Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା : ଅରେଞ୍ଜ ଜୁସ୍‌ ଗ୍ଲାସ୍‌କୁ ନେଇ ପ୍ରଶ୍ନ ଉଠାଇଲେ ସୁବ୍ରମଣ୍ୟମ୍ ସ୍ବାମୀ

14/10/2020 at 2:41 PM

ନୂଆଦିଲ୍ଲୀ ୧୪।୧୦: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପ୍ରାୟ ୪ ମାସ ହୋଇସାରିଲାଣି । କିନ୍ତୁ ଏପର୍ଯ୍ୟନ୍ତ ମୃତ୍ୟୁ ଘଟଣା ଉପରୁ ରହସ୍ୟ ଉଠି ପାରିନି । ମାତ୍ର ଗତ କିଛି ଦିନ ତଳେ ଏମ୍ସ ରିପୋର୍ଟ ଆଧାରରେ ସୁଶାନ୍ତଙ୍କ ଫ୍ୟାନ୍ସ ପରିବାରଲୋକଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରୁଛନ୍ତି । ସୂଚନା ଅନୁସାରେ ଏମ୍ସର ରିପୋର୍ଟରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥବା କୁହାଯାଇଥିଲା । ହତ୍ୟା ଘଟଣାକୁ ଏହି ରିପୋର୍ଟ ଖାରଜ କରିଦେଇଥିଲା ।

ସେହିଭଳି ସିବିଆଇ ମଧ୍ୟ ଏମ୍ସ ରିପୋର୍ଟକୁ ସମର୍ଥନ ଜଣାଇଥିଲା । ଏହାପରେ ସୁଶାନ୍ତଙ୍କ ଫ୍ୟାନ୍ସ କ୍ରମାଗତ ଭାବେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ସୁଶାନ୍ତ ଆତ୍ମହତ୍ୟା କରିଥିବା କଥାକୁ ସେମାନେ ବିଶ୍ବାସ କରିପାରୁନାହାନ୍ତି । ସୁଶାନ୍ତଙ୍କ ମୃତ୍ୟୁ ମାମଲରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଏକ ବଡ ପ୍ରଶ୍ନ ଉଠାଇଛନ୍ତି ।

ସୁବ୍ରମଣ୍ୟମ୍ ସ୍ବାମୀ ଏବେ ପୁଣି ବଡ ପ୍ରଶ୍ନ ଉଠାଇଛନ୍ତି । ସୁବ୍ରମଣ୍ୟମ୍ ସ୍ବାମୀ ଟ୍ବିଟ୍ ରେ ଜୁସ୍ ଗ୍ଲସ୍ କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଟ୍ବିଟ୍ ରେ ସେ ଲେଖିଛନ୍ତି, ସକାଳର ଜୁସ୍ ଗ୍ଲାସ୍ । ସୁଶାନ୍ତ ଯେଉଁ ଗ୍ଲାସ୍ ରେ ଅରେଞ୍ଜ ଜୁସ୍ ପିଇଥିଲେ ସେହି ଗ୍ଲାସ୍ ଟିକୁ କାହିଁକି ସଂରକ୍ଷିତ କରାଯାଇନାହିଁ ?  ଏଥିରେ କିଛି ସନ୍ଦେହ ନାହିଁ ଯେ ମୁମ୍ବାଇ ପୋଲିସ ତାଙ୍କ ଆପାର୍ଟମେଣ୍ଟକୁ ସିଲ୍ କରିଛି, ଯାହା ଅପ୍ରାକୃତିକ ମୃତ୍ୟୁ ମାମଲାରେ ଜରୁରୀ ହୋଇଥାଏ । ସୁବ୍ରମଣ୍ୟମ୍ ସ୍ବାମୀଙ୍କ ଏହି ଟ୍ବିଟ୍ କୁ ନେଇ ଉତ୍ତେଜିତ ହେଉଥିବା ଦେଖିବାକୁ ମିଳୁଛି । ଏହାସହ ସେମାନେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

   Related Posts