ଅଙ୍କିତା ଲୋଖଣ୍ଡେଙ୍କୁ ପ୍ରେମ ନେଇ ସୁଶାନ୍ତ କହିଥିଲେ ଜୀବନ ଓ ମୃତ୍ୟୁର ଏମିତି କଥା, ଭିଡିଓ ଦେଖିଲେ ହୋଇଯିବେ ଇମୋସନାଲ୍

Published By : Prameya-News7 Bureau | July 09, 2020 IST

ମୁମ୍ବାଇ, ୦୯|୦୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ସସ୍ପେନସ୍ ଲାଗି ରହିଛି । ସେ ଆତ୍ମହତ୍ୟା କରିଥିବା ପୋଲିସ କହୁଥିବା ବେଳେ ତାଙ୍କ ପ୍ରଶଂସକମାନେ ଏହା ମାନିବାକୁ ନାରାଜ । ସୁଶାନ୍ତଙ୍କ ମୃତ୍ୟୁର ସେମାନେ ତଦନ୍ତ ମଧ୍ୟ ଦାବି କରିଛନ୍ତି । ଏହାମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ପୁରୁଣା ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ବାନ୍ଧବୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ଭାଙ୍ଗି ପଡିଛନ୍ତି । ସେ ସୋସିଆଲ ମିଡିଆରୁ ଦୂରତା ଅବଲମ୍ବନ କରୁଛନ୍ତି । ଏହାମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅଙ୍କିତାଙ୍କ ସହ ସମ୍ପର୍କକୁ ନେଇ ସେ କଥା ହେଉଥିବା ଦେଖିବାକୁ ମିଳିଛି ।

wp:html
/wp:html

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଙ୍କିତାଙ୍କ ସହ ତାଙ୍କର ଗଭୀର ପ୍ରେମ ସମ୍ପର୍କ ରହିଛି । ସେ ଅଙ୍କିତାଙ୍କ ସହ ଭଲ ଭାବେ କଥା ହେଉଛନ୍ତି । ଏହାସହ ସାୟାରୀ ମଧ୍ୟ ଶୁଣାଉଛନ୍ତି । ସୁଶାନ୍ତ କହୁଛନ୍ତି ଯେ, ଭଲ ପାଇବାରେ ବଞ୍ଚିବା ଓ ମରିବା ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳେ ନାହିଁ । ଅଙ୍କିତା ତାଙ୍କୁ ବହୁତ ଭଲ ପାଆନ୍ତି । ସେ ବହୁତ ସୁନ୍ଦର । ସେ ମଧ୍ୟ ଅଙ୍କିତାଙ୍କୁ ଭଲ ପାଉଥିବା ଓ ତାଙ୍କ ସହ ରହିବାକୁ ଚାହୁଁଥିବା କହିଛନ୍ତି ।

ଭିଡିଓରେ ସୁଶାନ୍ତ ଆହୁରି କହିଛନ୍ତି ଯେ, ସମ୍ପର୍କ ଭାଙ୍ଗିବା ପାଇଁ ଆପଣ ସବୁଦିନ ନୂଆ ବାହାନ କରିପାରିବେ, କିନ୍ତୁ ସମ୍ପର୍କକୁ ବଜାୟ ରଖିବାକୁ ହେଲେ ଅନେକ ଚେଷ୍ଟା କରିବାକୁ ପଡେ । ସେ ଅଙ୍କିତାଙ୍କ ବିନା ରହିପାରିବି ନାହିଁ ବୋଲି କହିଛନ୍ତି । ଏଥିରୁ ସୁଶାନ୍ତ ଅଙ୍କିତାଙ୍କୁ କେତେ ଭଲ ପାଉଥିଲେ ତାହା ଦେଖିବାକୁ ମିଳିଛି ।

ସୁଶାନ୍ତ ଓ ଅଙ୍କିତାଙ୍କ ପ୍ରେମ ସମ୍ପର୍କ ପବିତ୍ର ରିସ୍ତାରୁ ଆରମ୍ଭ ହୋଇଥିଲା । ଏଥିରେ ଉଭୟ ମାନବ-ଅର୍ଚ୍ଚନା ଭୂମିକାରେ ଅଭିନୟ କରିଥିଲେ । ଏହି ସୁଟିଂ ସେଟ୍‌ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.