‘କୋଇ ବାତ ନେହିଁ ଧୀରେ ଧୀରେ ସବ୍ ଠିକ୍ ହୋ ଯାଏଗା’ : ଏମିତି କାହିଁକି ବାପାଙ୍କୁ କହିଥିଲେ ସୁଶାନ୍ତ? ପୋଲିସ୍ ଆଗରେ କେ.କେ. ସିଂହ କ’ଣ ରଖିଲେ ବୟାନ୍?
17/06/2020 at 5:02 PM

ମୁମ୍ବାଇ ୧୭/୬: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ପାଖାପାଖି ୪ଦିନ ହେଲାଣି କିନ୍ତୁ ସେହି ଦୁଃଖ ଓ ଶୋକରୁ ଏଯାଏଁ ମୁକୁଳି ପାରି ନାହାନତି ଅନେକ। ସୁଶାନ୍ତଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ ଏବଂ ନିର୍ବାକ୍ କରି ଦେବା ପରି ଲାଗୁଛି। ଏହା ଭିତରେ ସବୁଠୁ ଚ୍ୟାଲେଞ୍ଜିଂ ହେଲା ସୁଶାନ୍ତଙ୍କ ମୃତ୍ୟୁର କାରଣ ନେଇ ତଦନ୍ତ। ସମସ୍ତେ ତାଙ୍କ ଆତ୍ମହତ୍ୟା କରିବାର କାରଣ ଜାଣିବାକୁ ଚାହୁଁଛନ୍ତି। ପୋଲିସ୍ ତଦନ୍ତ ଉପରେ ସମସ୍ତଙ୍କ ନଜର। ଏହି ଘଟଣାର ତଦନ୍ତ କରିବା ପାଇଁ ପୋଲିସ୍ ଦିନ ରାତି ଏକ କରି ଦେଉଛି।

ପୁଅଙ୍କ ମୃତ୍ୟୁ ଖବର ଶୁଣି ସୁଶାନ୍ତଙ୍କ ବାପା କେକେ ସିଂହଙ୍କୁ ବହୁତ ବଡ଼ ଝଟକା ଲାଗିଛି ଏବଂ ସେ ଅତ୍ୟଧିକ ଭାଙ୍ଗି ପଡ଼ିଛନ୍ତି। ପୁଅର ଅନ୍ତିମ ସଂସ୍କାର ପାଇଁ ସେ ସୋମବାର ମୁମ୍ବାଇକୁ ଆସିଥିଲେ। ଏବେ ଆସିଛି ତାଙ୍କର ବୟାନ।

ସେ ବୟାନ ଦେଇଛନ୍ତି ଯେ ସୁଶାନ୍ତ ଇଣ୍ଡଷ୍ଟ୍ରି ପାଇଁ ଅତ୍ୟନ୍ତ ମାନସିକ ଚିନ୍ତାରେ ଥିଲେ। ସେ କିଛି ଦିନ ହେବ ଅବସାଦରେ ଥିଲେ। ଯେତେବେଳେ ସେ ତାଙ୍କ ସହ ରହିବାକୁ କହିଥିଲେ ସୁଶାନ୍ତ କହିଥିଲେ ଯେ ଧୀରେ ଧୀରେ ସବୁ କିଛି ଠିକ୍ ହୋଇଯିବ।
