Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସୁଶାନ୍ତ ମୃତ୍ୟୁ ମାମଲାର ବଡ଼ ଖୁଲାସା, ଏମ୍ସ କହିଲା- ହତ୍ୟା ନୁହେଁ, ସୁଶାନ୍ତ କରିଥିଲେ ଆତ୍ମହତ୍ୟା

3/10/2020 at 1:38 PM

ନୂଆଦିଲ୍ଲୀ ୦୩/୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇ ଥିଲା ନା ସେ ଆତ୍ମହତ୍ୟା କରିଥିଲେ ଏବେ ଏ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକାଇଛି ଏମ୍ସ ରିପୋର୍ଟ। ସୁଶାନ୍ତ ମୃତ୍ୟୁ ମାମଲାରେ ଏମ୍ସ ଡାକ୍ତରୀ ପ୍ୟାନେଲ ହତ୍ୟା ଓ ଆତ୍ମହତ୍ୟା ଥିଓରିକୁ ସମାଧାନ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ଥିଲା, ହତ୍ୟା ନୁହେଁ। ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି ସୁଶାନ୍ତଙ୍କୁ କେହି ହତ୍ୟା କରି ନାହାନ୍ତି। ବରଂ ଏହା ଆତ୍ମହତ୍ୟା ମାମଲା। ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ତଦନ୍ତ କରିବା ପରେ ଏମ୍ସ ଟିମ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି।

ସେମାନେ ହତ୍ୟା ମାମଲାକୁ ଏକଦମ ଖଣ୍ଡନ କରିଛନ୍ତି। ସେପ୍ଟେମ୍ବର ୨୯ରେ ଏମ୍ସ ଡାକ୍ତର ସିବିଆଇକୁ ତଦନ୍ତ ରିପୋର୍ଟ ହସ୍ତାନ୍ତର କରିଥିଲେ। ତେବେ ଏବେ ସିବିଆଇର ଆନୁଷ୍ଠାନିକ ବୟାନକୁ ଅପେକ୍ଷା କରାଯାଇଛି।

ସୂଚନାଯୋଗ୍ୟ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ପରିବାର ସମେତ ଅନେକ ଲୋକ ସିବିଆଇ ତଦନ୍ତ ଦାବି କରିଥିଲେ। ଜୁନ୍ ୧୪ରେ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇ ଥିଲା। ଏହା ପରେ ସୁଶାନ୍ତଙ୍କ ପରିବାର ଲୋକଙ୍କ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତୀଙ୍କ ଉପରେ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗ ଆଣି ଥିଲେ। ତେବେ ଏବେ ଡ୍ରଗ୍ସ ମାମଲାରେ ରିୟା ଜେଲରେ ଅଛନ୍ତି।

   Related Posts