ସୁଶାନ୍ତ ସିଂହଙ୍କ ମୃତଦେହ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଘଟଣାରେ ମହାରାଷ୍ଟ୍ର ସାଇବର ସେଲ କହିଲେ ଏହା କୋର୍ଟଙ୍କ ଆଦେଶ ବିରୋଧୀ

Published By : Prameya-News7 Bureau | June 15, 2020 IST

ମୁମ୍ବାଇ ୧୫/୦୬ : ବଲିଉଡର ନାମୀ କଳାକାର ସୁଶାନ୍ତ ସିଂହ ରାଜପୁର ଜୁନ ୧୪ ରବିବାର ଦିନ ଆତ୍ମହତ୍ୟା କରିଛନ୍ତି | ତାଙ୍କ ସହାୟକ ଯେତେବେଳେ ଘରକୁ ଆସିଥିଲେ ସୁଶାନ୍ତଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବାର ଦେଖିଥିଲେ | ସେ ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପଠାଇଥିଲା ଏବଂ ମାମଲାର ଯାଞ୍ଚ ଆରମ୍ଭ କରିଥିଲା | ସୁଶାନ୍ତ ସିଂହଙ୍କ ମୃତଦେହ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ମୃତଦେହ ଫଟୋ ଭାଇରାଲ ହେବା ଫଳରେ ଫିଲ୍ମ ତାରକା ଠାରୁ ଆରମ୍ଭ କରି ତାଙ୍କ ପରିବାର ଓ ସମ୍ପର୍କୀୟ ଆପତ୍ତି କରିଛନ୍ତି |

ଇତି ମଧ୍ୟରେ ମହାରାଷ୍ଟ୍ର ସାଇବର ସେଲ ଟ୍ୱିଟ କରି କହିଛି ଯେ, 'ସୋସିଆଲ ମିଡ଼ିଆରେ ଏକ ଚିନ୍ତାଜନକ ଟ୍ରେଣ୍ଡ ଦେଖିବାକୁ ମିଳିଛି | ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଛି | ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ | ଏହିଭଳି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିବା ଆଇନଗତ ଗାଇଡଲାଇନ ଓ କୋର୍ଟଙ୍କ ଆଦେଶ ବିରୋଧୀ | ଏହିଭଳି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ |'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.