ମୁମ୍ବାଇ ୨୨/୬: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ଶକ୍ତ ଧକ୍କା ଦେଇ ଯାଇଛି। ସୁଶାନ୍ତଙ୍କ ମୃତ୍ୟୁର ୭ଦିନ ପରେ ମଧ୍ୟ ତାଙ୍କୁ ମନେ ପକାଇବାର ଧାରା ସୋସିଆଲ୍ ମିଡିଆରେ ଜାରି ରହିଛି। ସେହିପରି ମନୋରଞ୍ଜନ ଜଗତର କେତେକ ଲୋକ ତାଙ୍କୁ ଏବେ ବି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏହି ସମୟରେ ସୁଶାନ୍ତଙ୍କ ଜଣେ ଫ୍ୟାନ୍ 3 ଡି ମୁରୁଜ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
wp:core-embed/instagram {"url":"https://www.instagram.com/p/CBqYFKzlwr8/","type":"rich","providerNameSlug":"instagram","className":""} /wp:core-embed/instagramସୁଶାନ୍ତଙ୍କ ଏହି ଫ୍ୟାନଙ୍କ ନାଁ ଶିଖା ଶର୍ମା। ସେ 3 ଡି ମୁରୁଜ ପକାଇ ତାଙ୍କୁ ମନେ ପକାଇଛନ୍ତି। ଶିଖା ଶର୍ମା ଭିଡିଓରେ ସୁଶାନ୍ତ ସିଂହ ରାଜପୁତଙ୍କ 3 ଡି ମୁରୁଜ ପକାଇ ବସିଥିବା ନଜର ଆସିଛନ୍ତି। 3 ଡି ମୁରୁଜରେ ସୁଶାନ୍ତ ସିଂହ ରାଜପୁତ ବସି ହସୁଛନ୍ତି। ଶିଖା ଶର୍ମା ସୁଶାନ୍ତ ସିଂହ ରାଜପୁତଙ୍କ ମୁରୁଜଙ୍କ ଭିଡିଓ ସେୟାର କରି ଲେଖିଛନ୍ତି,‘ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଆମ ଶ୍ରଦ୍ଧାଞ୍ଜଳି,ଆପଣ ଆମ ମନରେ ସବୁବେଳେ ଜୀବିତ ରହିବେ ସାର୍।’ ଶିଖା ଶର୍ମାଙ୍କ ଏହି ଭିଡିଓକୁ ନେଇ ପ୍ରଶଂସକ ମଧ୍ୟ ଖୁବ୍ କମେଣ୍ଟ୍ କରୁଛନ୍ତି,ଏହା ସହିତ ମୁରୁଜର ମଧ୍ୟ ପ୍ରଶଂସା କରୁଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରଠୁ ତାଙ୍କ ପ୍ରଶଂସକ ସୋସିଆଲ୍ ମିଡିଆରେ ସିବିଆଇ ତଦନ୍ତ ଦାବି କରିଛନ୍ତି।