ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକର ନିର୍ମାତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୦୪: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ବାୟୋପିକ୍ ପ୍ରସ୍ତୁତ କରିଥିବା ନିର୍ମାତାଙ୍କୁ ଦିଲ୍ଲୀ ହାଇକୋର୍ଟ ଏକ ନୋଟିସ୍ ଜାରି କରିଛନ୍ତି । ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁଶାନ୍ତ ସିଂ ରାଜପୁତଙ୍କ ବାପା ଦାବି କରିଛନ୍ତି । ତାଙ୍କ ଆବେଦନର ଶୁଣାଣି କରି କୋର୍ଟ ନିର୍ମାତାଙ୍କୁ ଜବାବ ମାଗିଛନ୍ତି । ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ତାଙ୍କ ଜୀବନୀ ଉପରେ ଅନ୍ୟ କୌଣସି ଫିଲ୍ମ ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁଶାନ୍ତଙ୍କ ବାପା କୋର୍ଟକୁ ନିବେଦନ କରିଛନ୍ତି ।

{"width":632,"height":355}
Did Sushant Singh Rajput Get Justice? This Film Will Highlight 'Justice- Justice'

ତାଙ୍କ ବାପାଙ୍କ କହିବା କଥା ସୁଶାନ୍ତଙ୍କ ଜୀବନ ଉପରେ କୌଣସି ଫିଲ୍ମ ନିର୍ମାଣ କରିବା ନିଜଶ୍ୱ ମୌଳିକ ଅଧିକାରର ଉଲଂଘନ ଅଟେ । ଅଭିନେତାଙ୍କ ଜୀବନ ଉପରେ କୌଣସି ଫିଲ୍ମ କିମ୍ବା ପ୍ରକାଶନ ପୂର୍ବରୁ ତାଙ୍କ ଉତ୍ତରାଧିକାରୀଙ୍କଠାରୁ ଅନୁମୋଦନ ପାଇବା ଆବଶ୍ୟକ । କେବଳ ଏତିକି ନୁହେଁ, ସୁଶାନ୍ତଙ୍କ ବାପାଙ୍କ ପକ୍ଷ ନେଇ ଓକିଲ ବିକାଶ ସିଂ କହିଛନ୍ତି ଯେ ଫିଲ୍ମକୁ ଭୁଲ ଢଙ୍ଗରେ ଚିତ୍ରଣ କରିବାକୁ ମଧ୍ୟ ଉଦ୍ୟମ କରାଯାଇଛି । ସେ କହିଛନ୍ତି ଯେ ଏହି କାର୍ଯ୍ୟ କେବଳ ସେହି ଲୋକମାନେ କରିଛନ୍ତି, ଯେଉଁମାନଙ୍କ ଉପରେ ସୁଶାନ୍ତ ସିଂ ରାଜପୁତଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ ରହିଛି ।

{"width":634,"height":423}
Nyay The Justice Teaser : सुशांत सिंह राजपूत पर बनी फिल्म में दिखेगा सच !।  Nyay the justice teaser release film based on late actor sushant singh  rajput case pr

ସେ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ କୌଣସି ଫିଲ୍ମ ତାଙ୍କ ମୃତ୍ୟୁ ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିବ । ଏହା ବ୍ୟତୀତ ଜନସାଧାରଣଙ୍କ ମଧ୍ୟରେ ଧାରଣାକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । ସୁଶାନ୍ତଙ୍କ ବାପା କହିଛନ୍ତି ଯେ ମୋ ପୁଅର ମୃତ୍ୟୁ ଦ୍ୱାରା ଅନେକ ଲୋକ ଚର୍ଚ୍ଚା ପାଇବାକୁ ଚେଷ୍ଟା କରିଛନ୍ତି । ଏହି ଲୋକମାନେ ପୁରା କାହାଣୀକୁ ନିଜ ଢଙ୍ଗରେ କରିଛନ୍ତି । ଏହା ଆମ ପରିବାରର ସମ୍ମାନର ମୂଲ୍ୟରେ କରାଯାଇଛି । ସୁଶାନ୍ତଙ୍କ ଉପରେ ନିର୍ମିତ କୌଣସି ଫିଲ୍ମ କିମ୍ବା ୱେବ୍ ସିରିଜ୍ ପରିବାରର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.