Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସୁଶାନ୍ତ ସିଂହ ରାଜପୁତ ୧୦ ଦିନ ପୂର୍ବେ ମାଙ୍କ ନାଁରେ ଲେଖିଥିଲେ ଶେଷ ପୋଷ୍ଟ- ଆସୁଅଁ ସେ ସବ ଉଡ ରହା ହେ…

14/06/2020 at 3:33 PM

ମୁମ୍ବାଇ ୧୪।୦୬: ବର୍ଷ ୨୦୨୦ ସମଗ୍ର ବିଶ୍ଵ ସହିତ ବଲିଉଡ ପାଇଁ ଦୁଃଖର ବର୍ଷ। ୨୦୨୦ରେ ବଲିଉଡ ପାଇଁ ଆଉ ଏକ ଦୁଃଖଦ ଖବର ଆସିଛି। ଲୋକପ୍ରିୟ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ରବିବାର ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତ ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଏହି ଖବର ସଭିଙ୍କୁ ସ୍ତବ୍ଧ କରି ଦେଇଛି। ଗତ କିଛି ଦିନ ହେବ ସୁଶାନ୍ତ ସାମାଜିକ ଗଣମାଧ୍ୟମରେ ବି ସକ୍ରିୟ ନଥିଲେ। କିନ୍ତୁ ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ କାହିଁକି ନେଲେ ତା ଏବେ ମଧ୍ୟ ରହସ୍ୟ ଘେରରେ ରହିଛି। କେହି ବୁଝି ପାରୁନାହାନ୍ତି ଯେ ସୁଶାନ୍ତ ଏମିତି ପଦକ୍ଷେପ କେମିତି ନେଇ ପାରିଲେ। କିନ୍ତୁ ନିଜ ଶେଷ ଇନଷ୍ଟାଗ୍ରାମ ପୋଷ୍ଟରେ ସୁଶାନ୍ତ ନିଜ ଶବ୍ଦରେ ଏହି ରହସ୍ୟକୁ ଆହୁରି ରହସ୍ୟମୟ କରି ଚାଲିଗଲେ।

ସୁଶାନ୍ତ ନିଜର ଶେଷ ଇନଷ୍ଟାଗ୍ରାମ ପୋଷ୍ଟରେ ମାଙ୍କ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫୋନକୁ ସେ ଜୁନ ୩ରେ ସେୟାର କରିଥିଲେ। ଶେଷ ପୋଷ୍ଟରେ ସେ ଲେଖିଛନ୍ତି, ‘Blurred past evaporating from teardrops Unending dreams carving an arc of smile And a fleeting life, negotiating between the two… #माँ'(ଅଶ୍ରୁଳ ଅତୀତର ଲୁହରୁ ବାଷ୍ପୀଭୂତ, ଅବିସ୍ମରଣୀୟ ସ୍ୱପ୍ନଗୁଡ଼ିକ ହସଖୁସିରେ ଖୋଦିତ ଏବଂ ଏକ କ୍ଷଣସ୍ଥାୟୀ ଜୀବନ,ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା)।

ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ମାଙ୍କ ଦେହାନ୍ତ ବହୁତ  ବର୍ଷ ପୂର୍ବରୁ ହୋଇ ସାରିଛି। ଯେବେ ସୁଶାନ୍ତ ୧୬ ବର୍ଷ ବୟସର ଥିଲେ, ସେହି ସମୟରେ ତାଙ୍କ ମାଙ୍କ ଦେହାନ୍ତ ଘଟିଥିଲା। ସେ ଅନେକ ଥର ସାମାଜିକ ଗଣମାଧ୍ୟମରେ ମାଙ୍କ ପ୍ରତି ନିଜର ଭଲପାଇବା ଉଲ୍ଲେଖ କରିଥିଲେ।

ଉଲ୍ଲେଖଯୋଗ୍ୟ, ସୁଶାନ୍ତ ବାନ୍ଦାରେ ଏକାକୀ ରହୁଥିଲେ। ତାଙ୍କ ଆତ୍ମହତ୍ୟାକୁ ନେଇ ପୋଲିସ ପଡୋଶୀଙ୍କ ବୟାନ ରେକର୍ଡ କରୁଛି। ଏହା ମଧ୍ୟ କୁହାଯାଉଛି ଯେ, ସୁଶାନ୍ତ ଛଅ ମାସ ହେବ ମାନସିକ ଚାପରେ ଥିଲେ। ମାତ୍ର ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବେ ତା କେହି କେବେ ଭାବିନଥିଲେ।

ସୁଶାନ୍ତ ପ୍ରଥମେ ଟେଲିଭିଜନ ଇଣ୍ଡଷ୍ଟ୍ରୀରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସୁଶାନ୍ତଙ୍କ ପ୍ରଥମ ଧାରାବାହିକ ଥିଲା କିସ ଦେଶ ମେଁ ମେରା ଦିଲ୍‌ ଥା। କିନ୍ତୁ ତାଙ୍କୁ ପବିତ୍ର ରିସ୍ତା ଧାରାବାହିକରୁ ପରିଚୟ ମିଳିଥିଲା। ଏହା ପରେ ସେ କାଇ ପୋଚେ, ଏମଏସ ଧୋନୀ, କେଦାରନାଥ, ଛିଛୋରେ ପରି ହିଟ୍ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।

   Related Posts