ୍କ ଦାଦା  ପୁଅ ଭାଇ ପନ୍ନା ସିଂ କହିଛନ୍ତି ଯେ, ଅଭିନେତାଜଣଙ୍କ ଅତିଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ଘରେ ବିବାହର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିଲା । ସୁଶାନ୍ତ ବିହାରରେ ଜନ୍ମ ହୋଇଛନ୍ତି । ତାଙ୍କର ଅନେକ ସମ୍ପର୍କୀୟ ମଧ୍ୟ ବିବାହରେ ଯୋଗ ଦେବା ନେଇ ପ୍ରସ୍ତୁତ ହୋଇସାରିଥିଲେ । ଘରେ ଖୁସିର ମାହୋଲ ଥିଲା ।

ତେବେ ସେ କାହାକୁ ବିବାହ କରିଥାନ୍ତେ, କୌଣସୀ ଅଭିନେତ୍ରୀ ନା ମଡେଲ ନା ଆଉ କେହି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେ ବିବାହ କରିବା ପାଇଁ ରାଜି ଥିବା ସୂଚନା ମିଳିଛି । ବିବାହ ନଭେମ୍ବରରେ ହେବା ନେଇ ଅଧିକ ସମ୍ବାବନା ଥିଲା ।  କିନ୍ତୁ ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ମୁମ୍ବାଇରୁ ବିହାର ଯାଏଁ ଶୋକର ଛାୟା ଖେଳିଯାଇଛି । ସମସ୍ତେ ଏହି ଅଭିନେତାଙ୍କୁ ମନେ ପକାଉଛନ୍ତି ।

ମୁମ୍ବାଇ ପୋଲିସର କହିବାନୁସାରେ, ସୁଶାନ୍ତ ୫ ମାସ ହେଲା ଡିପ୍ରେସନରେ ଥିଲେ । କେଉଁ କାରଣରୁ ସେ ଡିପ୍ରେସନରେ ଥିୱେ ତାହା ଜଣାପଡି ନାହିଁ । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.