ସୁଶାନ୍ତ ସିଂହ ଜୀବିତ ! ଡୁପ୍ଲିକେଟଙ୍କ ଭିଡିଓ ଦେଖି ଫ୍ୟାନ୍ ଫିଦା ଯେତିକି ଟେନସନ୍ ସେତିକି

Published By : Prameya-News7 Bureau | June 25, 2020 IST

ମୁମ୍ବାଇ ୨୫/୬: ଏହି ସମୟରେ ଚାରିଆଡ଼େ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସୁଶାନ୍ତ ସିଂହ ରାଜପୁତ ମାତ୍ର ୩୪ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ସେ ଜୁନ୍ ୧୪ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏପରି କୁହାଯାଉଛି ଯେ ସୁଶାନ୍ତ ଗତ ୬ମାସରୁ ଡିପ୍ରେସନରେ ଥିଲେ ଏବଂ ମୁମ୍ବାଇର ଜଣେ ଡାକ୍ତରଙ୍କ ନିକଟରେ ତାଙ୍କର ଚିକିତ୍ସା ଚାଲିଥିଲା। ସୁଶାନ୍ତଙ୍କ ପରଲୋକ ପରେ ସୋସିଆଲ୍ ମିଡିଆରେ ତାଙ୍କ ପରି ଦେଖା ଯାଉଥିବା ଜଣେ ଯୁବକଙ୍କ ଭିଡିଓ ଭାଇରାଲ୍ ହେଉଛି। ଏହି ଯୁବକ ପୂରା ସୁଶାନ୍ତ ସିଂହଙ୍କ ପରି ନଜର ଆସିଛନ୍ତି।

wp:core-embed/instagram {"url":"https://www.instagram.com/p/CBimxTrg-On/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CBimxTrg-On/?utm_source=ig_embed
/wp:core-embed/instagram

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରେ ଜଣେ ଟିକଟକ୍ ୟୁଜରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ଏହି ଯୁବକଙ୍କ ଭିଡିଓ ଦେଖି ଲୋକେ ଅଭିନେତା ସୁଶାନ୍ତ ସିଂହଙ୍କ ଯାଆଁଳା ବୋଲି କହୁଛନ୍ତି। ଏହି ଟିକଟକ୍ ୟୁଜରଙ୍କ ନାଁ ସ୍ୟାକି ପଦାୟା। ଏହି ଟିକଟକ୍ ୟୁଜରଙ୍କ ମୁହଁ ଅଳ୍ପ କିଛିଟା ସୁଶାନ୍ତଙ୍କ ସହ ମିଶୁଛି। ସ୍ୟାକି ଟିକଟକରେ ସୁଶାନ୍ତ ସିଂହ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହି ଭିଡିଓ କ୍ରିଏଟ୍ କରିଛନ୍ତି।

wp:core-embed/instagram {"url":"https://www.instagram.com/p/B7EFPs1ghbY/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B7EFPs1ghbY/?utm_source=ig_embed
/wp:core-embed/instagram

ଏହି ଭିଡିଓରେ ସ୍ୟାକି ଧଳା ରଙ୍ଗର କୁର୍ତ୍ତା ପାଇଜାମାରେ ସୁଶାନ୍ତଙ୍କ ଭଳି ଓ୍ବାକ୍ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ସେୟାର କରି ସ୍ୟାକି କ୍ୟାପସନରେ ଲେଖିଛନ୍ତି,‘ ରେଷ୍ଟ୍ ଇନ୍ ପିସ୍ ମାଇ ଆଇଡଲ୍’। ସ୍ୟାକି ପଦାୟାଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ଏବେ ସୁଦ୍ଧା ଏହି ଟିକଟକ୍ ଭିଡିଓକୁ ୧.୭ମିଲିୟନ୍ ଭିଉଜ୍ ମିଳି ସାରିଛି। ଏହା ସହିତ ୩ଲକ୍ଷରୁ ଅଧିକ ଲାଇକ୍ସ ଏବଂ ୨ହଜାରରୁ ଅଧିକ କମେଣ୍ଟସ୍ ଆସି ସାରିଛି।

wp:core-embed/instagram {"url":"https://www.instagram.com/p/B7ONKTFAj8s/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B7ONKTFAj8s/?utm_source=ig_embed
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.