ଆଜି ଗଙ୍ଗାରେ ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି ବିସର୍ଜନ ହେବ : ବିଦେଶରୁ ଆସି ବିହାରରେ ପହଞ୍ଚିଲେ ଭଉଣୀ ଶ୍ଵେତା ସିଂହ

Published By : Prameya-News7 Bureau | June 18, 2020 IST

ମୁମ୍ବାଇ ୧୮/୦୬ : ବଲିଉଡ ତାରକା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ପରିବାର ଓ ପ୍ରଶଂସକ ଏବେ ମଧ୍ୟ ଦୁଃଖରେ ଅଛନ୍ତି | ଏକମାତ୍ର ପୁଅର ନିଧନ ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି | ସୁଶାନ୍ତ ସିଂହଙ୍କ ବାପା ଏପର୍ଯ୍ୟନ୍ତ ପୁଅର ନିଧନକୁ ନେଇ ସଦମାରେ ଅଛନ୍ତି | ତାଙ୍କ ଭଉଣୀମାନଙ୍କର ମଧ୍ୟ ସେହି ଅବସ୍ଥା | ଏକମାତ୍ର ଭାଇକୁ ହରାଇ ଭଉଣୀମାନେ କାନ୍ଦି କାନ୍ଦି ବେହାଲ | ମୁମ୍ବାଇରେ ସୁଶାନ୍ତ ସିଂହଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କ ପରିବାର ପାଟଣା ଫେରି ଆସିଥିଲେ | ପରିବାରଲୋକେ ଆଜି, ଗୁରୁବାର ଦିନ ସୁଶାନ୍ତ ସିଂହଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ କରିବେ | ଏନେଇ ସୁଶାନ୍ତ ସିଂହଙ୍କ ଭଉଣୀ ସୂଚନା ଦେଇଛନ୍ତି | ସୋମବାର, ଜୁନ ୧୫ ତାରିଖରେ ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କ ପରିବାର ତାଙ୍କ ଅସ୍ଥି ନେଇ ପାଟଣା ଫେରି ଆସିଥିଲେ |

ସୁଶାନ୍ତ ସିଂହ ଏହିଭଳି ପଦକ୍ଷେପ କାହିଁକି ନେଲେ, କାହିଁକି ନିଜ ଜୀବନ ହାରିଦେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଯଦି ସେ ଏତେ ଅବସାଦଗ୍ରସ୍ତ ଥିଲେ, ଯଦି ତାଙ୍କ ମନରେ ଏତେ ଦୁଃଖ ଥିଲା ତାହେଲେ କାହା ସହିତ ସେୟାର କାହିଁକି କଲେଣି, କାହାକୁ କିଛି କହିଲେନି କାହିଁକି ? ତାଙ୍କ ବାପା, ଭଉଣୀ, ବନ୍ଧୁ ଓ ସମ୍ପର୍କୀୟ ବାରମ୍ବାର ଏହି କଥା ଦୋହରାଉଚନ୍ତି |

ସୁଶାନ୍ତ ସିଂହଙ୍କ ଭଉଣୀ ଶ୍ଵେତା ସିଂହ କୀର୍ତ୍ତି ଫେସବୁକରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ମୁଁ ଗତକାଲି ନିଜ ଘର ପାଟଣାରେ ପହଞ୍ଚି ଯାଇଛି | ସେ ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ପ୍ରାର୍ଥନା କରିଥିଲେ ଏବଂ ଆମକୁ ସାହାଯ୍ୟ କରିଛନ୍ତି | ଆଜି ଗଙ୍ଗାରେ ଆମେ ଭାଇର ଅସ୍ଥି ବିସର୍ଜନ କରିବୁ | ମୁଁ ପୁଣି ଆପଣମାନଙ୍କୁ ଅନୁରୋଧ କରିବି ଯେ ଭାଇ ପାଇଁ ପ୍ରାର୍ଥନା କରିବେ ଏବଂ ତାଙ୍କ ସ୍ମୃତି ଓ ସ୍ନେହ ସହିତ ତାଙ୍କୁ ବିଦାୟ ଜଣାଇବେ |' 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.