Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସୁଶାନ୍ତ ସିଂହ ମାମଲା: କରଣ ଜୋହର, ଏକତା କପୁରଙ୍କ ସମେତ ୭ ବଲିଉଡ ସେଲିବ୍ରିଟିଙ୍କୁ ନୋଟିସ୍, ବିହାର କୋର୍ଟରେ ହାଜର ହେବାକୁ ଆଦେଶ

13/10/2020 at 9:25 AM

ମୁମ୍ବାଇ ୧୩/୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତତନ୍ତ ଭିତରେ ବିହାର ମୁଜାଫରପୁର କୋର୍ଟ ବଲିଉଡର ୭ଜଣ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। କରଣ ଜୋହର ଓ ଏକତା କପୁରଙ୍କ ଭଳି ବଡ଼ ବଡ଼ ଷ୍ଟାରଙ୍କ ନାଁ ଏଥିରେ ସାମିଲ ଅଛି। ସୁଶାନ୍ତ ସିଂହ ମୃତ୍ୟୁ ପରେ ଓକିଲ ସୁଧୀର ଓଝା ଜୁନ୍ ୧୭ରେ କୋର୍ଟରେ ପରିବାରବାଦ ମାମଲା ଦାୟର କରିଥିଲେ। ଯେଉଁଥିରେ ସୁଶାନ୍ତ ମତ୍ୟୁ ମାମଲାରେ ଏମାନଙ୍କୁ ଦାୟୀ କରାଯାଇ ଥିଲା।

କରଣ ଜୋହର, ଆଦିତ୍ୟ ଚୋପ୍ରା, ସଞ୍ଜୟ ଲୀଳା ଭଂସାଲି, ସାଜିଦ ନଦିୟାଓ୍ବାଲା, ଏକତା କପୁର, ଭୂଷଣ କୁମାର ଓ ଦିନେଶ ବିଜାନ ଏଥିରେ ସାମିଲ ଅଛି। ଅକ୍ଟୋବର ୨୧ ସୁଦ୍ଧା ସେମାନଙ୍କୁ ନିଜେ ନଚେତ ଓକିଲଙ୍କ ଜରିଆରେ ଉପସ୍ଥିତ ହେବାକୁ ହେବ।

ଏହା ପୂର୍ବରୁ ସଲମାନ ଖାନ ସମେତ ଅନ୍ୟ ସମସ୍ତ ସେଲିବ୍ରିଟିଙ୍କୁ ଅକ୍ଟୋବର ୭ରେ କୋର୍ଟରେ ହାଜିର ହେବାକୁ କୁହାଯାଇ ଥିଲା। ମାତ୍ର ସେତେବେଳେ ସଲମାନଙ୍କ ଓକିଲ କୋର୍ଟରେ ଉପସ୍ଥିତ ହୋଇଥିଲେ। ହେଲେ ଅନ୍ୟ ସାତ ଜଣ ସେଲିବ୍ରିଟି ହାଜର ହୋଇ ନ ଥିଲେ।

ସୂଚନାଯୋଗ୍ୟ ଓକିଲ ସୁଧୀରଙ୍କ ଅଭିଯୋଗ ଥିଲା ଯେ ଏ ସମସ୍ତ ସେଲିବ୍ରିଟି ସୁଶାନ୍ତ ସିଂହ ରାଜପୁତଙ୍କ ବିରୋଧରେ ଷଡଯନ୍ତ୍ର କରି ସେମାନଙ୍କ ଠାରୁ ଫିଲ୍ମ ଛଡ଼ାଇ ନେଇ ଥିଲେ ଯାହା ପରେ ସେ ଅବସାଦର ଶିକାର ହୋଇ ଆତ୍ମହତ୍ୟା କଲେ।

   Related Posts