ସୁଶାନ୍ତ ସିଂ ରାଜପୁତ ମାମଲାରେ ଆସିଲା ନୂଆ ମୋଡ, CBI ତଦନ୍ତ ଦାବି ଚିଠି ପାଇଛନ୍ତି ପ୍ରଧାନମନ୍ତ୍ରୀ
25/07/2020 at 9:48 PM

ନୂଆଦିଲ୍ଲୀ ୨୫।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ଚିଠି ପ୍ରଧାନମନ୍ତ୍ରୀଙ୍କୁ ମିଳିଛି। ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଶନିବାର ଏହି ସୂଚନା ଦେଇଛନ୍ତି। ଏଥିରେ ମାମଲାର ତଦନ୍ତ ଦାବି ସମ୍ପର୍କିତ ପତ୍ର ପ୍ରଧାମନ୍ତ୍ରୀ ପାଇ ସାରିଥିବା ସେ ଜଣାଇଛନ୍ତି। ଏଥିପାଇଁ ସେ ପ୍ରାପ୍ତି ସ୍ୱୀକାର ପାଇଥିବାର ମଧ୍ୟ ଜଣାଇଛନ୍ତି।
By popular demand News X is repeating at 11.30 am today my interview taken by Priya Sahgal on SSR untimely death and need for CBI probe
— Subramanian Swamy (@Swamy39) July 25, 2020
ରାଜପୁତଙ୍କ ରହସ୍ୟମୟ ମୃତ୍ୟୁ ପ୍ରସଙ୍ଗରେ ସିବିଆଇ ତଦନ୍ତର ଆବଶ୍ୟକତା ନେଇ ସୁବ୍ରମଣ୍ୟମ ସ୍ୱାମୀ ରେଜିଷ୍ଟ୍ରି ଡାକରେ ପ୍ରଧାମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ଇସ୍କକରଣ ସିଂ ଭଣ୍ଡାରୀ ଏ ସମ୍ପର୍କରେ ତାଙ୍କ ଟ୍ୱିଟ୍ରେ ଉଲ୍ଲେଖ କରିଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଥମରୁ ଫ୍ୟାନସଙ୍କ ସହ ଥିବା କଙ୍ଗନା ରଣାବତ ରିଟ୍ୱିଟ୍ କରିଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Our responsive and responsible government is our only hope in getting justice for Sushant and many who are still being targeted and bullied by the movie mafia.
— Team Kangana Ranaut (@KanganaTeam) July 25, 2020
Many thanks to our hon’ble Prime Minister 🙏@PMOIndia @narendramodi https://t.co/AjpVUIYw1f
ସୂଚନା ଯୋଗ୍ୟ ଯେ ସୁଶାନ୍ତ ମୃତ୍ୟୁ ମାମଲାକୁ ନେଇ ପୋଲିସ ଏବେବି ତଦନ୍ତ ଜାରି ରଖିଛି। ସେ କଣ ପାଇଁ ଆତ୍ମହତ୍ୟା ଭଳି ରାସ୍ତା ବାଛିଲେ ସେ ନେଇ ପୋଲିସ ଖୋଲତାଡ କରୁଥିବା ବେଳେ ମାମଲାରେ କିଛି ଲୋକଙ୍କୁ ପଚରା ଉଚରା ମଧ୍ୟ କରିଛି। ମାମଲାର ସତ୍ୟତା ଉଜାଗର କରିବାକୁ ମୁମ୍ବାଇ ପୋଲିସ ପ୍ରତ୍ୟେକ ଦିଗକୁ ନେଇ ଏବେ ଯାଞ୍ଚ ଜାରି ରଖିଛି।