ସୁଶାନ୍ତଙ୍କ ଘରେ ସିବିଆଇ ଟିମ୍‌: ଏମ୍ସ ଡାକ୍ତର, ମିତୁ ସିଂହ, ନିରଜ, ସିଦ୍ଧାର୍ଥ ପିଠାନୀ ଓ କେଶବଙ୍କୁ ନେଇ କଲା ଛାନଭିନ୍‌

Published By : Prameya-News7 Bureau | September 05, 2020 IST

ମୁମ୍ବାଇ ୦୫/୦୯: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେବାରେ ଲାଗିଛି । ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଛି । ଏନିସିବି ଏବେ ରିୟାଙ୍କ ଭାଇ ସୌଭିକ ଓ ସାମୁଏଲଙ୍କୁ ନେଇ ବ୍ୟସ୍ତ ଥିବା ବେଳେ ସିବିଆଇ ଅନ୍ୟ ଦିଗ ଉପରେ ଜୋରଦାର ଯାଞ୍ଚ କରୁଥିବା ଜଣାପଡ଼ିଛି।

ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା, ତାଙ୍କ ବାପା, ମା, ଭାଇ, ମ୍ୟାନେଜର ଶୃତି ମୋଦି, କୋଟାକ ମହିନ୍ଦ୍ରା ବ୍ୟାଙ୍କ ମ୍ୟାନେଜର, ରୋଷେୟା ନିରଜ, ସିଦ୍ଧାର୍ଥ ପିଠାନୀ, କେଶବଙ୍କ ସମେତ ଅନେକଙ୍କୁ ଜେରା କରିବା ପରେ ଏବେ ସୁଶାନ୍ତଙ୍କ ବାସଭବନରେ ପହଞ୍ଚିଛି ସିବିଆଇ ଟିମ୍ ।

ମିଳିଥିବା ସୂଚନା ଅନୁସାରେ ସିବିଆଇ ଟିମ୍‌ ସମେତ ଏମ୍ସ ଡାକ୍ତର, ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ,  ରୋଷେୟା ନିରଜ, ସିଦ୍ଧାର୍ଥ ପିଠାନୀ, କେଶବ ମୁମ୍ବାଇ ସ୍ଥିତ ସୁଶାନ୍ତଙ୍କ ବାସଭବନରେ ପହଞ୍ଚିଛନ୍ତି । ଏହାସହ ସେଠାରେ ଏମାନଙ୍କୁ ନେଇ ସିବିଆଇ ନାଟ୍ୟ ରୂପାନ୍ତର( କ୍ରାଇମ୍ ସିନ୍‌ ରିକ୍ରିଏସନ୍‌) କରାଇଛି ।

 କ୍ରାଇମ୍ ସିନ୍‌ ରିକ୍ରିଏସନ୍‌ ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ମାମଲାରେ ସିବିଆଇ ପିଠାନୀ, ଦିପେଶ ସାଓ୍ବନ୍ତ ଓ ନିରଜଙ୍କୁ ନେଇ କ୍ରାଇମ୍ ସିନ୍‌ ରିକ୍ରିଏସନ୍‌ କରିଥିଲା। ଏହାସହ ଏକ ଡମି ଟେ​‌ଷ୍ଟ ମଧ୍ୟ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.