ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ହେବାକୁ ଯାଉଛି ବଡ଼ ଖୁଲାସା : ସଞ୍ଜୟ ଲୀଳା ଭନସାଲିଙ୍କୁ ପଚରାଉଚୁରା କରିବ ପୋଲିସ୍

Published By : Prameya-News7 Bureau | July 02, 2020 IST

ମୁମ୍ବାଇ ୨/୭: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ୍ ଲଗାତାର ଯାଞ୍ଚ କରୁଛି ଏବଂ ଏହା ପଛରେ କାରଣ ପତ୍ତା ଲଗାଇବାକୁ ଉଦ୍ୟମ କରୁଛି। ମୁମ୍ବାଇ ପୋଲିସ ଏହି ମାମଲାରେ ପାଖାପାଖି ୨୮ଜଣଙ୍କୁ ପଚରାଉଚୁରା କରି ସାରିଛି ଏବଂ ଏବେ ଶୁଣିବାକୁ ମିଳୁଛି ଯେ ଏହି ମାମଲାରେ ପୋଲିସ୍ ଫିଲ୍ମ ନିର୍ଦେଶକ ସଞ୍ଜୟ ଲୀଲା ଭନସାଲିଙ୍କୁ ମଧ୍ୟ ପଚରାଉଚୁରା କରିପାରେ। ସଞ୍ଜୟ ଲୀଲା ଭନସାଲିଙ୍କ ସହ ପଚରାଉଚୁରା କରିବାର କାରଣ ହେଉଛି ଏହା ଯେ ସୁଶାନ୍ତ ସିଂହ ରାଜପୁତଙ୍କୁ ଦୁଇ ଥର ତାଙ୍କ ଫିଲ୍ମ ଅଫର ହୋଇଥିଲା କିନ୍ତୁ ପରେ ସୁଶାନ୍ତଙ୍କୁ ଫିଲ୍ମରୁ ବାହାର କରି ଦିଆଯାଇଥିଲା। ସୂଚନା ମିଳିଛି ଯେ ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ପଚରାଉଚୁରା ପାଇଁ ସଞ୍ଜୟ ଲୀଳା ଭନସାଲିଙ୍କୁ ସମନ କରାଯାଇଛି।

ସୁଶାନ୍ତ ସିଂହ ରାଜପୁତଙ୍କୁ ସଞ୍ଜୟ ଲୀଲା ଭନସାଲିଙ୍କ ସୁପରହିଟ୍ ଫିଲ୍ମ ‘ଗୋଲିୟାଁ କି ରାସଲୀଲା ରାମଲୀଲା’ଅଫର କରାଯାଇଥିଲା କିନ୍ତୁ ପରେ ତାଙ୍କୁ ଫିଲ୍ମରୁ ହଟା ଦିଆଯାଇଥିଲା। ସେହି ସମୟରେ ଏହା କୁହାଯାଉଥିଲା ଯେ ତାଙ୍କ ଓ୍ବାଇଆରଏଫ ସହ ଲିଙ୍କ ଥିବାରୁ ସୁଶାନ୍ତ ଏହି ଫିଲ୍ମକୁ ସାଇନ୍ କରି ନଥିଲେ।

ସଞ୍ଜୟ ଲୀଲା ଭନସାଲିଙ୍କ ଆଉ ଏକ ସୁପରହିଟ୍ ଫିଲ୍ମ ‘ବାଜିରାଓ ମସ୍ତାନୀ’ପାଇଁ ମଧ୍ୟ ସୁଶାନ୍ତ ସିଂହ ପ୍ରଥମ ପସନ୍ଦ ଥିଲେ। କିନ୍ତୁ ପରେ ସେ ଏହି ଫିଲ୍ମରେ ମଧ୍ୟ କାମ କରିପାରିନଥିଲେ। ସୁଶାନ୍ତ ସେହି ସମୟରେ ୟଶରାଜର ଫିଲ୍ମ ‘ପାନି’ ପାଇଁ କାମ କରୁଥିଲେ। ଏବେ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଏହା ପତ୍ତା ଲଗାଇବାକୁ ଉଦ୍ୟମ କରୁଛି ଯେ ସୁଶାନ୍ତଙ୍କୁ ଏହି ସବୁ ବଡ଼ ଫିଲ୍ମକୁ କାହିଁକି ଛାଡ଼ିବାକୁ ପଡ଼ିଥିଲା।

ତାଙ୍କ ମୃତ୍ୟୁ ପରଠୁ କୁହା ଯାଉଛି ଯେ ତାଙ୍କ ଫିଲ୍ମି କ୍ୟାରିୟର କିଛି ଖାସ୍ ଚାଲିନଥିଲା। ତାଙ୍କୁ ଲଗାତାର ଫିଲ୍ମ ତ ଅଫର ହେଉଥିଲା କିନ୍ତୁ ଶେଷ ସମୟରେ ତାଙ୍କୁ ଫିଲ୍ମରୁ ବାହାର କରି ଦିଆଯାଉଥିଲା। କେବଳ ଏତିକି ନୁହେଁ ସୁଶାନ୍ତ ୟଶରାଜ ଫିଲ୍ମ ‘ପାନି’ ପାଇଁ ପାଖାପାଖି ୭ମାସର ଟ୍ରେନିଂ ଏବଂ ଓ୍ବାର୍କଶପ୍ ମଧ୍ୟ ନେଇଥିଲେ କିନ୍ତୁ ପରେ ଫିଲ୍ମକୁ ବନ୍ଦ କରି ଦିଆଯାଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.