Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

‘ସୁଶାନ୍ତଙ୍କ ଭଳି ଦେଇଦେବି ଫାଶୀ’ ଏତିକି କହି ଯୁବତୀ କରି ଦେଲେ ଆତ୍ମହତ୍ୟା : ପରିବାର ଲୋକେ ତାଜୁବ୍

19/06/2020 at 10:26 AM

ମୁମ୍ବାଇ ୧୯/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରେ ତାଙ୍କ ପରିବାର ଏବଂ ପ୍ରଶଂସକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ସେ ଏପରି କାହିଁକି ନିଷ୍ପତ୍ତି ନେଲେ। ଏହି ସମୟରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଜଣେ ୨୦ବର୍ଷ ବୟସ୍କା ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ଆଶ୍ଚର୍ଯ୍ୟର କଥା ଏହିକି ଯେ ଫାଶୀ ଲଗାଇବାର କିଛି ଘଣ୍ଟା ପୂର୍ବରୁ ସେ କହିଥିଲେ ଯେ ସେ ମଧ୍ୟ ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ଆତ୍ମହତ୍ୟା କରିଦେବେ।

ଘଟଣାଟି ଘଟିଛି ସାଗର ଜିଲ୍ଲାର ଖୁରଇରେ। ମୃତ ଯୁବତୀଙ୍କ ଭାଇ କହିଛନ୍ତି ଯେ ସକାଳେ ହିଁ ତାଙ୍କ ଭଉଣୀ ନିଜ ଭାଉଜଙ୍କୁ ଥଟ୍ଟାରେ କହୁଥିଲେ ଯେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ଫାଶୀ ଲଗାଇବେ। କିଛି ଘଣ୍ଟା ପରେ ଯେତେବେଳେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ହୋଇଯାଇଥିଲେ ସେତେବେଳେ ସୁଯୋଗ ପାଇ ସେ ଛାତ ଉପରେ ଆତ୍ମହତ୍ୟା କରି ଦେଇଥିଲେ।

ସେ ଏପରି କାହିଁକି କରିଥିଲେ କେହି ବୁଝି ପାରିନଥିଲେ। ଘଟଣା ପରଠୁ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଯୁବତୀ ଯେତେବେଳେ ତାଙ୍କ ଭାଉଜଙ୍କୁ ଏକଥା କହିଥିଲେ ସେତେବେଳେ ଭାଉଜ ଜବାବ ଦେଇଥିଲେ ଯେ ସେ ବହୁତ କଥା କହୁଛନ୍ତି,ସେ ମାଆ ଏବଂ ଭାଇଙ୍କୁ ଏବିଷୟରେ ଅଭିଯୋଗ କରିବେ।

ଏହା ପରେ ଯୁବତୀ ତାଙ୍କ ଭାଉଜଙ୍କୁ କହିଥିଲେ ଯେ ଏପରି କିଛି ନାହିଁ,ସେ ଥଟ୍ଟାରେ କହୁଛନ୍ତି। ଏତିକି କହି ସେ ହସି ସେଠାରୁ ଚାଲି ଯାଇଥିଲେ। କିଛି ଘଣ୍ଟା ପରେ ଯେତେବେଳେ ସମସ୍ତେ କାମରେ ବ୍ୟସ୍ତ ହୋଇଯାଇଥିଲେ ସେ ଚୁପଚାପ ଉପରେ ଛାତକୁ ଯାଇ ଫାଶୀ ଲଗାଇ ଦେଇଥିଲେ।

ଯୁବତୀଙ୍କ ମାଆ ଏବଂ ଭାଉଜ ଏପରି ଅବସ୍ଥା​‌ରେ ତାଙ୍କୁ ଦେଖିବାରୁ ତୁରନ୍ତ ଘର ଲୋକ ଏବଂ ଡାକ୍ତରଙ୍କୁ ଡାକିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ତାଙ୍କୁ ମୃତ ଘୋଷିତ କରାଯାଇଥିଲା। ଏହି ଘଟଣାର ସୂଚନା ପୋଲିସକୁ ମଧ୍ୟ ଦିଆଯାଇଥିଲା। ସୂଚନା ମିଳିବାରୁ ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚିଥିଲା।

ଖୁରଥ ଥାନାର ଏସଆଇ କହିଥିଲେ ଯେ ଅବଦୁଲ୍ ହମିଦ ଓ୍ବାର୍ଡ଼ରେ ରହୁଥିବା ଜଣେ ମହିଳା ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ସେ ମଧ୍ୟ ଫାଶୀ ଲଗାଇ ଦେଇଛନ୍ତି। ବର୍ତ୍ତମାନ ତଦନ୍ତ ଆରମ୍ଭ କରି ଦିଆଯାଇଛି।

   Related Posts