Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ଏମ୍ସ ରିପୋର୍ଟରୁ ଆଜି ହେବ ଖୁଲାସା

4/09/2020 at 12:27 PM

ମୁମ୍ବାଇ ୦୪/୦୯: ସୁଶାନ୍ତ ସିଂହ ରାଜପୁତ ଆତ୍ମ ହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା। ଏହା ଉପରୁ ଆଜି ପରଦା ହଟିବ । ସୁଶାନ୍ତ ମୃତ୍ୟୁ ମାମଲାରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତାଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ ମାମଲାର ତନାଘନା କରୁଛି। ଡ୍ରଗ୍ ମାମଲାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ରିୟା ଚର୍କବର୍ତୀ, ତାଙ୍କ ଭାଇ ସୌଭିକ ଚକ୍ରବର୍ତୀ ଓ ସାମୁଏଲ୍ ମିରାଣ୍ଡାଙ୍କୁ ମଧ୍ୟ ପଚରାଉଚରା କରିଛି। ତେବେ ଆଜି ଏମ୍ସ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ବାବଦରେ ଜଣାଇବେ।

ସିବିଆଇ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ତଦନ୍ତ କରିବା ପାଇଁ ଏମ୍ସର ଚାରିଜଣ ଡାକ୍ତରିଆ ଟିମ୍ ଗଠନ କରିଛି। ଏହି ଟିମକୁ ଏମ୍ସର ଫରେନସିକ୍ ଡିପାଟମେଣ୍ଟର ପ୍ରମୁଖ ଡାକ୍ତର ସୁଧୀର ଗୁପ୍ତାଙ୍କ ତତ୍ତ୍ବାବଧାନରେ ପରିଚାଳିତ ହେଉଛି। ଆଜି ବିସ୍ତାରିତ ଭାବେ ସୁଶାନ୍ତଙ୍କ ରିପୋର୍ଟ ବାବଦରେ ଜଣାଇବ ଏମ୍ସ। ଏମ୍ସର ଏହି ରିପୋର୍ଟରୁ ହୁଏତ ଖୁଲାସା ହୋଇଯିବ ଯେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ? ଏହା ସହ ସୁଶାନ୍ତଙ୍କ ବେକରେ ଯେଉଁ ଚିହ୍ନ ଥିଲା ସେଇଟା ବେଲ୍ଟର ନା ରଶିର ଏହାର ବି ଉତ୍ତର ମିଳିଯିବ।

ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଶରୀରରେ ଦାଗ ଚିହ୍ନକୁ ନେଇ ପ୍ରଶ୍ନ ଉଠିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ସେହି ସବୁ ଉଲ୍ଲେଖ କରାଯାଇ ନ ଥିଲା। ଏହି ସବୁ କାରଣକୁ ଦୃଷ୍ଟିରେ ରଖି ପୋଷ୍ଟ ମଟର୍ମ ଆଉ ନୁଆ ଟିମ୍ ଗଠନ କରିଥିଲା ସିବିଆଇ।

   Related Posts