Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ ଘରେ କଣ କଣ ହୋଇଥିଲା ? ରୋଷେୟା ଖୋଲିଲେ ଗୁମର

1/08/2020 at 9:22 PM

ମୁମ୍ବାଇ, ୦୧|୦୮: ସୁଶାନ୍ତ ସିଂ ରାଜପୁତଙ୍କ ଘରେ କାମ କରୁଥିବା ରୋଷେୟା ନୀରଜ ସିଂ ପ୍ରଥମ ଥର ପାଇଁ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି । ସୁଶାନ୍ତଙ୍କର ଯେଉଁଦିନ ମୃତ୍ୟୁ ହୋଇଥିଲା ସେଦିନ କଣ ଘଟିଥିଲା ତାହା ପ୍ରକାଶ କରିଛନ୍ତି । ନୀରଜ ହେଉଛନ୍ତି ସେହି ବ୍ୟକ୍ତି ଯିଏ ସୁଶାନ୍ତଙ୍କ ମୃତ୍ୟୁ ଦିନ ଘରେ ଉପସ୍ଥିତ ଥିଲେ । ସେ ପ୍ରଥମେ ସୁଶାନ୍ତଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିଥିଲେ । ସୁଶାନ୍ତଙ୍କ ଭଉଣୀ ଫ୍ୟାନରୁ ମୃତଦେହକୁ ବାହାର କରାଯାଇଥିବା କହିଥିଲେ ।

ନୀରଜ କହିଛନ୍ତି ଯେ, ସୁଶାନ୍ତଙ୍କ କବାଟ ବନ୍ଦ ଥିଲା । ଭିତରୁ କେହି ଉତ୍ତର ଦେଉନଥିଲେ । ଏପରିକି ଫୋନ୍ କରିଥିଲେ ମଧ୍ୟ ରିସିଭ୍ କରିନଥିଲେ ।ଏହାପରେ ସେ ସୁଶାନ୍ତଙ୍କ ଉଭଣୀଙ୍କୁ କଲ୍ କରିଥିଲେ । ପରେ ସେ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ । କିନ୍ତୁ କବାଟ ଖୋଲିନଥିଲା । ଫଳରେ କବାଟ ଭାଙ୍ଗିବାକୁ ପଡିଥିଲା ।ସିଧାର୍ଥନାମକ ଜଣେ ଯୁବକ କବାଟ ଭାଙ୍ଗିଥିଲେ ଓ ଚକିତ ହୋଇ ବାହାରକୁ ଚାଲି ଆସିଥିଲେ । ଏହାପରେ ନୀରଜ ମୃତଦେହକୁ ଫ୍ୟାନରୁ ତଳକୁ ଆଣିଥିଲେ । ସେତେବେଳକୁ ତାଙ୍କ ଉଭଣୀ ମଧ୍ୟ ଆସିଯାଇଥିଲେ ।

ନୀରଜ ଆହୁରି କହିଛନ୍ତି ଯେ, ସୁଶାନ୍ତଙ୍କ ମୃତଦେହକୁ ତଳକୁ ଆଣିବା ପରେ ସେ ରଶିକୁ ବାହାର କରିଥିଲେ । ସୁଶାନ୍ତଙ୍କ ଛାତିକୁ କିଛି ସମୟ ପାଇଁ ଦାବି ଥିଲେ । ତେବେ ରିୟାଓ ସୁଶାନ୍ତଙ୍କ ସମ୍ପର୍କକୁ ନେଇ ସେ କହିଛନ୍ତି ଯେ, ସାର୍ ଓ ରିୟା ମ୍ୟାଡାମ ଖୁସିଥିଲେ । କିନ୍ତୁ ୟୁରୋପ ଗସ୍ତରେ ସେମାନେ ଠିକ୍ ନଥିଲେ ।

ତେବେ ରିୟା ଲକଡାଉନ୍ ସମୟରେ ନୀରଜଙ୍କୁ ଚାକିରୀ ଛାଡିବାକୁ କହିଥିଲେ କାରଣ ସେ ଅଳିଆ ବୁହା କର୍ମଚାରୀଙ୍କ ସହ ବିନା ମାସ୍କରେ କଥା ହେଉଥିଲେ . କିନ୍ତୁ ସୁଶାନ୍ତ ରିୟାଙ୍କୁ ବୁଝାଇଥିଲେ । ସେହି ଦିନ ମଧ୍ୟାହ୍ନରେ ରିୟା ସୁଶାନ୍ତଙ୍କ ଘରୁ ଫେରିଥିଲେ ଓ ତାଙ୍କ ଉଭଣୀ ଆସିଥିଲେ । ସୁଶାନ୍ତ ବାନ୍ଦ୍ରା ସ୍ଥିତ ଫ୍ଲାଟକୁ ଆସିବା ପରେ ରିୟାଙ୍କ ସହ ଅଧିକ ସମୟ ରହୁଥିଲେ । ରିୟା ଘରୁ ଚାଲିଗଲେ ସୁଶାନ୍ତ ଖାଇବା ଛାଡି ଦେଉଥିଲେ ।

ନୀରଜ ଆହୁରି କହିଛନ୍ତି ଯେ, ଜୁନ ୧୩ରେ ସୁଶାନ୍ତ ଡିନର୍ କରିନଥିଲେ । କେବଳ ମ୍ୟାଙ୍ଗୋ ଜୁସ୍ ପିଇଥିଲେ । ଜୁନ ୧୪ରେ ସୁଶାନ୍ତ ଗୁମସୁମ୍ ଥିଲେ । ବେଶୀ ଖୁସି କିମ୍ବା ଦୁଖି ନଥିଲେ । ସେହିଦିନ ସେ ତାଙ୍କ ସହ ଶେଷ ଥର ପାଇଁ ଆଲୋଚନା କରିଥିଲେ । ତେବେ ସୁଶାନ୍ତ ଚାପରେ ଥିବା ଲାଗୁଥିଲା । କିନ୍ତୁ କେଉଁ କାରଣ ପାଇଁ ସେ ଚାପରେ ଥିଲେ ତାହା ନୀରଜ ଜାଣିନଥିଲେ ବୋଲି କହିଛନ୍ତି।

   Related Posts