ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନାହିଁ 'ଟାଇମ୍ ଅଫ୍ ଡେଥ୍', ଚିନ୍ତା ପ୍ରକଟ କଲେ ଓକିଲ

Published By : Prameya-News7 Bureau | August 15, 2020 IST

ମୁମ୍ବାଇ, ୧୫|୦୮:  ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ସିବିଆଇ କରୁଛି । କିନ୍ତୁ ପ୍ରତିଦିନ କିଚି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ପିତା କେକେ ସିଂଙ୍କ ଓକିଲ ବିକାଶ ସିଂ ପୋଷ୍ଟମଟର୍ମକୁ ନେଇ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆଣିଛନ୍ତି । ତାଙ୍କୁ ଯେଉଁ ପୋଷ୍ଟ ମଟର୍ମ ରିପୋର୍ଟ ମିଳିଛି  ସେଥିରେ ଟାଇମ୍ ଅଫ୍ ଡେଥ୍ ବା ମୃତ୍ୟୁ ସମୟ ଉଲ୍ଲେଖ ନାହିଁ । ଯାହା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିକାଶ ସିଂ କହିଛନ୍ତି ।

wp:html /wp:html

ବିକାଶ କହିଛନ୍ତି ଯେ, ରିପୋର୍ଟରେ ମୃତ୍ୟୁର ସମୟ ବାବଦରେ କୌଣସି ସୂଚନା ନାହିଁ । ଏଥିରୁ ହିଁ ସୁଶାନ୍ତଙ୍କୁ ହତ୍ୟା କରାଯାଇ ଲଟକା ଯାଇଛି ନା  ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହେବ । ମୁମ୍ବାଇ ପୋଲିସ ଓ କୁପର ହସ୍ପିଟାଲକୁ ଏନେଇ ଜବାବ ଦେବାକୁ ପଡିବ । ମାମଲା ଏବେ ସିବିଆଇ ପାଖରେ ରହିଛି । କିନ୍ତୁ ସବୁ ଦିଗରୁ ତଦନ୍ତ ହେବା ଆବଶ୍ୟକ । ଗଭୀରକୁ ନଗଲେ ସତ୍ୟ ସାମ୍ନାକୁ ଆସିବ ନାହିଁ ବୋଲି ସେ କହିଛନ୍ତି।

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନକୁ ୨ ମାସ ହୋଇଯାଇଛି । ଗତ  ଜୁନ ୧୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ରହୁଥିବା ଫ୍ଲାଟର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା ।  ତାଙ୍କ ମୃତ୍ୟୁ ଏବେ ମଧ୍ୟ ପ୍ରଶ୍ନ ଘେରରେ ରହିଛି । ଏହି ଅଭିନେତାଙ୍କ ମୃତ୍ୟୁ କାହିଁକି ଏବଂ କିପରି ହୋଇଛି ତାହା ଏବେବି ରହସ୍ୟଘେରରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.