ହିଟ୍ ସିନେମା ଦେଇ ବି ସୁଶାନ୍ତ ହୋଇଥିଲେ ଶୋଷଣର ଶିକାର : ୟଶରାଜ ଫିଲ୍ମସ୍ ଦେଇଥିଲେ ମାତ୍ର ୩୦ଲକ୍ଷ ଟଙ୍କା

Published By : Prameya-News7 Bureau | June 30, 2020 IST

ମୁମ୍ବାଇ ୩୦/୬: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ତଦନ୍ତ କରୁଥିବା ବାନ୍ଦ୍ରା ପୋଲିସ୍ ପାଖରେ ସୁଶାନ୍ତ ଏବଂ ୟଶରାଜ ଫିଲ୍ମସ୍ ମଧ୍ୟରେ ହୋଇଥିବା କଣ୍ଟ୍ରାକ୍ଟର କପି ପହଞ୍ଚି ଯାଇଛି। କଣ୍ଟ୍ରାକ୍ଟ ମୁତାବକ,ସୁଶାନ୍ତ ସିଂହ ଏବଂ ୟଶରାଜ ଫିଲ୍ମସ ମଧ୍ୟରେ ୩ଟି ଫିଲ୍ମର ଆଗ୍ରିମେଣ୍ଟ ହୋଇଥିଲା। ସୁଶାନ୍ତଙ୍କୁ ପ୍ରଥମ ଥର ୩୦ଲକ୍ଷ ଟଙ୍କା ଦିଆଯାଇଥିଲା।

{"id":293855,"width":589,"height":392,"sizeSlug":"large"}

କଣ୍ଟ୍ରାକ୍ଟ ମୁତାବକ ଯଦି ପ୍ରଥମ ଫିଲ୍ମ ହିଟ୍ ହୁଏ,ତେବେ ସୁଶାନ୍ତ ସିଂହ ରାଜପୁତଙ୍କ ଦ୍ବିତୀୟ ଫିଲ୍ମ ପାଇଁ ୬୦ଲକ୍ଷ ଟଙ୍କା ମିଳିବ ଏବଂ ଯଦି ଦ୍ବିତୀୟ ଫିଲ୍ମ ହିଟ୍ ହୁଏ ତେବେ ତାଙ୍କୁ ୧କୋଟି ଟଙ୍କା ମିଳିବ। ଫିଲ୍ମ ହିଟ୍ ହେଉ କିମ୍ବା ଏହା ନିଷ୍ପତ୍ତି କରିବାର ଅଧିକାର କେବଳ ୟଶରାଜ ଫିଲ୍ମସର ଥିଲା।

{"id":293857,"sizeSlug":"large"}

ୟଶରାଜ ଫିଲ୍ମ ସହ ସୁଶାନ୍ତଙ୍କ ପ୍ରଥମ ଫିଲ୍ମ ଥିଲା ‘ଶୁଦ୍ଧ ଦେଶୀ ରୋମାନ୍ସ’। ଏଥିରେ ତାଙ୍କ ବିପକ୍ଷରେ ପରିଣୀତି ଚୋପ୍ରା ଏବଂ ବାଣୀ କପୁର ଥିଲେ। ଏହି ଫିଲ୍ମ ପାଇଁ ସୁଶାନ୍ତଙ୍କୁ ୩୦ଲକ୍ଷ ଟଙ୍କା ଦିଆଯାଇଥିଲା। ସୁଶାନ୍ତଙ୍କ ଦ୍ବିତୀୟ ଫିଲ୍ମ ଥିଲା ଡିଟେକ୍ଟିଭ ବ୍ୟୋମକେଶ ବକ୍ସି। ଦିବାକର ବାନାର୍ଜୀଙ୍କ ନିର୍ଦେଶନାରେ ହୋଇଥିବା ଏହି ଫିଲ୍ମ ପାଇଁ ସୁଶାନ୍ତଙ୍କୁ ୧କୋଟି ଟଙ୍କା ଦିଆଯାଇଥିଲା।

{"id":293858,"sizeSlug":"large"}

ୟଶରାଜ ଫିଲ୍ମ ସହ ସୁଶାନ୍ତଙ୍କ ତୃତୀୟ ଫିଲ୍ମ ଥିଲା ‘ପାନି’ ଏବଂ ଏହାର ନିର୍ଦେଶନା ଦାୟିତ୍ବରେ ଥିଲେ ଶେଖର କପୁର। ଆଦିତ୍ୟ ଚୋପ୍ରା ଏବଂ ଶେଖର କପୁରଙ୍କ ମଧ୍ୟରେ କ୍ରିଏଟିଭ ମତଭେଦ ହେବା ଯୋଗୁଁ ଏହି ଫିଲ୍ମ ନିର୍ମାଣ ହୋଇ ପାରିନଥିଲା।

{"id":293859,"width":589,"height":529,"sizeSlug":"large"}

ୟଶରାଜ ଫିଲ୍ମସର କାଷ୍ଟିଂ ଡାଇରେକ୍ଟର ଶାନୁ ଶର୍ମା ପଚରାଉଚୁରା ସମୟରେ ପୋଲିସକୁ ବୟାନ ଦେଇଥିଲେ। ଏଥିରେ ସେ କହିଥିଲେ ଯେ ସୁଶାନ୍ତ ୟଶରାଜ ସହ ନିଜ ତୃତୀୟ ଫିଲ୍ମ ‘ପାନି’କୁ ନେଇ ଅତ୍ୟନ୍ତ ଉତ୍ସୁକ ଥିଲେ। ୟଶରାଜ ମଧ୍ୟ ଏହାକୁ ବିଗ୍ ବଜେଟ ଫିଲ୍ମ କରିବାକୁ ଚାହୁଁଥିଲେ। ୟଶରାଜ ଫିଲ୍ମ ଏହି ଫିଲ୍ମର ପ୍ରି ପ୍ରଡକ୍ସନ ଉପରେ ୪-୫କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ। କିନ୍ତୁ ଆଦିତ୍ୟ ଚୋପ୍ରା ଏବଂ ଡାଇରେକ୍ଟର ଶେଖର କପୁରଙ୍କ ମଧ୍ୟରେ ଫିଲ୍ମ ନିର୍ମାଣ କରିବାକୁ ନେଇ ଗୋଟିଏ ରାୟ ନଥିଲା। ଯାହା ଫଳରେ ଏହି ଫିଲ୍ମଟି ନିର୍ମାଣ ହୋଇପାରିନଥିଲା। ଏହା ପରେ ସୁଶାନ୍ତ ଅତ୍ୟନ୍ତ ଦୁଃଖୀ ହୋଇଯାଇଥିଲେ ଏବଂ ସେ ୟଶରାଜ ଫିଲ୍ମ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

{"id":293860,"width":587,"height":619,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.