ସୁଶାନ୍ତଙ୍କ ମୃତ୍ୟୁ ପାଲଟିଲା ନିର୍ବାଚନୀ ପ୍ରସଙ୍ଗ ! ବିଜେପି ଛାପିଲା ପୋଷ୍ଟର, ଫଟୋ ସହ ଲେଖିଲା- ନା ଭୁଲିଛୁ… ନା ଭୁଲିବାକୁ ଦେବୁ..

Published By : Prameya-News7 Bureau | September 05, 2020 IST

ପାଟନା ୦୫।୦୯: ବିହାରରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ପାର୍ଟି ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ସମୟରେ ବିଜେପି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କେସ୍‌କୁ ନିର୍ବାଚନୀ ପ୍ରସଙ୍ଗ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ବୋଧହୁଏ ଏହି କାରଣରୁ ବିଜେପିର କଳା ସଂସ୍କୃତି ପ୍ରକୋଷ୍ଠର ବିହାର ସଂଯୋଜକ ବରୁଣ କୁମାର ସିଂହ ସୁଶାନ୍ତଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ନା ଭୁଲିଛୁ ନା ଭୁଲିବାକୁ ଦେବୁ। ଫଟୋ ଉପରେ ଜଷ୍ଟିସ ଫର ସୁଶାନ୍ତ ଲେଖା ହୋଇଛି।

ଅପରପକ୍ଷେ ବିହାରରେ ବିଜେପି ୩୦ ହଜାର ଷ୍ଟିକର ଓ ୩୦ ହଜାର ମାସ୍କ ମଧ୍ୟ ତିଆରି କରିଛି, ଯାହା ସବୁ ବଣ୍ଟାଯିବ। ବରୁଣ କୁମାର ସିଂହଙ୍କ କହିବା କଥା  ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସେ ଗତ ଜୁନ ୧୬ରୁ ଅଭିଯାନ ଚଳାଇଛନ୍ତି। ଜୁନ ୧୪ ଘଟଣା ପରଠୁ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ବ୍ୟତୀତ କରଣୀ ସେନା ମଧ୍ୟ ଷ୍ଟିକର ଏବଂ ମାସ୍କ ତିଆରି କରି ଲୋକଙ୍କ ମଧ୍ୟ ବିତରଣ କରିଛି।

ସୂଚନାଯୋଗ୍ୟ, ବରୁଣ ସିଂହ ଏକ ପୋଷ୍ଟର ଜାରି କରିଛନ୍ତି। ଏଥିରେ ଦିବଙ୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ହସୁଥିବା ଫଟୋ ରହିଛି। ଫଟୋ ଉପରେ ଜଷ୍ଟିସ ଫର ସୁଶାନ୍ତ ଏବଂ ତଳେ ନା ଭୁଲିଛୁ, ନା ଭୁଲିବାକୁ ଦେବୁ ଲେଖା ହୋଇଛି। ଏହି ଫଟୋରେ  ବିଜେପିର ନିର୍ବାଚନୀ ଚିହ୍ନ ପଦ୍ମ ରହିଛି। ଏହାରି ତଳେ ଲେଖା ହୋଇଛି କଳା ଏବଂ ସଂସ୍କୃତି ପ୍ରକୋଷ୍ଠ, ବିଜେପି, ବିହାର ରାଜ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.