Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ନୂଆ ଟ୍ବିଷ୍ଟ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସକୁ ବଦନାମ କରିବା ଲାଗି ଖୋଲା ଯାଇଥିଲା ୮୦ ହଜାର ସୋସାଲ ମିଡ଼ିଆ ଆକାଉଣ୍ଟ

6/10/2020 at 3:21 PM

ମୁମ୍ବାଇ ୦୬/୧୦: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ଯାହା ମାମଲାରେ ନୂଆ ଟ୍ବିଷ୍ଟ ଆଣୁଛି। ତେବେ ତାଙ୍କ ମୃତ୍ୟୁ ଦିନରୁ ଅର୍ଥାତ ଜୁନ୍ ୧୪ରୁ ପ୍ରାୟ ୮୦ ହଜାର ଫେକ୍ ସୋସାଲ ମିଡ଼ିଆ ଆକାଉଣ୍ଟ ତାଙ୍କ ନାଁରେ ତିଆରି କରାଯାଇଛି। ଯାହାର ଉଦ୍ଦେଶ୍ୟ ମୁମ୍ବାଇ ପୋଲିସକୁ ବଦନାମ କରିବା। ମୁମ୍ବାଇ ପୋଲିସକୁ ଖରାପ କରିବା ନେଇ ଏଭଳି ଷଡଯନ୍ତ୍ର ରଚାଯାଇଛି। ଏବେ ମୁମ୍ବାଇ ପୋଲିସର ସାଇବର ୟୁନିଟ୍ ଏହି ତମାମ ନକଲି ସାମାଜିକ ଗଣମାଧ୍ୟମ ପ୍ରୋଫାଇଲର ତାଲିକା ପ୍ରସ୍ତୁତି ଆରମ୍ଭ କରିଛି।

ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଥିରୁ ଏକାଧିକ ଆାକଉଣ୍ଟ ଭାରତରୁ ନୁହେଁ, ଇଟାଲୀ, ଫ୍ରାନ୍ସ, ଇଣ୍ଡେନେସିଆ ଭଳି ଦେଶରୁ ଅପରେଟ୍ କରାଯାଉଛି। କିଛି ଆକାଉଣ୍ଟ ଏମିତି ଅଛି ଯାହା ୨୦୨୦ ବା ତା ପାଖାପାଖି ତିଆରି ହୋଇଛି। ମାତ୍ର ଏବେ ତାହାକୁ ଆକ୍ଟିଭ କରାଯାଇଛି। ଏହି ସବୁ ଆକାଉଣ୍ଟ ମାଧ୍ୟମରେ #justiceforsushant ବା #SSR ଟ୍ରେଣ୍ଡ କରୁଛି।

ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ କହିଛନ୍ତି ସୋସାଲ ମିଡିଆ ଜରିଆରେ ପୋଲିସ ବିରୋଧରେ ପ୍ରୋପାଗଣ୍ଡା କରାଯାଇଛି। ଏବେ ଆଇଟି ଆକ୍ଟ ଅଧିନରେ ସାଇବର ସେଲ ଏହି ଫେକ ଆକାଉଣ୍ଟର ପୂରା ତଦନ୍ତ କରିବ।

ସୋସାଲ ମିଡିଆ ମିମ୍ସର ବିଜନେସ ମାର୍କେଟ କୋଟି କୋଟି ଟଙ୍କାରେ ପହଞ୍ଚିଛି। ଦିନ ରାତି କମ୍ପାନି କେବଳ ମିମ୍‌ ଉପରେ ହିଁ କାମ କରୁଛି। ଏପରିକି ଗୋଟିଏ ମିମରୁ ଲକ୍ଷ ଲକ୍ଷ ଟଙ୍କା ମିଳିପାରେ। ସେଥିରେ ସତ କି ମିଛ କିଛି ଫରକ ନ ଥାଏ। ଟ୍ବିଟର, ଫେସବୁକ, ୟୁଟ୍ୟୁବରେ ଯେଉଁ କଣ୍ଟେଣ୍ଟ ବା ଫେକ୍ ନ୍ୟୁଜକୁ ପୋଷ୍ଟ କରାଯାଏ ପୂର୍ବରୁ ତାକୁ ଚେକ୍ କରିବାର କିଛି ତରିକା ନାହିଁ। ସାମାଜିକ ଗଣମାଧ୍ୟମ ସାଇଟ୍‌ରେ ୭୦ ପ୍ରତିଶତ ଖବର କେବଳ ମିଛ। ଯାହାକୁ ତଦନ୍ତ କରିବାର କିଛି ତରିକା ନାହିଁ।

   Related Posts