Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପାଠପଢାରେ ବି ହିରୋ ଥିଲେ ସୁଶାନ୍ତ ସିଂହ ରାଜପୁତ, ଇଞ୍ଜିନିୟରିଂ ପରୀକ୍ଷାରେ ହାସଲ କରିଥିଲେ ଅଲଇଣ୍ଡିଆ ୭ମ ରାଙ୍କ

14/06/2020 at 3:49 PM

ନୂଆଦିଲ୍ଲୀ ୧୪।୦୬: ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିଜର ନିଖୁଣ ଅଭିନୟ ପାଇଁ ବଲିଉଡରେ ସ୍ଵତନ୍ତ୍ର ସ୍ଥାନ କରିଥିଲେ। ତାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରୁଥିଲେ। କିନ୍ତୁ ସୁଶାନ୍ତ ଅପ୍ରତ୍ୟାଶିତ ଘଟଣାକ୍ରମେ ରବିବାର  ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ସୁଶାନ୍ତ ପାଠପଢାରେ ଜଣେ ଉତ୍ତମ ଛାତ୍ର ଥିଲେ। ସେ ପ୍ରଥମେ ଇଞ୍ଜିନିୟର ହେବାକୁ ଚାହୁଁଥିଲେ, ହେଲେ ପରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ।

୨୦୦୩ରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ହାସଲ କରିଥିଲେ ୭ମ ରାଙ୍କ

ସୁଶାନ୍ତ ୨୦୦୩ରେ ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟସ୍ତରରେ ୭ମ ରାଙ୍କ ହାସଲ କରିଥିଲେ। ଏହା ପରେ ସୁଶାନ୍ତ ସିଂହ ଦିଲ୍ଲୀ କଲେଜ୍ ଅଫ ଇଞ୍ଜିନିୟରିଂରେ ମେକାନିକାଲ ଇଞ୍ଜିନିୟରିଂରେ ପାଠପଢା ଆରମ୍ଭ କରିଥିଲେ। ହେଲେ ପାଠ୍ୟକ୍ରମର ତୃତୀୟ ବର୍ଷରେ ସେ ପାଠପଢା ଛାଡି ଅଭିନୟ ଦୁନିଆରେ ପାଦ ଦେଇଥିଲେ। ସେ ପଦାର୍ଥ ବିଜ୍ଞାନରେ ନ୍ୟାସନାଲ ଅଲିମ୍ପିୟାଡ ବିଜେତା ଥିଲେ। ଆଇଏସଏମ ଧନବାଦ ସହିତ ସେ ପ୍ରାୟ ୧୧ ଇଞ୍ଜିନିୟରିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସେ ଥିଏଟର ଓ ଡ୍ୟାନ୍ସ କ୍ଲାସରେ ଯୋଗ ଦେବା ପରେ ପାଠପଢା ପାଇଁ ମୁସ୍କିଲରେ ସମୟ ବାହାର କରୁଥିଲେ। ଏଥିପାଇଁ ସେ ଡିଟିୟୁ ଛାଡି ଦେଇଥିଲେ। ସେହି ବର୍ଷ ସୁଶାନ୍ତ ଯୁକ୍ତ ୨ ବୋର୍ଡ ପରୀକ୍ଷା ପାସ୍ କରିଥିଲେ। ଏହା ପରେ ସୁଶାନ୍ତ ନିଜ ପାଠପଢାରେ ଅଧିକ ଧ୍ୟାନ ଦେଇଥିଲେ, ଯଦ୍ଵାରା ଏଣ୍ଟ୍ରାନ୍ସରେ ଭଲ ନମ୍ବର ଏବଂ ରାଙ୍କ ମିଳି ପାରିବ।

   Related Posts