Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ସୁଶାନ୍ତ ସିଂ ମାମଲା: ସୋସିଆଲ୍‌ ମିଡିଆରେ ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ଓକିଲ ଗିରଫ

16/10/2020 at 4:49 PM

ମୁମ୍ବାଇ ୧୬/୧୦: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ମିଥ୍ୟା ଖବର ପ୍ରଚାର କରୁଥିବା ଜଣେ ଓକିଲଙ୍କୁ ଗିରଫ କରିଛି ପୋଲିସ୍‌। ସୁଶାନ୍ତଙ୍କ ମାମଲାରେ ମନଗଢ଼ା କାହାଣୀ ସହ ମାମଲାରେ ସମ୍ପୃକ୍ତି ନଥିବା ବ୍ୟକ୍ତିଙ୍କୁ ନେଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବାକୁ ନେଇ ମୁମ୍ବାଇ ପୋଲିସର ସାଇବର ସେଲ୍‌ ଅଭିଯୁକ୍ତ ଓକିଲଙ୍କୁ ଗିରଫ କରିଛି । ଦିଲ୍ଲୀର ଅଭିଯୁକ୍ତ ଓକିଲଙ୍କ ନାଁ ବିଭୋର ଆନନ୍ଦଙ୍କୁ ଆଇପିସି ଓ ଆଇଟି ଆକ୍ଟ ଜରିଆରେ ଗିରଫ କରାଯାଇଛି।

ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଜ ଡିସିପି ଆକବର ପଠାନଙ୍କ ଅନୁସାରେ, ବିଭୋର ଆନନ୍ଦ ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁ ମାମଲାରେ ଭିତ୍ତିହୀତ ଥଓରି ପ୍ରସ୍ତୁତ କରି ପ୍ରସାର କରୁଥିଲା। ଏହାସହ ମୁମ୍ବାଇ ପୋଲିସ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରୁଥିବ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଓକିଲଜଣଙ୍କ କେବଳ ମୁମ୍ବାଇ ପୋଲିସ ନୁହେଁ ବରଂ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ଆପତ୍ତିଜନକ ପୋଷ୍ଟ ସୋସିଆଲ୍‌ ମିଡିଆରେ କରୁଥିଲେ। ତେବେ ତାଙ୍କୁ ଦିଲ୍ଳୀରୁ ଗିରଫ କରିବା ପରେ ମୁମ୍ବାଇ ଆଣିଛି କ୍ରାଇମ୍‌ବ୍ରାଞ୍ଚ।

ସୁଶାନ୍ତ ସଂଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସ୍‌କୁ ବହୁ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଥିଲା। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସକୁ ଟ୍ରୋଲ୍‌ କରାଯାଇଥିଲା। ଏପରିକି ଏହି ସମୟରେ ୮୦ ହଜାର ଫେକ୍‌ ଆକାଉଣ୍ଟ ସକ୍ରିୟ ଥିବା ବେଳେ ଏଗୁଡ଼ିକର ଯାଞ୍ଚ କରାଯାଉଛି ବୋଲି ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

   Related Posts